ବ୍ୟାଟେରି ଚୋରି ଅଭିଯୋଗ ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୮।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଚାନ୍ଦବାଲି ଥାନା ଅଞ୍ଚଳରୁ ବିଭିନ୍ନ ଟ୍ରାକ୍ଟର, ଟ୍ରକରୁ ବ୍ୟାଟେରି ଚୋରି ଅଭିଯୋଗ ହେଉଥିବା ବେଳେ ଶନିବାର ସନ୍ଧ୍ୟାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପାଟୁଳି ଗାଁର ବସ ବେହେରା। ତାଙ୍କ ବୟାନ ଆଧାରରେ ପୋଲିସ ତାଙ୍କ ଭଡ଼ାଘରୁ ୭ଟି ବ୍ୟାଟେରି ଜବତ କରିଛି। ତେବେ ଏହି ଘଟଣାରେ ଅନ୍ୟ ୨ ଅଭିଯୁକ୍ତ ଖସିଯାଇଥିବା ପୋଲିସ କହିଛି।
ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ବିଜୟନଗର ପଞ୍ଚାୟତ ରମେଶ ଚନ୍ଦ୍ର ପାଣ୍ଡବଙ୍କ ଦୁଇଟି ଟ୍ରାକ୍ଟରରୁ ୨ ବ୍ୟାଟେରି ଚୋରି ହୋଇ ଥିବାନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏକ ମାମଲା (ନଂ.୧୮୬/୧୯) ରୁଜୁକରି ତଦନ୍ତ ଚଳାଇଥିଲା। କୌଣସି ସୂତ୍ରରୁ ଖବର ପାଇ ପୋଲିସ ବସଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା। ସେ ବ୍ୟାଟେରି ଚୋରି କରିବା କଥା ସ୍ବୀକାର କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ କାମ କରୁଛନ୍ତି ଶିଶୁଶ୍ରମିକ, ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା

ଆନନ୍ଦପୁର,୧୩ା୬(ସ୍ବ.ପ୍ର.): ଆନନ୍ଦପୁର ଫକୀରମୋହନ ବଜାରରେ ଜଣେ ଶିଶୁଶ୍ରମିକ ପାଣି ବୋହୁଥିବାର ଦେଖିବାକୁ ମିଳିଛି। ଉକ୍ତ ନାବାଳକ ଜଣକ ନିୟମିତ ଭାବେ ପାଣି ବୋହିବା କାର୍ଯ୍ୟଠାରୁ ଆରମ୍ଭ...

ଝାଟିଆ ବିଦ୍ୟୁତ୍‌ ଷ୍ଟ୍ରକଚର ଅଧୀନରେ ଉପଭୋକ୍ତା ହନ୍ତସନ୍ତ: ସମସ୍ୟା ସମାଧାନ ନ ହେଲେ ଅନଶନ

ଖଇରା,୨୮।୪(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବିଦ୍ୟୁତ୍‌ ଉପଖଣ୍ଡ ଝାଟିଆ ଷ୍ଟ୍ରକଚର ଅଧୀନ ୩ପଞ୍ଚାୟତର ଉପଭୋକ୍ତା କ୍ରମାଗତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକାରୀମାନଙ୍କୁ ଜଣାଇଲେ...

ଲୁଟେରାଙ୍କୁ କାବୁ କରି ନିର୍ଧୁମ୍‌ ମାଡ଼: ୨ ଗିରଫ, ବାଇକ୍‌ ଜବତ

ରୂପ୍‌ସା, ୧୬।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଆଙ୍କୋ ମାର୍କେଟ୍‌ ଛକରେ ଶନିବାର ସ୍ଥାନୀୟ ଲୋକେ ୨ଜଣ ଲୁଟେରାଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିଛନ୍ତି।...

ଚାଲୁ ହେଲା ରୂପ୍‌ସା ଝୋଟ କାରଖାନା

ରୂପ୍‌ସା, ୩୧।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରୂପ୍‌ସାସ୍ଥିତ ଜୟକିଶନ ଦାସ ସହ ଝୋଟ କାରଖାନା ମଙ୍ଗଳବାରଠାରୁ ଚାଲୁ କରାଯାଇଛି। କରୋନା କଟକଣା ପରିପ୍ରେକ୍ଷୀରେ ରାଜ୍ୟ...

ଫି ’ ବୃଦ୍ଧି ପ୍ରତିବାଦ: କମର୍ଦା କଲେଜରେ ବିକ୍ଷୋଭ

ଭୋଗରାଇ,୧୩।୨,(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦା କଲେଜରେ ଶନିବାର ବିକ୍ଷୋଭ ହୋଇଛି। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଫି’ ବୃଦ୍ଧି ପ୍ରତ୍ୟାହାର...

୧୨ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୩୦ହଜାର ୪୪୦, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୭ହଜାର ୭୬୮ ଭୋଟ ମିଳିଛି।...

ଗାଁରେ ଆତଙ୍କ ଖେଳାଉଛନ୍ତି ହାତୀପଲ

ବାଲେଶ୍ୱର ଅଫିସ,୫ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଶନିବାର ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳରୁ...

କେନାଲ, ରାସ୍ତା କାମ ନିମ୍ନମାନର ଅଭିଯୋଗ : କାର୍ଯ୍ୟ ବନ୍ଦ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଖଇରା, ୨୦।୪(ଡି.ଏନ.ଏ.)-ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲର ଖଇରା ଉପଖଣ୍ଡ ଅଧୀନ ଗଡ଼ ଗ୍ରାମ ନିକଟରେ ଚାଲିଥିବା କେନାଲ ଓ ତତ୍‌ସଂଲଗ୍ନ ଆପ୍ରୋଚ ରୋଡ଼ କାର୍ଯ୍ୟ ନିମ୍ନମାନର...

Advertisement
Archives

Model This Week