Posted inଖେଳ

ବ୍ୟାଡ୍‌ମିଣ୍ଟନରୁ ମାଥିଆସଙ୍କ ଅବସର

ନୂଆଦିଲ୍ଲୀ, ୨୫ା୪ (ପି.ଟି.)- ଡେନମାର୍କର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଡବଲ୍ସ ଖେଳାଳି ମାଥିଆସ ବୋଏ ଖେଳରୁ ଅବସର ନେଇଛନ୍ତି। ଦୁଇ ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ସେ ମାଇକେଲ ଜେନସେନ, ଥୋମାସ୍‌ ହୋଭାଗାର୍ଡ ଏବଂ ମାଇକେଲ ଲାମ୍ପଙ୍କ ସହିତ ପାର୍ଟନର ହୋଇ ଖେଳିଛନ୍ତିି। କିନ୍ତୁ କାର୍ଷ୍ଟେନ ମୋଗେନ୍‌ସେନଙ୍କ ସହିତ ସେ ବହୁ ଦିନ ଧରି ପାର୍ଟନର ହୋଇ ଖେଳିଛନ୍ତି ଏବଂ ସଫଳ ମଧ୍ୟ ରହିଛନ୍ତି। ୩୯ ବର୍ଷୀୟ ମାଥିଆସ କହିଛନ୍ତି ମୋ କ୍ୟାରିୟର ଭିତରେ ଶ୍ରେଷ୍ଠ ବ୍ୟାଡ୍‌ମିଣ୍ଟନ ଖେଳାଳି ହେବା ପାଇଁ ସବୁବେଳେ ଚେଷ୍ଟା କରିଆସିଥିଲା। ବର୍ତ୍ତମାନ ମୋର ପ୍ରଦର୍ଶନ ଆଶାନୁରୂପ ହେଉ ନ ଥିବାରୁ ମୁଁ ଅବସର ନେବାକୁ ଉଚିତ ମଣିଲି। ସେ କହିଛନ୍ତି, ବର୍ତ୍ତମାନ କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ ସହିତ ମୋ ଅବସର ନିଷ୍ପତ୍ତିର କୌଣସି ସମ୍ପର୍କ ନାହିଁ। ଏଲିଟ୍‌ ଲେଭେଲରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ମାଥିଆସ ସବୁଠାରୁ ବୟୋଜ୍ୟେଷ୍ଠ। ୧୯୯୮ରେ ମୋଗେନ୍‌ସେନଙ୍କ ସହିତ ସେ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଦୁହିଁଙ୍କର ପ୍ରଥମ ଟୁର୍ନାମେଣ୍ଟ ୟୁଏସ ଓପନ୍‌ ୨୦୦୪ରେ ସେମାନେ ଫାଇନାଲରେ ପ୍ରବେଶ କରିଥିଲେ। ଏହି ଯୋଡ଼ି ଲଣ୍ଡନ ଅଲିମ୍ପିକ୍ସ ୨୦୧୨ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ ୨୦୧୩ରେ ରୌପ୍ୟ ସହ ଅନେକ ଟୁର୍ନାମେଣ୍ଟରେ ସଫଳତା ହାସଲ କରିଛି। ୨୦୧୬ରେ ଥୋମାସ କପ୍‌ ଜିତିଥିବା ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଏହିଯୋଡ଼ି ସୁପର ସିରିଜ ଇଭେଣ୍ଟଗୁଡ଼ିକରେ ଅନେକଥର ପୋଡିୟମ ଫିନିଶ କରିଛନ୍ତି। ଏହାଛଡ଼ା ସେମାନେ ଦୁଇଥର ସମ୍ମାନଜନକ ଅଲ୍‌ ଇଂଲଣ୍ଡ (୨୦୧୧, ୨୦୧୫) ଟାଇଟଲ ହାସଲ କରିଛନ୍ତି। କ୍ରମାଗତ ୩ ଥର ଓ୍ବାଲର୍‌ଡ ସିରିଜ ଫାଇନାଲ୍ସ (୨୦୧୦, ୨୦୧୧, ୨୦୧୨) ଟାଇଟଲ ହାସଲ କରିଛନ୍ତି। ୨୦୧୯ରେ ଏହି ପାର୍ଟନରଶିପ୍‌ ଭାଙ୍ଗିଯାଇଥିଲା। ମାଥିଆସଙ୍କୁ ମ୍ୟାଡ୍ସ କୋନାର୍ଡ ପିଟରସନଙ୍କ ସହିତ ପାର୍ଟନର ହୋଇ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡ଼ିଆରେ କେବେହେଲେ ଜାତୀୟ ସଂଗୀତ ଗାଇ ନାହାନ୍ତି ଏହି କ୍ରିକେଟର

ଯେକୌଣସି ଖେଳ ହେଉ, ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କ ପାଇଁ ସବୁଠାରୁ ଗର୍ବର ବିଷୟ ହେଉଛି ପଡ଼ିଆରେ ନିଜ ଦେଶର ଜାତୀୟ ସଂଗୀତ ଗାନ କରିବା। ଅଲମ୍ପିକରେ ହେଉ...

