ଭଡ଼ାରେ ଲାଗିଛି ପଞ୍ଚାୟତ କାର୍ଯ୍ୟାଳୟ: ନୋଟିସ ପ୍ରଦାନ ପରେ ବି ଖାଲି ହେଉନି ଗୃହ

ନାଉଗଁା,୩୦ା୭(ସ୍ବ.ପ୍ର.): ପଞ୍ଚାୟତ କାର୍ଯ୍ୟାଳୟର ଆଧୁନିକୀକରଣ ପାଇଁ ସରକାର ବିପୁଳ ଅନୁଦାନ ଯୋଗାଇ ଦେଉଛନ୍ତି। କିନ୍ତୁ କେତେକ ଦାୟିତ୍ୱହୀନ ଅଧିକାରୀଙ୍କ ଯୋଗୁ ଏସବୁ ଅନୁଦାନ ଠିକ୍‌ ଭାବେ ବିନିଯୋଗ ହୋଇପାରୁନାହିଁ। ବିଶେଷ କରି ନାଉଗଁା ବ୍ଲକରେ ଏଭଳି ଦେଖିବାକୁ ମିଳୁଛି। ପଞ୍ଚାୟତ ପ୍ରତିନିଧି ଓ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ କେଉଁଠି ରାଜୀବ ଗାନ୍ଧୀ ସେବାକେନ୍ଦ୍ରକୁ ଭଡ଼ାରେ ଲଗାଇଛନ୍ତି ତ ଆଉ କେଉଁଠି ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଭଡ଼ାରେ ଦେଇଛନ୍ତି। ସୂଚନା ଅନୁଯାୟୀ, କିଛିଦିନ ତଳେ ବାଂଶ ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଭଡ଼ାରେ ଲାଗିଥିବା ଖବର ପ୍ରକାଶ ପାଇବା ପରେ ବିଡିଓ ରଶ୍ମିରେଖା ମଲ୍ଲିକ ଉକ୍ତ କେନ୍ଦ୍ର ଖାଲି କରି ତାଲା ପକାଇଥିଲେ। ଏବେ ନାଉଗଁା ପଞ୍ଚାୟତ କାର୍ଯ୍ୟାଳୟ ଓ ଗୋଦାମ ଗୃହ ଭଡ଼ାରେ ଲାଗିଥିବା ଜଣାଯାଇଛି। ନାଉଗଁା ବଜାରରେ ଏହି କାର୍ଯ୍ୟାଳୟ ଓ ଗୋଦାମ ଗୃହ ରହିଛି। ଦୀର୍ଘଦିନ ହେଲା ସେଠାରେ କାର୍ଯ୍ୟ ଚାଲିଥିଲା। କିନ୍ତୁ ଏହି ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ନିର୍ମାଣ ହେବା ପରେ ସେଠାକୁ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରାଯାଇଛି। ୬ ବର୍ଷରୁ ଊର୍ଦ୍ଧ୍ୱ ହେବ ରାଜୀବ ସେବାକେନ୍ଦ୍ରରେ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଛି। ସେବେଠାରୁ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ରାୟ ଓ ତତ୍କାଳୀନ ସରପଞ୍ଚ ପ୍ରଭାସିନୀ ବେହେରା ପଞ୍ଚାୟତ ଗୃହ ଓ ଗୋଦାମ ଗୃହ ଭଡ଼ାରେ ଦେଇଛନ୍ତି। ଜଣେ ବ୍ୟକ୍ତି ସେଠାରେ ସିମେଣ୍ଟ ଓ ଲୁହା ରଡ୍‌ ରଖି ବ୍ୟବସାୟ କରୁଛନ୍ତି। ଭଡ଼ା ସୂତ୍ରରେ ସେ ମାସିକ ୧ ହଜାର ଟଙ୍କା ଦେବାକୁ ଚୁକ୍ତି ହୋଇଥିବା ବର୍ତ୍ତମାନର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମର ମଲିକ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ସମ୍ପୃକ୍ତ ବ୍ୟକ୍ତି ଏଠାରେ ସାର ବ୍ୟବସାୟ କରୁଥିବା ଜଣାଯାଇଛି। ନିୟମାନୁସାରେ ସର୍ବସାଧାରଣରେ ନିଲାମ ମାଧ୍ୟମରେ ଉକ୍ତ ଘର ଭଡ଼ାରେ ଦିଆଯାଇପାରିଥାନ୍ତା। କିନ୍ତୁ କିପରି ବିନା ନିଲାମରେ ତାହା ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ଦିଆଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବଜାରରେ ଘର ଭଡ଼ା ଅଧିକ ଥିବାବେଳେ ପଞ୍ଚାୟତ ଏତେ କମ୍‌ ଟଙ୍କାରେ କିପରି ଭଡ଼ା ଦେଇଛି ତାହା ବୁଝାପଡୁନି। ଅନ୍ୟପକ୍ଷରେ ୧ ହଜାର ଟଙ୍କାରେ ଉକ୍ତ ଗୃହ ଭଡ଼ାରେ ଲାଗିଥିଲେ ମଧ୍ୟ ପଞ୍ଚାୟତ ପ୍ରତିନିଧି ବ୍ୟକ୍ତିଗତ ଭାବେ ଅଧିକ ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଘର ଭଡାରେ ଲାଗିଥିବା ଜାଣିବା ପରେ ବିଡିଓ ମଲିକ ଏହି ଘରକୁ ଖାଲି କରିବା ପାଇଁ ୪ ଥର ନୋଟିସ ପ୍ରଦାନ କରିସାରିଛନ୍ତି। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଘର ଖାଲି କରୁନାହାନ୍ତି। ଗତ ଜୁଲାଇ ୨୬ରେ ଉକ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅଦ୍ୟାବଧି ଖାଲି ହୋଇନାହିଁ। ଏ ସମ୍ପର୍କରେ ବିଡିଓ ମଲିକଙ୍କୁ ପଚାରିବାରେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri