ବ୍ୟବସ୍ଥା ଥାଇ ହୀନସ୍ତା

ଅନୁଗୋଳ ଅଫିସ, ୧୧ା୮
ଶାରୀରିକ ଭିନ୍ନକ୍ଷମଙ୍କ ଭଳି ମାନସିକ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସରକାରୀ ଯୋଜନା ରହିଛି। ସେମାନଙ୍କୁ ଚିକିତ୍ସା କରାଇ ଆବଶ୍ୟକ ଥଇଥାନ ନିମନ୍ତେ ସରକାରୀସ୍ତରରେ ବ୍ୟବସ୍ଥା ଅଛି। ହେଲେ ଅନୁଗୋଳ ଜିଲାରେ ଉକ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ବରଂ ଏହି ମାନସିକ ଭିନ୍ନକ୍ଷମମାନଙ୍କ ଥଇଥାନ ପାଇଁ ଜିଲା ପ୍ରଶାସନ ସାମାଜିକର୍ମୀମାନଙ୍କ ଉପରେ ମାତ୍ରାଧିକ ନିର୍ଭର କରୁଛି। ଫଳରେ ଅନୁଗୋଳ ସହର ଓ ଆଖପାଖ ଅଞ୍ଚଳରେ ବୁଲୁଥିବା ମାନସିକ ରୋଗୀମାନେ ଅତି ପରିତ୍ୟକ୍ତ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ି ହୀନସ୍ତା ଭୋଗୁଛନ୍ତି।
ଅନୁଗୋଳ ସହର ଓ ଆଖପାଖ ଅଞ୍ଚଳରେ ଅନେକ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ରହିଛନ୍ତି। କାଣ୍ଡସରରେ ଏକ ଗଛ ତଳେ ଏପରି ଜଣେ ମହିଳା ରହୁଥିବା ବେଳେ ଖଲାରୀ ରଙ୍କେଇ ଠାକୁରାଣୀଙ୍କ ନିକଟରେ ଜଣେ, ହେମସୁରପଡ଼ା ମାଛ ମାର୍କେଟ ପାଖରେ ଦୁଇ ଜଣ ମହିଳା, ପଞ୍ଚମହଲା ଓ ହୁଲୁରିସିଂହା ଛକରେ ଦୁଇ ଜଣ ପୁରୁଷ ଦୀର୍ଘ ଦିନ ହେବ ବୁଲାବୁଲି କରୁଛନ୍ତି। କିନ୍ତୁ ଏମାନଙ୍କ ଚିକିତ୍ସା ଓ ଥଇଥାନ ପ୍ରତି ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ନାହିଁ। ମାନସିକ ଭିନ୍ନକ୍ଷମ, ନିର୍ଯାତିତା ତଥା ସ୍ବାମୀ ପରିତ୍ୟକ୍ତା, ବିଧବା, ଅବିବାହିତା ମା, ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଥଇଥାନ କରିବା ନିମନ୍ତେ ସରକାରୀସ୍ତରରେ ଯୋଜନା ରହିଛି। ଏପରି କି ଏହି ମହିଳା ଓ ପୁରୁଷଙ୍କୁ କାଉନ୍‌ସେଲିଂ କରାଯିବା ସହିତ ଆବଶ୍ୟକସ୍ଥଳେ ମାମଲା ଲଢ଼ିବାର ବ୍ୟବସ୍ଥା ମଧ୍ୟ ଅଛି। କିନ୍ତୁ ଅନୁଗୋଳ ଜିଲାରେ ମାନସିକ ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ଏଯାଏ କୌଣସି ବ୍ୟବସ୍ଥା କାର୍ଯ୍ୟକାରୀ ହେଉନାହିଁ। ଏକ ବେସରକାରୀ ଆଶ୍ରୟ ଅନୁଷ୍ଠାନ କେବଳ ମହିଳାମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରୁଛି। ଜିଲା ପ୍ରଶାସନର ଏପରି ଆଭିମୁଖ୍ୟ ବିରୋଧରେ ବିଭିନ୍ନ ସମୟରେ ସାମାଜିକ କର୍ମୀମାନେ ସ୍ବର ଉତ୍ତୋଳନ କରୁଥିଲେ ମଧ୍ୟ ସେମାନଙ୍କ କଥାକୁ କର୍ଣ୍ଣପାତ କରାଯାଉ ନାହିଁ। ଯଦି କୌଣସି ମାନସିକ ଭିନ୍ନକ୍ଷମଙ୍କୁ କାଉନସେଲିଂ କିମ୍ବା ଚିକିତ୍ସା ପାଇଁ ଅନ୍ୟ ଜିଲାକୁ ନିଆଯାଏ ପ୍ରଶାସନ କେବଳ ଗାଡ଼ି ଭଡ଼ା ଦେଇ ଦାୟିତ୍ୱ ଶେଷ କରିଦିଏ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମାନସିକ ଅନଗ୍ରସର ବା ଭିନ୍ନକ୍ଷମଙ୍କୁ ଥଇଥାନ ପାଇଁ ଯୋଜନା ରହିଛି। ହେଲେ ଅନୁଗୋଳ ଜିଲାରେ ସେମିତି କିଛି ବ୍ୟବସ୍ଥା ନାହିଁ। ଆଗାମୀ ଦିନରେ ଏ ଦିଗରେ ଦୃଷ୍ଟି ଦିଆଯିବ।
ଘରଟିଏ ଦେଉନି ପ୍ରଶାସନ
ମାନସିକ ଭିନ୍ନକ୍ଷମମାନଙ୍କ ଚିକିତ୍ସା ଓ ଥଇଥାନ ନେଇ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛୁ। ଘରଟିଏ ମିଳିଲେ ଆମ ଆଡ଼ୁ ସବୁପ୍ରକାର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କହିଛୁ। କିନ୍ତୁ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ମିଳୁନାହିଁ।
-କଲ୍ୟାଣ କିଶୋର ମହାନ୍ତି, ସାମାଜିକ କର୍ମୀ
ଉପଯୁକ୍ତ ଚିକିତ୍ସା କରାଯାଉ
ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ମାନସିକ ବିକାରଗ୍ରସ୍ତ ଲୋକେ ବୁଲୁଛନ୍ତି। ଥଇଥାନ କରାଯିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରିବାର ସମ୍ଭାବନା ରହିଛି। ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ।
-କାଞ୍ଚନ ସିଂ, ଅନୁଗୋଳ ବାସୀ
କାଉନସେଲିଂର ଅଭାବ ରହିଛି
ଜିଲାର ଅନେକ ସ୍ଥାନରେ ମାନସିକ ଭିନ୍ନକ୍ଷମ ଲୋକ ରହିଛନ୍ତି। ସେମାନଙ୍କ ମଧ୍ୟରେ ନିର୍ଯାତିତା ମହିଳା ମଧ୍ୟ ଅଛନ୍ତି। ହେଲେ ସେମାନଙ୍କୁ କାଉନସେଲିଂ କରିବାକୁ କୌଣସି ସୁବିଧା ନାହିଁ। ମେଡିକାଲରେ ମଧ୍ୟ ଠିକ୍‌ ଚିକିତ୍ସା ମିଳୁନି।
-ସରିତା ମିଶ୍ର, ସହରବାସୀ
ରହିବା, ଖାଇବାର ବ୍ୟବସ୍ଥା ହେଉ
ମାନସିକ ଭିନ୍ନକ୍ଷମଙ୍କ ରହିବା, ଖାଇବା ବ୍ୟବସ୍ଥା କରାଯାଉ। ଏହା ଜିଲାର ଗୌରବ ବଢାଇବା ସହ ଅନ୍ୟ ଜିଲା ପାଇଁ ଆଦର୍ଶ ହେବ। ସେମାନଙ୍କୁ ଚିକିତ୍ସା କରାଯିବା ସହ ଯେପରି କେଉଁଆଡେ ଚାଲି ନ ଯାଆନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ।
-ପପୁନ ଦଳବେହେରା, ସହରବାସୀ


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ଖୋଜୁଛି ଶାଳ ଜଙ୍ଗଲ

କେନ୍ଦୁଝର,୪।୪(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ଗତ ଏକ ଦଶନ୍ଧି ହେଲା ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁ ବ୍ୟାପକ ଶାଳ ଜଙ୍ଗଲ ନଷ୍ଟ ହୋଇଗଲାଣି। ପ୍ରାକୃତିକ ପରିବେଶରେ ଆପେ...