ଚା’ ଫାକ୍ଟ୍ରିରେ କାମ କରୁଥିଲେ ସାକ୍ଷୀଙ୍କ ବାପା, ଏକା ସ୍କୁଲରେ ପଢ଼ିଥିଲେ ବି ଚିହ୍ନି ନ ଥିଲେ ଧୋନୀ; ହେଲେ..

ନୂଆଦିଲ୍ଲୀ,୧୯।୧୧: ଏକ ସମୟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପାଇବାକୁ ଝିଅମାନେ ପାଗଳପ୍ରାୟ ଥିଲେ। ଅନେକ ନାୟିକାମାନଙ୍କ ସହ ତାଙ୍କ ନାମ ଯୋଡା ମଧ୍ୟ ଯାଇଥିଲା। ହେଲେ...

ପ୍ଲେ-ଅଫ୍‌ରେ ମ୍ୟାଚ୍‌ ଟାଇ ହେଲେ ସୁପର ଓଭର ବିନା ବି ବାହାରିବ ଫଳାଫଳ

ମୁମ୍ବାଇ,୧୫।୩: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୫ତମ ଆଇପିଏଲ। ଏହି ସିଜନର ପ୍ଲେ-ଅଫ୍‌ସ କିମ୍ବା ଫାଇନାଲ ମ୍ୟାଚ୍‌ ଟାଇ ହେଲେ ବିନା ସୁପର...

ହ୍ୟାଟ୍ରିକ ମ୍ୟାନ୍‌ ଚହରଙ୍କୁ୍‌ ପୂର୍ବତନ କ୍ରିକେଟରଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୧।୧୧- ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ଉଇକେଟ ହାସଲ କରିବା ପରେ ମିଡିୟମ ପେସର ଦୀପକ ଚହରଙ୍କୁ ପ୍ରଶଂସାର ସୁଅ ଛୁଟିଛି। ପୂର୍ବତନ...

ଅଷ୍ଟ୍ରେଲିଆ ବ୍ୟାଟ୍‌ କମ୍ପାନୀ ବିରୋଧରେ ମକଦ୍ଦମା ଦାୟକ କଲେ ସଚିନ

ନୂଆଦିଲ୍ଲୀ,୧୪।୬: ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଏକ ବ୍ୟାଟ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଦଓ୍ବୋନୀ ମକଦ୍ଦମା ଦାୟର କରିଛନ୍ତି। ଉକ୍ତ କମ୍ପାନୀ ବ୍ୟାଟ୍‌...

ବିବାହ କରି ମଧ୍ୟ ଏହି ଅଭିନେତ୍ରୀଙ୍କ ପାଇଁ ପାଗଳ ଥିଲେ ଗାଙ୍ଗୁଲି

ଟିମ୍‌ ଇଣ୍ଡିଆରେ ‘ଦାଦା’ ନାମରେ ଜଣାଶୁଣା ପୂର୍ବତନ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ପଡିଆରେ ଯେତିକି ପ୍ରଭାବୀ, ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ଲୋକପ୍ରିୟ। ଫେବୃୟାରୀ...

ଜାତୀୟ ସବ୍‌ଜୁନିୟର ବ୍ୟାଡମିଣ୍ଟନ: ମାନ୍ୟା ଅଭ୍‌ଲାନୀଙ୍କୁ ହରାଇଲେ ଅଶିତା

ଭୁବନେଶ୍ୱର, ୨୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମ ଏବଂ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସବ୍‌ଜୁନିୟର...

ମମତା ସରକାର ଦେଇଥିବା ଜମି ଫେରାଇଲେ ଏହି କ୍ରିକେଟର୍‌, ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା

କୋଲକତା,୨୫।୮: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍କୁଲ ନିର୍ମାଣ ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ପାଇଥିବା ଜମି...

Advertisement
Archives

Model This Week