ଭଟଲିରେ ରଥଯାତ୍ରା ପ୍ରସ୍ତୁତି, ଜୋରଦାର ଚାଲିଛି ରଥଚକ ନିର୍ମାଣ: ସରକାରୀ ଅନୁଦାନ ମିଳୁ ନ ଥିବା ଅଭିଯୋଗ

ଭଟଲି,୧।୬(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ। ଏଠାରେ ପୂଜା ପାଆନ୍ତି ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ। ଏହି ପୀଠରେ ମଧ୍ୟ ପୁରୀ ଭଳି ବାରମାସରେ ତେର ପର୍ବ ପାଳନ ହେଉଥିବାବେଳେ ରଥଯାତ୍ରା ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ତେବେ ଆଗକୁ ରଥଯାତ୍ରା ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି ଜୋରଦାର ଚାଲିଛି। ରଥ କାରିଗରଠାରୁ ଆରମ୍ଭ କରି ସମସ୍ତ ସେବକ ସଜାଗ ହୋଇଉଠିଛନ୍ତି। ଏ ନେଇ ଅକ୍ଷୟତୃତୀୟାଠାରୁ ରଥ ତିଆରି କାମ ଆରମ୍ଭ ହୋଇଯାଇଥିବା ବେଳେ ଏବେ ଚକ ତିଆରି ଚାଲିଛି। ସେପଟେ ଆସନ୍ତା ଜୁଲାଇ ୪ ତାରିଖ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ନେତ୍ରୋତ୍ସବ ପର୍ଯ୍ୟନ୍ତ ରଥକାମ ସମାପ୍ତ କରିବା ପାଇଁ କାରିଗରଙ୍କ ସମେତ ମନ୍ଦିର ଟ୍ରଷ୍ଟ ସଦସ୍ୟ ଏବଂ ପ୍ର୍ରଶାସନ ଆଶା ରଖିଛନ୍ତି ।
ମାତ୍ର ପୁରୀ ଶ୍ରକ୍ଷେତ୍ର ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଶେଷ ମାତ୍ରାରେ ସରକାରୀ ସାହାଯ୍ୟ ଯୋଗାଇଦେବା ସହିତ ପ୍ରଚୁର ପରିମାଣରେ ଅର୍ଥ ଯୋଗାଇ ଦେଉଥିବା ବେଳେ ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭଟଲି ପାଇଁ ସରକାରୀ ଅନୁଦାନ ଦେଉନଥିବାରୁ ଦଧିବାମନ ମହାପ୍ରଭୁଙ୍କ ପ୍ରତି ଅବହେଳା କରାଯାଉଥିବା ଉଭୟ କାରିଗର ଏବଂ ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି। ଅଦ୍ୟାବଧି ସରକାରଙ୍କ ଜଙ୍ଗଳ ବିଭାଗ ପକ୍ଷରୁ କୌଣସି ପ୍ରକାର ରଥକାଠ ଯୋଗାଯାଇନଥିବାବେଳେ ବିଭିନ୍ନ ଗ୍ରାମରୁ ଗ୍ରାମବାସୀଙ୍କ ପକ୍ଷରୁ କାଠ ସଂଗ୍ରହ କରି ଚକ କାମ ଚାଲିଥିବା ରଥ କାରିଗର ମାନେ କହିଛନ୍ତି ।
୧୯୫୯ ମସିହାରୁ ମନ୍ଦିରକୁ ଦେବୋତ୍ତର ବିଭାଗ ନିଜ ହାତକୁ ନେଇଥିବାବେଳେ ପ୍ରଶାସନ ପକ୍ଷରୁ ମନ୍ଦିର ଠିକ୍‌ ଭାବେ ରକ୍ଷଣାବେକ୍ଷଣ ହେଉନଥିବା ଅଭିଯୋଗ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri