ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ମାମଲା : ସିସିଟିଭି ଫୁଟେଜରୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୬(ବ୍ୟୁରୋ) : ନୟାପଲ୍ଲୀ ଥାନା ସିଆର୍‌ପି ଏନ୍‌-୧ରେ ରହୁଥିବା ବ୍ୟବସାୟୀ ଶିବସୁନ୍ଦର ଦାଶଙ୍କୁ ଶୁକ୍ରବାର ରାତିରେ ୬ଜଣ ଦୁର୍ବୃତ୍ତ କାରରେ ଅପହରଣ ଉଦ୍ୟମ କରିଥିଲେ। ହେଲେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଆର୍‌ଟିଓ ଚେକିଂ ହେଉଥିବାରୁ ଦୁର୍ବୃତ୍ତମାନେ କାର ବୁଲାଇ ଫେରିବା ସମୟରେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଧରାପଡ଼ିଯିବା ଭୟରେ ସେମାନେ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଘଟଣାରେ ରବିବାର ପୋଲିସକୁ ଏକ ସିସିଟିଭି ଫୁଟେଜ ମିଳିଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା କୁହାଯାଉଛି। ସେମାନେ କାହିଁକି ଏବଂ କାହା ଇଙ୍ଗିତରେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ କରିଥିଲେ, ଅଭିଯୁକ୍ତମାନେ ଗିରଫ ହେବା ପରେ ରହସ୍ୟ ଉନ୍ମୋଚନ ହେବ ବୋଲି ପୋଲିସ କହିଛି। ଚିହ୍ନଟ କରାଯାଇଥିବା ଅଭିଯୁକ୍ତମାନଙ୍କ ଫୁଟେଜକୁ ପୋଲିସ ବ୍ୟବସାୟୀ ଶିବସୁନ୍ଦର ଓ ତାଙ୍କ ସ୍ତ୍ରୀଙ୍କୁ ଦେଖାଇଥିଲେ। ସେମାନେ ଫୁଟେଜରେ ଦେଖାଯାଉଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଥିବା କହିଛନ୍ତି। ଅଭିଯୁକ୍ତମାନେ ଛାଡ଼ିଯାଇଥିବା କାରର ନମ୍ବର ପ୍ଲେଟ୍‌ ନକଲି ଥିବା ମଧ୍ୟ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେମାନେ କାରକୁ ଚୋରି କରି ଆଣି ଅପହରଣରେ ବ୍ୟବହାର କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ ଟିମ୍‌ ଏବଂ ନୟାପଲ୍ଲୀ ପୋଲିସ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଭୁବନେଶ୍ୱର ପାର୍‌ ହୋଇଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ପୋଲିସ ଭୁବନେଶ୍ୱର ବାହାରକୁ ଯାଇ ଚଢ଼ାଉ କରୁଥିବା ଜଣାପଡ଼ିଛି।
ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ଘର ଆଗରେ ଥିବା ଏକ ବରଗଛ ମୂଳରେ କାର(ଓଡି-୦୨ଏୟୁ-୪୩୩୪)କୁ ପାର୍କିଂ କରି ଶ୍ୟାମସୁନ୍ଦର ଏସି ଲଗାଇ ଶୋଇଥିଲେ। ରାତି ପ୍ରାୟ ୪ଟାରେ ଏକ ଇନୋଭା ଗାଡ଼ି(ଓଡି-୦୫-୮୦୦୭) ସେଠାରେ ଲାଗିଥିଲା। କାରରୁ ଜଣେ ବ୍ୟକ୍ତି ଓହ୍ଲାଇଥିବା ବେଳେ ସମସ୍ତେ ମୁହଁରେ କପଡ଼ା ବାନ୍ଧିଥିବା ଶିବସୁନ୍ଦର କହିଛନ୍ତି। ଏହାପରେ ସେମାନେ ଶିବସୁନ୍ଦର ଶୋଇଥିବା କାରର କାଚ ବାଡ଼େଇଥିଲେ। ସେ କାର କାଚ ଖୋଲିବା ପରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ଏହାପରେ ବ୍ୟବସାୟୀଙ୍କ କାରରେ ୪ଜଣ ଜୋରଜବରଦସ୍ତି ବସିଥିଲେ। ଜଣେ କାର ଚଲାଇଥିବା ବେଳେ ଆଉ ଜଣେ ଶିବସୁନ୍ଦରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାରର ବସାଇ ଅପହରଣ ଉଦ୍ୟମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri