ଭଙ୍ଗା ଗଢ଼ାରେ ଜବରଦଖଲ ଉଚ୍ଛେଦ

ସ୍ଥିତପ୍ରଜ୍ଞ ମିଶ୍ର
ଭୁବନେଶ୍ୱର, ୫।୯(ବ୍ୟୁରୋ): ମୁଖ୍ୟ ଡ୍ରେନ ହେଉ ଅବା ସ୍କୁଲ ଆଗ ସବୁଠି ଜବରଦଖଲକାରୀଙ୍କ ରାଜ। ରାସ୍ତାପାଖ ଦୋକାନୀମାନେ ନିଜ ଇଚ୍ଛା ମୁତାବକ ସେମାନଙ୍କ ଦୋକାନ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ଫଳରେ ସେହି ରସ୍ତାରେ ଯିବା ଆସିବା କରିବା କଷ୍ଟକର ହେଉଛି। ରାସ୍ତାଘାଟ ହେଉ କିମ୍ବା ବସ୍‌ ଟର୍ମିନାଲ ଅଥବା ରେଳ ଷ୍ଟେଶନ ସବୁଠି ଉଠାଦୋକାନୀମାନେ ଜବରଦଖଲ କରୁଛନ୍ତି। ତାହାକୁ ଜବରଦଖଲ ମୁକ୍ତ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ୍‌ ପୋଲିସର ମିଳିତ ଉଚ୍ଛେଦକାରୀ ୯ ଦଳ କାମ କରଛନ୍ତି। ହେଲେ ଏହାର କିଛି ସୁଫଳ ଲୋକଙ୍କୁ ମିଳୁନାହିଁ। ଗୋଟିଏ ଦିନରେ ଜବରଦଖଲ ଭାଙ୍ଗି ଦିଆଯାଉଥିବା ବେଳେ ତା’ର ପରଦିନକୁ ପୁଣି ସେଠାରେ ସ୍ଥାନ ଲୋକଙ୍କ ଦଖଲକୁ ଚାଲିଯାଉଛି। ଭୁବନେଶ୍ୱରକୁ ସୁନ୍ଦର କରିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ତେବେ ସହରକୁ ସୌନ୍ଦର୍ଯ୍ୟକରଣରେ ବାଧକ ସାଜିଛନ୍ତି ଜବରଦଖଲକାରୀମାନେ। ସହରର ରାସ୍ତା କଡ଼ ଉଠା ଦୋକାନ ହେଉ ଅବା ଫୁଟ୍‌ପାଥକୁ ମାଡ଼ି ବସିଛନ୍ତି। ଏମିତିକି ଡ୍ରେନ ଉପରେ ଦୋକାନ କରିବା ଦ୍ୱାରା ନାଳ ପୋତି ହୋଇଯାଇଛି। ବିଏମ୍‌ସି ହେଉ ଅବା ବିଡିଏ ଜବରଦଖଲ ଉଚ୍ଛେଦ ପାଇଁ ବିଭିନ୍ନ ଦଳରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି। ଟିମ୍‌ ବି ଘନ ଘନ ଗସ୍ତ କରି ବିଭିନ୍ନ ଜାଗାରୁ ସହରକୁ ଜବରଦଖଲ ମୁକ୍ତ କରିବା କାର୍ଯ୍ୟ କରୁଛି। ଟିମ୍‌ ସେଠାରୁ ଆସିବା ପରେ ପୁଣି ଜବରଦଖଲକାରୀମାନେ ନିଜ ସ୍ଥାନ ନିରୂପଣ କରି ନେଉଛନ୍ତି। ଏହି ସମସ୍ୟାକୁ କର୍ତ୍ତୃପକ୍ଷମାନେ ଗୁରୁତର ଭାବେ ନେଉଛନ୍ତି ନା କେବଳ ଲୋକଦେଖାଣିଆ ଉଚ୍ଛେଦ କରି ଦେଇ ନିଜର ଦାୟିତ୍ୱ ଶେଷ କରିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କୋଚିଲେଇ ହାଟ ନିକଟରେ ପୁଣି ଜବରଦଖଲ
