ଭଣ୍ଡାରିପୋଖରୀରେ କେନ୍ଦ୍ରୀୟ ଟିମ୍‌

ଭଣ୍ଡାରିପୋଖରୀ, ୧୯।୧୨ (ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏଡବ୍ଲ୍ୟୁଏଡିଏଚ୍‌ ରିସର୍ଚ ଫାଉଣ୍ଡେଶନ ଦ୍ୱାରା କେନ୍ଦ୍ରୀୟ ଏଡବ୍ଲ୍ୟୁଏଡିଏଚ୍‌ ସଂସ୍ଥାର ଏକ ଟିମ୍‌ ଭଣ୍ଡାରିପୋଖରୀ ଅଞ୍ଚଳ ବୁଲି ନିରୀକ୍ଷଣ କରି ଫେରିଛନ୍ତି। ଏଡବ୍ଲ୍ୟୁଏଡିଏଚ୍‌ ପ୍ରୋଜେକ୍ଟ ଅଧିକାରୀ ଅମ୍ବିକା ପ୍ରସାଦ ବର୍ମା, ଏପିଡି ପ୍ରହ୍ଲାଦ ରଣା, ଦେବେନ୍ଦ୍ର ପାଣ୍ଡବ ଓ ସାମାଜିକ ସୁରକ୍ଷା ଅଧିକାରୀ ଅମର ସାହୁ କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ ଆବାସ, ଉଜ୍ଜ୍ୱଳା, ଏନ୍‌ଆର୍‌ଇଜିଏସ୍‌, ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ସ୍ବୟଂସହାୟିକା ଗୋଷ୍ଠୀ, ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ, ସୌଭାଗ୍ୟ ଯୋଜନା, ଜବ୍‌କାର୍ଡ, ଶୌଚାଳୟ ଆଦି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ। ଏନ୍‌ଆର୍‌ଇଜିଏସ୍‌ ଓ ଜବ୍‌ କାର୍ଡଧାରୀ ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କେନ୍ଦ୍ରୀୟ ଅନୁଦାନରେ ଆସୁଥିବା ଅର୍ଥରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଅଧିକାରୀ ପଚାରି ବୁଝିଥିଲେ। କେନ୍ଦ୍ରୀୟ ଟିମ୍‌ ବ୍ଲକର ନିର୍ଗୁଣ୍ଡି ପଞ୍ଚାୟତ ରାଜେନ୍ଦ୍ରପୁର ଗ୍ରାମ ପରିଦର୍ଶନ କରି ପଞ୍ଚାୟତ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ। ବିଡିଓ ବନମାଳୀ ତରାଇ, ସରପଞ୍ଚ ନମିତା ପାତ୍ର, କନିଷ୍ଠଯନ୍ତ୍ରୀ ଦିବାକର ସାହୁ, ହୃଦାନନ୍ଦ ଜେନା, ସରୋଜିନୀ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ମିଶ୍ର, ବାବାଜୀ ଚରଣ ଜେନା, ସନ୍ତୋଷ ରାଉତ ପ୍ରମୁଖଙ୍କ ସହ ଗ୍ରାମବାସୀ ଓ ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଥର ଶିଳ୍ପକଳାର ନିଖୁଣ କାରିଗର ଭରତ

ବାହାନଗା,୧୨।୩(ଡି.ଏନ.ଏ.)-କୌଳିକ ବୃତ୍ତିକୁ ଆଦରି କାଠକାମ କରୁ କରୁ ସେ ପାଲଟିଗଲେ ଜଣେ ପଥର ଶିଳ୍ପୀ। ପାରମ୍ପରିକ କଳା ସହିତ ନିଜ ସୃଜନଶୀଳତାକୁ ମିଶାଇ ସେ ଆଜି...

୨ ଗୁଣା ଫି’ ବୃଦ୍ଧି ପ୍ରତିବାଦରେ ଛାତ୍ର ଅଶାନ୍ତ

ଭୋଗରାଇ,୧୩।୨: ଫି’ ବୃଦ୍ଧି ପ୍ରତ୍ୟାହାର ଦାବି ନେଇ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦ୍ଦା କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଶନିବାର...

ଜୀବନ ସହ ସଂଗ୍ରାମ କରୁଛି ୮ ଦିନର ଶିଶୁକନ୍ୟା

ବାଲେଶ୍ୱର ଅଫିସ, ୩ା୨: ବାଲେଶ୍ୱର ସହରସ୍ଥିତ କରଞ୍ଜିଆ ଅଞ୍ଚଳର ମୂରଲୀଧର ପାଣିଗ୍ରାହୀଙ୍କ ସ୍ତ୍ରୀ ସୁଚିସ୍ମିତା ଗତ ଜାନୁୟାରୀ ୨୬ତାରିଖରେ ଏକ ଘରୋଇ ଡାକ୍ତରଖାନାରେ ଏକ ଶିଶୁକନ୍ୟାକୁ...

ପାହାଡ଼ ଉପରେ ହେମଘର ଶୈବପୀଠ

କେନ୍ଦୁଝର, ୮ା୭ (ସ୍ବ.ପ୍ର.)-ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚୟତର କାଦଗଡ ଗ୍ରାମ ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପରିବେଶ ମଧ୍ୟରେ ହେମଘର ପାହାଡ଼। ଜଙ୍ଗଲ ଓ ପାହାଡ...

ବାହାନଗା ଲେବଲକ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ଦାବିକେନ୍ଦ୍ର, ରାଜ୍ୟଯନ୍ତ୍ରୀଙ୍କ ମିଳିତ ଅନୁଧ୍ୟାନ

ବାହାନଗା, ୧୯ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଦରମହକୁମା ଦେଇ ଯାଇଥିବା ରେଲୱେ ବିଭାଗର ଲେଭଲ କ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ହେବା ନେଇ ଦୀର୍ଘଦିନ ହେଲା ଦାବି...

ଖାଦ୍ୟ ବ୍ୟାଗ କାନ୍ଧେଇ ଦେଢ କି.ମି. ଚାଲିଲେ ସରପଞ୍ଚ

ଖଇରା, ୩୧।୫(ଡି.ଏନ.ଏ)-କରୋନା ମୁକାବିଲା ଲାଗି ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରାଯାଇଛି। ପ୍ରବାସରୁ ଫେରି ପଞ୍ଚାୟତ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ରହିବା, ଖାଇବା, ପିଇବା ବ୍ୟବସ୍ଥା...

ମିଶନ୍‌ ‘ବିୟୁଟି ସିଟି’ ତ୍ୱରାନ୍ବିତ: ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ

ବାଲେଶ୍ୱର ଅଫିସ, ୧୫।୧୦-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମିଶନ୍‌ ‘ବିୟୁଟି ସିଟି’ ପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ଚଳିତବର୍ଷ ଦୁର୍ଗାପୂଜା ପାଇଁ ବନ୍ଦ କରାଯାଇଥିଲା।...

ଏକତରଫା ପ୍ରେମ: ନାବାଳିକାଙ୍କ ଗଳା କାଟିଦେଲେ ଯୁବକ

ବାଲେଶ୍ୱର ଅଫିସ, ୩।୨- ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ନୂଆବଜାର ଅଞ୍ଚଳର ଜଣେ ଯୁବକ ଏକ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା...

Advertisement
Archives

Model This Week