ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣା: ଆଉ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୧୯।୧୨ (ବ୍ୟୁରୋ): ଭବାନୀପାଟଣାରୁ ଗତମାସ ୭ତାରିଖରେ ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବୁଧବାର ଆଉ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ହେଉଛି ପରମାନନ୍ଦ ଧାରୁଆ ଓରଫ ଶାଖା(୨୯)। ତାଙ୍କ ଘର ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ଦୁମରାପଲ୍ଲୀ ଗ୍ରାମରେ।
ସୂଚନାଯୋଗ୍ୟ, ଭବାନୀପାଟଣାରେ ଏହି ଚୋରା କାରବାର ହେଉଥିବା କ୍ରାଇମ୍‌ବ୍ରାଞ୍ଚ ଖବର ପାଇଥିଲା। ଏହାକୁ ଭିତ୍ତିକରି ନଭେମ୍ବର ୭ରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଏକ ଟିମ୍‌ ସହିତ ବନବିଭାଗ କର୍ମଚାରୀ ସେଠାକୁ ଗରାଖ ହୋଇ ଯାଇଥିଲେ। ଦୁଇଟି ବନ୍ୟପ୍ରାଣୀ ସାମଗ୍ରୀ ଲାଗି ମୂଲଚାଲ ହୋଇଥିଲା। ଶେଷରେ ମୋଟ ୮ଲକ୍ଷ ଟଙ୍କାରେ ନେବା ପାଇଁ ସ୍ଥିର ହୋଇଥିଲା। ଏହି ସମୟରେ ସେମାନଙ୍କୁ ରେଡ୍‌ ହ୍ୟାଣ୍ଡ ଧରିଥିଲା ଟିମ୍‌। ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ପରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା। ବତ୍ତର୍ମାନ ଏହି ଘଟଣାରେ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିଶ୍ରମ ପୋର୍ଟାଲରେ ସ୍ବୟଂଚାଳିତ ହେବ ୫୨ ସେବା

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ପରିଶ୍ରମ ପୋର୍ଟାଲର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ୧୭...

କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)- ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ।...

ଡରାଇଲାଣି କରୋନା: ବିଏମ୍‌ସି ଅଞ୍ଚଳରେ ବଢ଼ୁଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବି ବୃଦ୍ଧି ପାଇଛି। ଶୁକ୍ରବାର...

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୧୫୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ନିରଞ୍ଜନଙ୍କୁ ବଡ଼ ଭାଇ କହି କଥା ବଦଳାଇଲେ ତାରା

ଭୁବନେଶ୍ୱର, ୩୧।୮(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସିଧାସଳଖ ବିଷୋଦ୍‌ଗାର କରୁଥିବା ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ମତ ପରିବର୍ତ୍ତନ କରିଛନ୍ତି।...

ସ୍କୁଲ ପଡ଼ିଆରେ ବିଡିଏର ନିର୍ମାଣକୁ ବିରୋଧ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ୟୁନିଟ୍‌-୬ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିଜ କବ୍‌ଜାରେ ରଖି ବେଆଇନ ନିର୍ମାଣ କରୁଛନ୍ତି।...

ପାହାଡ଼ିଆ ଅଞ୍ଚଳରେ ସୁଧୁରିବ ଜଳ ସମସ୍ୟା

ଖଇରା, ୪।୬-ବାଲେଶ୍ୱର ଜିଲା ଖଇରା ବ୍ଲକର ଉପାନ୍ତ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଖୁସି ଖବର ା ଖୁବଶୀଘ୍ର ବର୍ଷ ବର୍ଷ ଧରି...

ଅବପାତ ରୂପ ନେବ ଲଘୁଚାପ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ଆଣ୍ଡାମାନ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୯ ତାରିଖରେ ଲଘୁଚାପରେ ପରିଣତ ହେବ। ତାହାର ୨୪ ଘଣ୍ଟା ପରେ ଏହା...

Advertisement
Archives

Model This Week