ଖାଉଟି ବଣ୍ଟନକେନ୍ଦ୍ରକୁ ଆସିବେନି ହିତାଧିକାରୀ: ଘରେ ପହଞ୍ଚିବ ଭତ୍ତା, ଗହମ, ଚାଉଳ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାମାଜିକ ନିରାପତ୍ତା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା...

ଅବସରପ୍ରାପ୍ତ ଆର୍‌ଆଇଙ୍କୁ ଅଢ଼େଇ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୫।୩(ବ୍ୟୁରୋ): ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ୨୪ ବର୍ଷ ପରେ ଶନିବାର ରାୟ ପ୍ରକାଶ ପାଇଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଥିବା ପୁରୁଣା...

ନାଳିଆସାହି, ଭେଙ୍କଟରାୟପୁର ଗାଁକୁ ମିଳିଲା ୟୁନେସ୍କୋ ପ୍ରମାଣପତ୍ର

ଭୁୂବନେଶ୍ୱର,୮।୮(ବ୍ୟୁରୋ): ଜଗତସିଂହପୁର ଜିଲାର ନୋଳିଆ ସାହି ଏବଂ ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଗ୍ରାମକୁ ୟୁନେସ୍କୋର ଇଣ୍ଟରଗର୍ଭନମେଣ୍ଟାଲ ଓସେନୋଗ୍ରାଫିକ କମିଶନ (ଆଇଓସି) ପକ୍ଷରୁ ସୁନାମୀ ପ୍ରସ୍ତୁତ(ସୁନାମୀ ରେଡି)...

ଭାଜପା ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଥାଏ: ବିଜେଡି

ଭୁବନେଶ୍ୱର,୬ା୫(ବ୍ୟୁରୋ): ଓଡ଼ିଶା ଭାଜପା ରାଜନୀତିରେ ଆପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଉତ୍ସାହିତ କରୁଥିବା ବେଳେ ରାଜ୍ୟରେ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ବିଜେଡି...

ମାଟିତଳୁ ଆଉ ଏକ ହାତୀ କଙ୍କାଳ ମିଳିଲା

ଭୁବନେଶ୍ୱର,୩।୬(ବ୍ୟୁରୋ): ହାତୀଙ୍କ ପାଇଁ ମୃତ୍ୟୁର ଇଲାକା ପାଲଟିଛି ଆଠଗଡ଼ ବନଖଣ୍ଡ। ଏହି ବୃହତ୍‌ ବନ୍ୟପ୍ରାଣୀ ପାଇଁ ବିପଦ ସାଜିଛନ୍ତି ଖୋଦ୍‌ ସୁରକ୍ଷା ଦାୟିତ୍ୱରେ ରହୁଥିବା ବନ...

ମନା ନାହିଁ ପତିତପାବନ ଦର୍ଶନ

ପୁରୀ ଅଫିସ, ୨୧।୧୨କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ। ୨୩ ଓ ୨୪ ତାରିଖରେ...

ଲେବାନନ୍‌ ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିକୁ ନେଇ ସରକାର ତତ୍ପର

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଲେବାନନ୍‌ ବିସ୍ଫୋରଣ ଘଟଣା ପରେ ରାଜ୍ୟର କଳକାରଖାନାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଫ୍ୟାକ୍ଟ୍ରି ଆଣ୍ଡ ବଏଲର ନିର୍ଦ୍ଦେଶକ ଗତ ସୋମବାର ରାଜ୍ୟରେ ଥିବା...

Advertisement
Archives

Model This Week