Posted inUncategorized

ବ୍ୟାସନଗର ପୌର ପରିଷଦ : ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଦୁର୍ଗନ୍ଧରେ ଲୋକେ ହନ୍ତସନ୍ତ

ଯାଜପୁର ରୋଡ,୨୭ା୯(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏହି ଅଞ୍ଚଳର ସ୍ଥାନରେ ବସାଯାଇଥିବା ଡଷ୍ଟବିନ୍‌ଗୁଡିକ ଆବର୍ଜନାରେ ପୂରିରହିଛି। ବିଶେଷକରି ଗୋପବନ୍ଧୁ ଛକଠାରୁ ଚୋରଦା ଛକ ପର୍ଯ୍ୟନ୍ତ ରାସ୍ତାରେ କରାଯାଇଥିବା ଡଷ୍ଟବିନ୍‌ରୁ ଆବର୍ଜନା କଢ଼ା ଯାଉନି। ବର୍ଷା ପାଣି ଜମିବାରୁ ଆବର୍ଜନାଗୁଡିକ ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ପୌରପରିଷଦ ପକ୍ଷରୁ ସହରକୁ ସ୍ବଚ୍ଛତା ରଖିବା ପାଇଁ ଯାଗୃତି ଠିକା ସଂସ୍ଥାକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। କମ୍ପାନୀ ପରିମଳ ସଫା ସୁତରା ପାଇଁ ମାସିକ ୧୦ଲକ୍ଷ ଟଙ୍କା ବିଲ୍‌ ନେଉଛନ୍ତି। କର୍ମଚାରୀ ଅଭାବ ଯୋଗୁ ଅଳିଆ ଆବର୍ଜନା ସଫା କରିବା ବିଳମ୍ବ ଘଟୁଥିବା କୁହାଯାଉଛି। ତେବେ ଠିକାସଂସ୍ଥା ପକ୍ଷରୁ ନିୟମିତ ସଫାକରା ଯାଉ ନ ଥିବାରୁ ବର୍ଷା ପାଣି ଜମିବାରୁ ଅଳିିଆ ଆବର୍ଜନା ପଚିଶଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ପଦ୍ମପୁର, ଚୋରଦା, ଉମାପଦା, ଷ୍ଟେଶନ, ବସ୍‌ଷ୍ଟାଣ୍ଡ, କାନାଡା ବ୍ୟାଙ୍କ ନିକଟ, ନ୍ୟୁୟୁମାର୍କେଟ, ଖଣ୍ଡାହାତା ପ୍ରଭୃତ ୱାର୍ଡ ଓ ସହରର ମୁଖ୍ୟ ରାସ୍ତାରେ ସମରୂପ ପରିସ୍ଥିତି ଦେଖିବାକୁ ମିଳୁଛି। ଅପରପକ୍ଷେ ଅଳିଆ ଆବର୍ଜନାଗୁଡିକୁ ବୁଲା ଷଣ୍ଡ ଖାଇବା ଦ୍ୱାରା ପଶୁମାନେ ବିଭିନ୍ନ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ସେହିପରି ଦଳା ବାଇପାସ୍‌ଠାରୁ ନହକା ବାଇପାସ୍‌ ରାସ୍ତା କଡ଼ରେ ପରିବା ଦୋକନୀମାନେ ପଚାଷଢା ପରିବା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ, କୁକୁଡ଼ା, ଛେଳି କାଟାଳିମାନେ ଏବଂ ଚୋରଦା ଛକଠାରେ ମାଛ ବ୍ୟବସାୟୀ ମାଛ କାତି ଏବଂ ବିଭିନ୍ନ ଅଦରକାରୀ ଦିନିଷ ପକାଉଛନ୍ତି। ଏହାକୁ ସଫା କରା ନ ଯିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସହରକୁ ସ୍ବଚ୍ଛ ରଖିବା ପାଇଁ ଜିଲାପାଳ ୨ ମାସତଳେ ସ୍ଥାନୀୟ ବ୍ୟାସଦେବ ଟାଉନହଲଠାରେ ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା ଅଭିଯାନ ବର୍ଜବସ୍ତୁ ସମ୍ପର୍କିତ କର୍ମଶାଳା କରିଥିଲେ। ଏଥିରେ ଡ୍ରେନ୍‌ ସଫା କରିବା ସାଙ୍ଗକୁ ସହରକୁ ସ୍ବଚ୍ଛ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପ୍ରତ୍ୟେକ ଘରେଘରେ ଡଷ୍ଟବିନ ରଖିବା, ଆବର୍ଜନାଗୁଡିକ ଉକ୍ତ ଡଷ୍ଟବିନ୍‌ରୁ ଯାଗୃତୀ କମ୍ପାନୀ ପକ୍ଷରୁ ସଫା କରାଯିବ ବୋଲି କହିଥିଲେ। ସହରକୁ ପଲଥିନ୍‌ ମୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ଇତି ମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ସହରରେ ପରିମଳ ବ୍ୟବସ୍ଥାକୁ ନେଇ ପୌର ପରିଷଦର ପ୍ରଶାସକ ତଥା କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ, ଯାଗୃତୀ କମ୍ପାନୀ ପରିମଳ ବ୍ୟବସ୍ଥା କାର୍ଯ୍ୟ ଠିକ୍‌ ତୁଲାଇପାରି ନ ଥିବାରୁ ୪ ମାସ ହେବ ବିଲ୍‌ ବନ୍ଦ କରାଯାଇଛି। ୩୦ ତାରିଖ ମଧ୍ୟରେ ସହରର ସମସ୍ତ ଅଳିଆ ଆବର୍ଜନା ଓ ଡଷ୍ଟବିନଗୁଡିକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ରୋମାଣ୍ଟିକ୍‌ ହେଲେ ରଣବୀର !

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ଓ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଏମାନଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ...

Ashu

Ashu

ଲକ୍‌ଡାଉନ୍‌ ସମୟରେ ରୋଜଗାର ମାନ୍ଦା: ଋଣଛାଡ଼ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଦାବିପତ୍ର

କେସିଙ୍ଗା,୧୦।୬: କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ ଭମରମାଲ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୫୦ଜଣ ମହିଳା ବନ୍ଦନା, ମହାଶକ୍ତି,...

ସର୍ବଦୀଳୟ ବୈଠକରେ କଂଗ୍ରେସର ଦାବି: ସମସ୍ତଙ୍କର ହେଉ କରୋନା ଟେଷ୍ଟ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା, କଂଗ୍ରେସ...

ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ସୀମିତ

ନୂଆଦିଲ୍ଲୀ,୨୪।୭: କର୍ନାଟକରେ କଂଗ୍ରେସ ମେଣ୍ଟ ସରକାରର ପତନ ପରେ ଏବେ ଦାକ୍ଷିଣାତ୍ୟରେ କୌଣସି ରାଜ୍ୟରେ କଂଗ୍ରେସ ସରକାର ନାହିଁ। ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ...

୩୦ ବର୍ଷରୁ ଅଧିକ ହୋଇଥିଲେ ଏହିସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ନଚେତ୍‌…

ମହିଳା କିମ୍ବା ପୁରୁଷ, ବୟସ ବଢିବା ସାଙ୍ଗକୁ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ପ୍ରାୟତଃ ଦେଖାଯାଉଛି କି ୨୦-୨୫ ବର୍ଷ ବୟସର ଯୁବତୀଯୁବକମାନେ କୌଣସି କାମ...

ଆଖୁ ଉପରେ ଏଫ୍‌ଆର୍‌ପି ୧୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୨୦।୮: କେନ୍ଦ୍ର କ୍ୟାବିନେଟ ଆଖୁ ଉପରେ ପ୍ରଦାନ କରାଯାଉଥିବା ଫେୟାର ଆଣ୍ଡ ରେମୁନରେଶନ ପ୍ରାଇସ(ଏଫ୍‌ଆର୍‌ପି)କୁ ୧୦ ଟଙ୍କା ବଢାଇବା ନେଇ ନିଷ୍ପତ୍ତି ନେଇଛି। ଏହାକୁ ସାଧାରଣତଃ...

ରଙ୍ଗୋଲିରେ ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଲେ ଚିତ୍ରକାର ନିଶିକାନ୍ତ

କେନ୍ଦୁଝର,୧୫ା୬(ସ୍ବ.ପ୍ର.): ପ୍ରବାସୀମାନଙ୍କୁ ସହାୟତା କରିଥିବାରୁ ରଙ୍ଗୋଲିରେ ଓଡ଼ିଆ ସିନେଷ୍ଟାର ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚିତ୍ରକାର ନିଶିକାନ୍ତ ବେହେରା। ନିଶିକାନ୍ତଙ୍କ ଘର କେନ୍ଦୁଝର ସଦର ବ୍ଲକ ଟିକରପଡ଼ା...


Coronavirus Update

Archives

Model This Week

Why Dharitri