ରସୁଲଗଡ଼ ଛକରେ ବାରମ୍ବାର ଭିଡ଼ ଜମୁଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିଲା। କୋଚିଳାଖାଇ ହାଟ ସମ୍ମୁଖରେ ବହୁ ଠେଲାଗାଡିରେ ଅସ୍ଥାୟୀ ଦୋକାନୀ ବେପାର କରୁଥିଲେ। ରାସ୍ତା ଉପରେ ଗାଡ଼ି ରଖି ଲୋକେ ସେଠାରେ ଖାଦ୍ୟ ଖାଉଥିବାରୁ ମିଳିତ ଉଚ୍ଛେଦକାରୀ ଦଳ ସେଠାରେ ଉଚ୍ଛେଦ କରିଥିଲା। ହେଲେ ଉଚ୍ଛେଦର କିଛିଦିନ ପରେ ପୁଣି ପୂର୍ବ ପରି ଅସ୍ଥାୟୀ ଦୋକାନୀମାନେ ଠେଲା ଗାଡି ଲଗାଇ ବେପାର ଚଳାଇଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏ ନେଇ ଆନ୍ତରିକତା ଦେଖାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ରଙ୍ଗିଲା ଢାବା ଏବେ ତାରିଣୀ
ମାଷ୍ଟରକ୍ୟାଣ୍ଟିନରେ ଥିବା ବସ୍‌ ଟର୍ମିନାଲ ନିକଟରୁ ଜୁଲାଇ ୧୫ରେ ଉଚ୍ଛେଦ ହୋଇଥିଲା। ମୁଖ୍ୟ ଶାସନ ସଚିବଙ୍କ ଚିଠି ଓ ସାଧାରଣ ପ୍ରଶାସନ ବିଭାଗରୁ ନିର୍ଦ୍ଦେଶ ମିଳିବା ପରେ ବସ୍‌ ଟର୍ମିନାଲ ନିକଟରେ ଥିବା ପ୍ଲଟ ନଂ. ୯୫୫ ଓ ୧୪୮୯ (ସରକାରୀ ଜମି)ରେ ଥିବା ଜବରଦଖଲ ରଙ୍ଗିଲା ଢାବା ଓ ଏକ ସାଇକେଲ ଷ୍ଟାଣ୍ଡକୁ ହଟାଇ ଦିଆଯାଇଥିଲା। ହେଲେ ମାସେ ନ ପୁରୁଣୁ ଜବରଦଖକାରୀ ଜଣକ ଅନ୍ୟଜଣଙ୍କ ନଁାରେ ଏକ ହାଇକୋର୍ଟ ପିଟିସନ ଆଣି ଉକ୍ତ ସ୍ଥାନରେ ପୁଣି ଢାବା ଚଲାଇବାରେ ଲାଗିଛନ୍ତି। ଏମିତିକି ବୁଧବାର ସକାଳେ ଢାବା ସାମ୍ନାରେ ଇଟାରେ କାନ୍ଥ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଗଣେଶ ପୂଜାଠାରୁ ସେ ଢାବା ଆରମ୍ଭ କରିଥିବା କଥା ଏବେ ଜଣାପଡ଼ିଛି। ମୋବସ୍‌ କର୍ମଚାରୀମାନଙ୍କ ସହ ପାଟିତୁଣ୍ଡ କରୁଥିବାରୁ ସେମାନେ ଏହାକୁ ବିରୋଧ କରିଥିଲେ। ଏମିତିକି ବିଏମ୍‌ସି କମିଶନରଙ୍କ ପାଖରେ ମଧ୍ୟ ଏ ନେଇ କଥା ପଡ଼ିଲାଣି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଚୁପ୍‌ ବିସିଛନ୍ତି ତାହା ଏବେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନାଁକୁ ମାତ୍ର ରାତ୍ରି ଉଚ୍ଛେଦ
ବାଣିବିହାରରୁ ଶିଶୁଭବନ ଛକ ଯାଏ ଗଢି ଉଠିଥିବା ବେଆଇନ ଜବରଦଖଲକୁ ମୁକ୍ତ କରାଯିବ। ଏ ନେଇ ଏକ ସ୍ବତନ୍ତ୍ର ଉଚ୍ଛେଦକାରୀ ଦଳ ପ୍ରସ୍ତୁତ କରାଗଲା। କିନ୍ତୁ ଗୋଟିଏ ଦିନ ଉଚ୍ଛେଦ ପରେ ତାହା ବନ୍ଦ ହୋଇଗଲା। ଗୋଟିଏ ଦିନରେ ଅଳ୍ପ କିଛି ରାସ୍ତା ପାଖ ଅସ୍ଥାୟୀ ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ହଟେଇ ଦେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଅଚିନ୍ତାରେ ଶୋଇଗଲେ। ରାସ୍ତାକୁ ହଜାର ହଜାର ଜବରଦଖଲକାରୀ ନିଜ କବ୍‌ଜାରେ ରଖିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଅଳ୍ପ କିଛି ଉଚ୍ଛେଦ କରି ଚୁପ୍‌ ହୋଇ ବସି ଯାଉଛନ୍ତି ବୋଲି ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଲୋକଦେଖାଣିଆ ଉଚ୍ଛେଦ
ବୁଧବାର ମଳିତ ଉଚ୍ଛେଦକାରୀ ଦଳ ପକ୍ଷରୁ ସହରର ୩ଟି ଭିନ୍ନ ସ୍ଥାନରେ ଉଚ୍ଛେଦ କରାଯାଇଛି। ସଚିବାଳୟ ପଛ, ମଞ୍ଚେଶ୍ୱର ଓରେଡା କାର୍ଯ୍ୟାଳୟ ନିକଟ ଓ ଝାରପଡ଼ାରୁ ଲକ୍ଷ୍ମୀସାଗର ରାସ୍ତାର ଫୁଟପାଥରେ ଏହି ଉଚ୍ଛେଦ କରାଯାଇଛି। ଏଥିରେ ମୋଟ ୧୦ଟି ଅସ୍ଥାୟୀ ହୋଟେଲ, ୨୭ଟି କ୍ୟାବିନ, ୧୨ ଅସ୍ଥାୟା ଦୋକାନ, ୨ଟି ଗଣେଶ ମଣ୍ଡପ ସହ ଝାରପଡ଼ାରୁ ଲକ୍ଷ୍ମୀସାଗର ଯାଏ ଯାଇଥିବା ମୁଖ୍ୟ ରାସ୍ତା କଡ଼ରେ ଥିବା ସମସ୍ତ ଜବରଦଖଲକୁ ହଟାଇ ଦିଆଯାଇଛି। ବିଏମ୍‌ସି, ବିଡିଏ ଓ କମିଶନରେଟ ପୋଲିସ୍‌ ପକ୍ଷରୁ ଏହି ଉଚ୍ଛେଦ କରାଯାଇଥିବା ବେଳେ ଏଥିରେ ଉଚ୍ଛେଦ ଅଧିକାରୀ ପ୍ରମୋଦ ପାତ୍ର, ଯୋଗସୂତ୍ର ଅଧିକାରୀ ଶୁଭ୍ରାଂଶୁ ମହାନ୍ତି, ଉଚ୍ଛେଦ ଅଞ୍ଚଳର ଥାନା ଅଧିକାରୀଙ୍କ ସହ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।
କୋର୍ଟ ଷ୍ଟେ-ଅର୍ଡର ଦେଖାଇ ଉଚ୍ଛେଦ ଅଟକାଉଛନ୍ତି
ଉଚ୍ଛେଦକାରୀ ଦଳ ତାର କାମ କରୁଛି। ଯେଉଁଠି ଉଚ୍ଛେଦ କରିବା ଲାଗି ଚିଠି ଆସୁଛି ତାକୁ ଜବରଦଖଲରୁ ମୁକ୍ତ କରାଯାଉଛି। ହେଲେ ପରେ ସେହି ସ୍ଥାନ ଉପରେ ସେମାନେ କୋର୍ଟରୁ ଷ୍ଟେ ଅର୍ଡର ଆଣି ପୁଣି ଥରେ ଜବରଦଖଲ କରୁଛନ୍ତି। ସେଥିପାଇଁ ବିଏମ୍‌ସିକୁ ଚିଠି କରାଯାଇଛି। ବିଏମ୍‌ସି ଯଦି କ୍ଲିୟରାନ୍ସ ଦିଏ ତାହା ହେଲେ ସମସ୍ତ ଜବରଦଖଲକାରୀଙ୍କୁ ଉଠାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜଧାନୀରୁ ୧୧୧୬ ପଜିଟିଭ୍‌ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୪।୫(ବ୍ୟୁରୋ): ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରୁ ୧୧୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୭୭ ଜଣ ଚିହ୍ନଟ ହୋଇଥିବା ବେଳେ ୯୩୯ ଜଣ ସ୍ଥାନୀୟ ସଂକ୍ରମିତ...

ସାଇବର ସେଲ୍‌ ଖୋଲିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ସାଇବର ଅପରାଧ ରୋକିବା ଲାଗି ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଏକ ସାଇବର ସେଲ୍‌ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟଠାରେ...

ଭାଜପାରେ ମିଶିଲେ ଏକାମ୍ରର ଏକାଧିକ ଯୁବନେତା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଏବଂ ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଏକାମ୍ର ନିର୍ବାଚନମଣ୍ଡଳୀର ବହୁ...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଥିବା ଯୁବକଙ୍କୁ ଉଦ୍ଧାର ଘଟଣା: ହାବିଲଦାରଙ୍କୁ ସମ୍ମାନିତ କଲେ ପୋଲିସ କମିଶନର

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଟ୍ରେନ୍‌ରୁ ଖସି ପଡିଥିବା ଜଣେ ଯାତ୍ରୀଙ୍କୁ ବିଳମ୍ବିତ ରାତିରେ ଉଦ୍ଧାର କରିଥିବା ମଡର୍ନ କଣ୍ଟ୍ରୋଲ ରୁମ୍‌ର ହାବିଲଦାର ସୁଶାନ୍ତ କୁମାର ହାତୀଙ୍କୁ ପୋଲିସ କମିଶନର...

ପୁଣି ଡରାଇଲାଣି କରୋନା: ରାଜ୍ୟରେ ୯୨୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ୯୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୬୬ ଜଣ ପିଲା...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା: ଡ୍ରୋନ୍‌, ସିସିଟିଭି କ୍ୟାମେରା ଲେନ୍‌ସରେ ରହିବ ପୁରୀ ଷ୍ଟେଶନ

ଜଟଣୀ,୨୭ା୬(ଡି.ଏନ.ଏ.) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରେଳଯାତ୍ରୀଙ୍କ ପାଇଁ ରେଳପଥ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ...

ଜାରିହେଲା ମାର୍ଚ୍ଚ ଗାଇଡ୍‌ଲାଇନ୍‌: ସର୍ବସାଧାରଣ ସ୍ଥାନରେ ହୋଲି ଖେଳକୁ ମନା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ଗାଇଡ୍ଲାଇନ୍‌ ଜାରି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ରାଜ୍ୟ ସରକାର ଅନଲକିଂ...

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଚଳିତବର୍ଷ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଜିଲାସ୍ତରୀୟ ଉତ୍ସବରେ କେଉଁ ମନ୍ତ୍ରୀ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ତାଲିକା ପ୍ରକାଶ ପାଇଛି। ଅର୍ଥମନ୍ତ୍ରୀ...

Advertisement
Archives

Model This Week