ଭଦ୍ରକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର: ନିର୍ବାଚନ ପ୍ରସ୍ତୁତି ତଦାରଖ କଲେ

ଭଦ୍ରକ ଅଫିସ, ୧୯।୪ – କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଗୁରୁବାର ଦିନିକିଆ ଭଦ୍ରକ ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲା ନିର୍ବାଚନ ଅଧିକାରୀ  ଜ୍ଞାନରଞ୍ଜନ ଦାସ, ନିର୍ବାଚନ ନୋଡାଲ ଅଫିସର ତଥା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଉପଜିଲାପାଳ ହେମନ୍ତ କୁମାର ବିହାରୀ, ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତିଙ୍କ ସହ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ସାମଲ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ପ୍ରସ୍ତୁତି ତଦାରଖ କରିବା ସହ ଜିଲାର ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ଲାଗି ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତି ନିର୍ବାଚନରେ ଦିବ୍ୟାଙ୍ଗମାନେ ଭୋଟଦାନରୁ ବିରତ ରହିଛନ୍ତି। ଚଳିତ ନିର୍ବାଚନରେ ଯେପରି ସେଭଳି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି। ବୁଥ୍‌ୱାରୀ ଦିବ୍ୟାଙ୍ଗ ଭୋଟର ତାଲିକା ପ୍ରସ୍ତୁତ କରି ପ୍ରିଜାଇଡିଂ ଅଫିସରଙ୍କୁ ଦେବାକୁ ସେ ଜିଲା ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ଦିବ୍ୟାଙ୍ଗ ଭୋଟରଙ୍କୁ ସେମାନଙ୍କ ଘରୁ ସହାୟତା ଗାଡ଼ିରେ ଆଣି ଭୋଟଦାନ କେନ୍ଦ୍ରର ୧୦୦ ମିଟର ଦୂରରେ ରଖାଯିବ। ସେଠାରୁ ହୁଇଲଚେୟାର ଯୋଗେ ବୁଥ୍‌କୁ ଆଣି ଭୋଟ ଦେବା ପରେ ପୁଣି ସେମାନଙ୍କୁ ସସମ୍ମାନେ ଗାଡ଼ିରେ ନେଇ ଘରେ ଛାଡ଼ିବାରେ ଯେପରି କୌଣସି ତ୍ରୁଟି ନ ହୁଏ ସେ ଦିଗରେ ପଦକ୍ଷେପ ନେବାକୁ ସେ ଜିଲା ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ର଼୍ୟାମ୍ପ ଓ ହୁଇଲଚେୟାର ଯିବାଆସିବା କରିବା ନିମନ୍ତେ ରାସ୍ତାଘାଟକୁ ସୁଗମ କରିବାକୁ କହିଥିଲେ। ଜିଲା ନିର୍ବାଚନ ଅଧିକାରୀ ଦାସ ଦିବ୍ୟାଙ୍ଗ ଭୋଟର ଥିବା ବୁଥ୍‌ରେ ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏସବୁର ବନ୍ଦୋବସ୍ତ କରାଯାଇଥିବା ସୂଚନା ଦେଇଥିଲେ। ଜିଲାରେ ମୋଟ ୪୩ ହଜାର ୭୧୨ ଦିବ୍ୟାଙ୍ଗ ଭୋଟର ଚିହ୍ନଟ ହୋଇଥିବା କୁହାଯାଇଛି। ପରେ କମିଶନର ସାମଲ କେତେକ ବୁଥ୍‌ ପରିଦର୍ଶନ କରି ଯାଜପୁର ଜିଲାକୁ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦିନରେ ୧୨ କୁମ୍ଭକାର ପରିବାର

ସୋର, ୧୮।୩(ଜନ୍ମେଜୟ ମିଶ୍ର)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ପାହାଡିଆ ଗଁ। ରଙ୍ଗାମାଟିଆ। ଗଁ। ଠାରୁ ପଞ୍ଚାୟତ ଶ୍ୟାମସୁନ୍ଦରପୁରର ଦୂରତା ୨୦ରୁ ୨୫ କି.ମି. ହୋଇଥିବାବେଳେ...

‘ରୁପାବାଲି ଖେଳପଡ଼ିଆ ହେବ ମିନିଷ୍ଟାଡିୟମ୍‌’

ବାଲେଶ୍ୱର ଅଫିସ/ରେମୁଣା, ୧୯।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲାକୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଶନିବାର ଦିନିକିଆ ଗସ୍ତରେ...

ବେଆଇନ କରତ କଳ ଉପରେ ଚଢ଼ାଉ

ସିମୁଳିଆ,୨୫।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଓ ବରି ଅଞ୍ଚଳରେ ବୁଧବାର ୨ଟି କରତ କଳ ଉପରେ ଚଢ଼ାଉ ହୋଇଛି। ବେଆଇନ କାଠ କଟାଯାଇ...

ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର, ୩୧ା୮-ଏକ ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ତୃତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୋନାଲି ପଟ୍ଟନାୟକ ଶୁକ୍ରବାର ଦୋଷୀଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ...

ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଭାଜପା କ୍ଷମତାକୁ ଆସିଲେ ଖଣି, ଚିଟ୍‌ଫଣ୍ଡ ଚୋର ଜେଲ୍‌ ଯିବେ

ଭଦ୍ରକ ଅଫିସ/ପଦ୍ମପୁର/ତିହିଡି, ୨୭।୪ (ଡି.ଏନ.ଏ.) – ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲା ଗସ୍ତରେ ଆସି ଦଳୀୟ ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ମାଧବାନନ୍ଦ...

ଏମିତି ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର: ଅସୁରକ୍ଷିତ ପରିବେଶରେ ପାଠପଢା

ସଜନାଗଡ଼, ୨୮।୮(ଡି.ଏନ.ଏ.)-ଶିଶୁଙ୍କ ମୂଳଦୂଆ ସୁରକ୍ଷିତ ଭାବେ ଗଢିବା ଲାଗି ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ...

ଲଘୁଚାପ ବର୍ଷା : ବଜାର ଅଞ୍ଚଳରେ ଆଣ୍ଠୁଏ ପାଣି

ତେଲକୋଇ, ୭।୭(ଡି.ଏନ.ଏ.)-ତେଲକୋଇ ଅଞ୍ଚଳରେ ବର୍ଷା ଯୋଗୁ ବଜାର ଅଞ୍ଚଳ ରାସ୍ତାରେ ୨ଫୁଟ ପାଣି କେନାଲ ସଦୃଶ ହୋଇଛି। ଡ୍ରେନ ସମସ୍ୟା ଲାଗି ବଜାର ଅଞ୍ଚଳରେ କୁଢ...

‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି: ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ରୂପ୍‌ସା, ୨।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସିପଦା ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଚାଷୀମାନେ ଆନ୍ଦୋଳନ କରିଛନ୍ତି। ‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସମିତିରୁ ଋଣ...

Advertisement
Archives

Model This Week