ବ୍ୟାପୁଛି ଡେଙ୍ଗୁ: ବାଲିଆପାଳରେ ୩ ମୃତ, ଜଳେଶ୍ୱରରେ ୭ ଚିହ୍ନଟ

ବାଲିଆପାଳ/ଜଳେଶ୍ୱର, ୨୩ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ବାଲିଆପାଳ ଓ ଜଳେଶ୍ୱର ବ୍ଲକରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ବାଲିଆପାଳ ବ୍ଲକରେ ଡେଙ୍ଗୁରେ ଏଯାଏ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଳେଶ୍ୱର ବ୍ଲକରେ ୭ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।
ବାଲିଆପାଳ ବ୍ଲକ ଚାନ୍ଦମଣି ଗ୍ରାମରେ ପ୍ରଥମେ ଡେଙ୍ଗୁରେ ଜଣକର ମୃତ୍ୟୁ ହୋଇଥିଲା। ଜାମକୁଣ୍ଡା ଗ୍ରାମରେ ୧୯ ତାରିଖରେ ମନ୍ମଥ ପାତ୍ର (୩୨)ଙ୍କ ମୃତ୍ୟୁ ହୋଇଛି। ସେ କଟକରେ ଚିକିତ୍ସାଧୀନ ଥିଲେ। ସେହିପରି ଘଣ୍ଟିଆଡି ଗ୍ରାମର କନକ ସେଠୀ (୪୨) ଡେଙ୍ଗୁରେ ଆକ୍ରାନ୍ତ ହୋଇ ୨୧ ତାରିଖରେ ପ୍ରାଣ ହରାଇଛନ୍ତି। ଚଳିତ ବର୍ଷ ଜାମକୁଣ୍ଡା, ବିଷ୍ଣୁପୁର ଓ ଘଣ୍ଟିଆଡି ଗ୍ରାମରେ ଡେଙ୍ଗୁ ଜ୍ୱରର ପ୍ରାଦୁର୍ଭାବ ବୃଦ୍ଧି ପାଇଛି ା ଏବେ ବିଷ୍ଣୁପୁର ଓ ଜାମକୁଣ୍ଡା ପଞ୍ଚାୟତର ଅଧିକାଂଶ ଲୋକଙ୍କୁ ଜ୍ୱର ହୋଇଥିବା ବେଳେ ସେମାନଙ୍କର ରକ୍ତରେ ଡେଙ୍ଗୁ ଭୂତାଣୁ ରହିଥିବା ଆଶଙ୍କା କରାଯାଉଛି। ଏହି ଦୁଇ ପଞ୍ଚାୟତର ଡେଙ୍ଗୁ ଆକ୍ରାନ୍ତ ରୋଗୀମାନେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିସତ୍ିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗର ସିଡିଏମ୍‌ଓ ଡେଙ୍ଗୁ ପ୍ରବଣ ଚାନ୍ଦମଣି ଗ୍ରାମକୁ ପରିଦର୍ଶନ କରିଥିବା ବେଳେ ଡାକ୍ତରୀ ଦଳ ଓ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ୫୦ରୁ ଊର୍ଦ୍ଧ୍ୱ ଜ୍ୱର ଆକ୍ରାନ୍ତଠୁ ରକ୍ତ ନମୁନା ସଂଗ୍ରହ କରିଥିଲେ ା ତେବେ ବିଷ୍ଣୁପୁର ଓ ଜାମକୁଣ୍ଡା ପଞ୍ଚାୟତରେ ଏବେ ଡେଙ୍ଗୁ ଆତଙ୍କ ଦେଖା ଦେଇଥିବାରୁ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଦୁଇ ପଞ୍ଚାୟତକୁ ଡାକ୍ତରୀ ଦଳକୁ ପଠାଇବାକୁ ଗ୍ରାମବାସୀ ଦୃଢ ଦାବି କରିଛନ୍ତି ା ଏ ସମ୍ପର୍କରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ଭଗିରଥ ମୁର୍ମୁଙ୍କ ସହିତ ଯୋଗାଯୋଗ କରାଯିବାରୁ ଡେଙ୍ଗୁ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ା ଜଳେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଳେଶ୍ୱର ବ୍ଲକର ବିଭିନ୍ନ ଗ୍ରାମରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। ମହମ୍ମଦନଗର ପାଟଣା ଗ୍ରାମରେ ସବୁଠାରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏବେ ପୁଣି ଶିଖରପୁର ପଞ୍ଚାୟତର ବେଲବାରିଆ ଓ ଶୁଖଦୁଃଖିଆ ଗ୍ରାମରେ ଡେଙ୍ଗୁ ରୋଗ ଦେଖାଦେଇଛି। ଗ୍ରାମବାସୀ ରୋଗ ଭୟରେ କାଳତିପାତ କରୁଛନ୍ତି।
ବର୍ତ୍ତମାନ ସୁଦ୍ଧା ୭ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ୍‌ ମିଳିଛି। ସେମାନେ ହେଲେ ଆରତୀ ଦାସ(୫୫), ଆରତୀ ଦାସ(୫୦), ବାସନ୍ତୀ ଦାସ(୫୩), ସୂର୍ଯ୍ୟକାନ୍ତ ଦାସ(୩୫), ଜଗନ୍ନାଥ ଦାସ(୪୦), ଶ୍ୟାମସୁନ୍ଦର ଦାସ(୫୦), କାହ୍ନୁଚରଣ ଦାସ (୫୨)। ସମସ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଶିଖରପୁର ଅଙ୍ଗନୱାଡ଼ି ସୁରଭାଇଜର ସ୍ନେହଲତା ଦାସଙ୍କ ନେତୃତ୍ୱରେ ଗ୍ରାମର ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ଏକ ଡେଙ୍ଗୁ ରୋଗ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri