Posted inଫୁରସତ

ବ୍ୟକ୍ତିତ୍ୱ: ଲର୍ଡ ଅଫ୍‌ ଦି ଫ୍ଲାଇଜ୍‌ର କାହାଣୀକାର ଓ୍ବିଲିଅମ୍‌ ଗୋଲ୍‌ଡିଂ

‘ଲର୍ଡ଼ ଅଫ୍‌ ଦି ଫ୍ଲାଇଜ୍‌’ ଉପନ୍ୟାସର କାହାଣୀ ଖୁବ୍‌ ସହଜ ଲାଗୁଥିଲେ ବି ଏହାର ମର୍ମରେ ଯେଉଁ କଥା ରହିଛି ତାହା ହେଉଛି ଏକ ବିଶ୍ୱ ସମସ୍ୟା। ଆମର ବିଶ୍ୱ ଏମିତି ଏକ ପର୍ଯ୍ୟାୟରେ ପହଞ୍ଚତ୍ଛି ଯେଉଁଠି କେହି ବି କାହାକୁ ଦଳପତି ବା ନେତା ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏହି ଉପନ୍ୟାସକୁ ମିଳିଥିଲା ସମ୍ମାନଜନକ ନୋବେଲ ପୁରସ୍କାର। ଆଉ ଏହି ନୋବେଲ ବିଜୟୀ ବ୍ୟକ୍ତି ଜଣକ ଥିଲେ ପ୍ରସିଦ୍ଧ ବ୍ରିଟିଶ ଔପନ୍ୟାସିକ ଏବଂ କବି ସାର ଓ୍ବିଲିଅମ୍‌ ଗୋଲ୍‌ଡିଂ….

ଏକ ପ୍ଲେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡୁଛି ଗୋଟିଏ ନିର୍ଜନ ଦ୍ୱୀପରେ। କିଛି ଯୁବକ ଦୁର୍ଘଟଣାରୁ ବର୍ତ୍ତି ଯାଉଛନ୍ତି। ଚାରିଆଡ଼େ ସମୁଦ୍ର। ମଝିରେ ସେମାନେ। କିପରି ଉଦ୍ଧାର ପାଇବେ ଏହା ହେଉଛି ସେମାନଙ୍କର ସମସ୍ୟା। ସଂଘବଦ୍ଧତା ସେମାନଙ୍କୁ ହୁଏତ ଏଭଳି ବିପଦରୁ ସୁରକ୍ଷା ଦେଇପାରେ। ମାତ୍ର ସଂଘବଦ୍ଧ ହେବା ହେଉଛି ସବୁଠାରୁ ବଡ଼ ସମସ୍ୟା। କାରଣ ସଂଘବଦ୍ଧ ହେବାକୁ ହେଲେ ଜଣକୁ ମାନିବାକୁ ପଡ଼ିବ। ତେବେ ପ୍ରଶ୍ନ ହେଉଛି କାହାକୁ ସେମାନେ ସେମାନଙ୍କର ଦଳପତି ବୋଲି ମାନିବେ? ଆଉ କାହିଁକି? ଏମିତି ଏକ ପ୍ରଶ୍ନକୁ ନେଇ ସୃଷ୍ଟିହୁଏ ଏକ କାଳଜୟୀ ଉପନ୍ୟାସ; ଯାହାର ନଁା ‘ଲର୍ଡ଼ ଅଫ୍‌ ଦି ଫ୍ଲାଇଜ୍‌’। ଏହି ଉପନ୍ୟାସର କାହାଣୀ ଖୁବ୍‌ ସହଜ ଲାଗୁଥିଲେ ବି ଏହାର ମର୍ମରେ ଯେଉଁ କଥା ରହିଛି ତାହା ହେଉଛି ଏକ ବିଶ୍ୱ ସମସ୍ୟା। ଆମର ବିଶ୍ୱ ଏମିତି ଏକ ପର୍ଯ୍ୟାୟରେ ପହଞ୍ଚତ୍ଛି ଯେଉଁଠି କେହି ବି କାହାକୁ ଦଳପତି ବା ନେତା ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏହି ଉପନ୍ୟାସକୁ ମିଳିଥିଲା ସମ୍ମାନଜନକ ନୋବେଲ ପୁରସ୍କାର। ଆଉ ଏହି ନୋବେଲ ବିଜୟୀ ବ୍ୟକ୍ତି ଜଣକ ଥିଲେ ପ୍ରସିଦ୍ଧ ବ୍ରିଟିଶ ଔପନ୍ୟାସିକ ଏବଂ କବି ସାର ଓ୍ବିଲିଅମ୍‌ ଗୋଲ୍‌ଡିଂ।

ଧର୍ମଭୀରୁତାର ସମାଲୋଚକ : ଗୋଲ୍‌ଡିଂଙ୍କୁ ଜଣେ ସଂସ୍କାରବାଦୀ ଲେଖକ କହିଲେ ଆଦୌ ଭୁଲ୍‌ ହେବନାହିଁ। ସେ ସବୁବେଳେ ଧର୍ମଭୀରୁ ସମାଜ ବିରୋଧରେ ତାଙ୍କର କଲମକୁ ଅସ୍ତ୍ର କରୁଥିଲେ। ଏମିତି କି ସେ କୌଣସି ଧର୍ମଗୁରୁଙ୍କୁ ସମ୍ମାନ କରନ୍ତି ନାହିଁ ବୋଲି କହି ବିବାଦର ଚରମସୀମାକୁ ଚାଲିଯାଇଥିଲେ। ଏହା ସେହି ସମୟର କଥା ଯେତେବେଳେ ସମାଜରେ ଧର୍ମଗୁରୁମାନଙ୍କର ପତିଆରା ରହିଥିଲା। ମାତ୍ର ଗୋଲ୍‌ଡିଂ ମହୋଦୟ ସେସବୁକୁ ତୀବ୍ର ସମାଲୋଚନା କରୁଥିଲେ। ତାଙ୍କର ଭାବନା ଆଉ କର୍ମ ଥିଲା ସବୁଠୁ ତୀବ୍ରତର। ତାଙ୍କର କାଳଜୟୀ ଉପନ୍ୟାସଗୁଡ଼ିକ ମଧ୍ୟରେ ରହିଛି ‘ଲର୍ଡ଼ ଅଫ୍‌ ଦି ଫ୍ଲାଇଜ୍‌’, ‘ଦି ଇନ୍‌ହେରିଟର୍ସ, ପିଞ୍ଚର ମାର୍ଟିନ୍‌’, ‘ଫ୍ରି ଫଲ୍‌’, ‘ଦି ସ୍ପାୟାର’, ‘ଦି ପିରାମିଡ୍‌’, ‘ଦି ସ୍କର୍ପିଅନ୍‌ ଗଡ୍‌’, ‘ଡାର୍କନେସ୍‌ ଭିଜିବଲ’, ‘ଦି ପେପର ମ୍ୟାନ୍‌’, ‘ଟୁ ଦ ଏଣ୍ଡସ ଅଫ୍‌ ଦି ଆର୍ଥ’। ବାସ୍ତବରେ ‘ଟୁ ଦ ଏଣ୍ଡସ ଅଫ୍‌ ଦି ଆର୍ଥ’ ହେଉଛି ଏକ ଟ୍ରାଇଓଲୋଜି, ଯେଉଁଥିରେ ତିନିଗୋଟି ଉପନ୍ୟାସ ସାମିଲ୍‌। ସେଗୁଡ଼ିକ ହେଉଛନ୍ତି : କ୍ଲୋଜ୍‌ କ୍ୱାର୍ଟର୍ସ, ଫାୟାର ଡାଉନ୍‌ ବିଲୋ ଏବଂ ଦି ଡବଲ ଟଙ୍ଗ୍‌। ଏହାବ୍ୟତୀତ ତାଙ୍କର ଗୋଟିଏ କବିତା ସଂକଳନ ମଧ୍ୟ ରହିଛି। ସେ ଗୋଟିଏ ନାଟକ ରଚନା କରିଛନ୍ତି, ଯାହାର ନାମ ‘ଦି ବ୍ରାସ୍‌ ବଟରଫ୍ଲାଇ’। ତାଙ୍କର ପ୍ରବନ୍ଧ ପୁସ୍ତକ ମଧ୍ୟରେ ରହିଛି ଦି ହଟ୍‌ ଗେଟ୍‌ସ, ଏ ମୁଭିଂ ଟାରଗେଟ୍‌ ଏବଂ ଆନ୍‌ ଇଜିପ୍ଟିଆନ୍‌ ଜର୍ନାଲ୍‌।

ଅତିପ୍ରିୟ ମାମୁଘର : ଗୋଲ୍‌ଡିଂଙ୍କର ଅତି ପ୍ରିୟ ସ୍ଥାନ ଥିଲା ତାଙ୍କ ମାମୁଘର। ବାସ୍ତବରେ ସେ ମାମୁଘର କର୍ନଓ୍ବାଲ୍‌ଠାରେ ୧୯୧୧, ସେପ୍ଟେମ୍ବର ୧୯ରେ ଜନ୍ମଗ୍ରହଣ କରିଥିଲେ। ତେଣୁ ଶେଷ ଜୀବନ ପର୍ଯ୍ୟନ୍ତ ସେ ଯେତେବେଳେ ବି ସମୟ ପାଉଥିଲେ ମାମୁଘରକୁ ଛୁଟି ଯାଉଥିଲେ। ସେ ଥିଲେ ପରିବାରର ସବା ସାନ ପୁଅ। ତାଙ୍କର ପାଠପଢ଼ା ଗ୍ରାମର ସ୍କୁଲ୍‌ରେ ହୋଇଥିଲା। ବଡ଼ ହୋଇ ଅକ୍ସଫୋର୍ଡ଼ ୟୁନିଭର୍ସିଟିରେ ନାଚୁରାଲ୍‌ ସାଇନ୍ନ ବା ପ୍ରାକୃତିକ ବିଜ୍ଞାନ ଉପରେ ଉଚ୍ଚତର ଅଧ୍ୟୟନ କରିଥିଲେ। ବିଶ୍ୱ ତାଙ୍କୁ ଜଣେ ଔପନ୍ୟାସିକ ଭାବରେ ସମ୍ମାନ ଦେଉଥିଲେ ମଧ୍ୟ କବିତା ରଚନାରୁ ଆରମ୍ଭ ହୋଇଥିଲା ତାଙ୍କର ଲେଖକୀୟ ଜୀବନ। ଏମିତି କି ତାଙ୍କର ପ୍ରଥମ ପ୍ରକାଶିତ ବହି ହେଉଛି କବିତା ସଂକଳନ।

କ୍ୟାରିଅର : ସବୁବେଳେ ଦେଶ ପାଇଁ କିଛି ନା କିଛି କରିବାକୁ ଆଗଭର ଥିଲେ ଗୋଲ୍‌ଡିଂ। ସେଥିଲାଗି ସେ ନେଭିରେ ଯୋଗ ଦେଇଥିଲେ। ଯୋଗକୁ ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମଗ୍ର ବିଶ୍ୱକୁ ଭୟଭୀତ କରି ରଖିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧର ରକ୍ତପାତ ତାଙ୍କ ଭିତରେ ମୋହଭଙ୍ଗ ଛାଇଦେଲା। ସେଠାରେ ରହିବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ଅତଃ ସେ ସେନାବାହିନୀରୁ ଓହରି ଆସି ଶିକ୍ଷାକ୍ଷେତ୍ରରେ ଯୋଗଦେଲେ। ଅଧ୍ୟାପନା କରିବା ସହିତ ଲେଖାଲେଖି ମଧ୍ୟ ଆରମ୍ଭ କରିଦେଲେ। ଆଗରୁ ତ ଲେଖୁଥିଲେ। ମାତ୍ର ଶିକ୍ଷକତାକୁ ଆସିବା ପରେ ତାହା ବହୁଗୁଣିତ ହୋଇ ଉଠିଲା। ୧୯୬୪ରେ ସେ ପ୍ରକାଶ କଲେ ତାଙ୍କର ତୃତୀୟ ଉପନ୍ୟାସ ‘ଦି ସ୍ପାୟାର’। ଅବଶ୍ୟ ଏହା ତାଙ୍କୁ ସଫଳତା ଦେଇପାରିଲା ନାହିଁ। ସେ ମିଶ୍ରିତ ଫଳ ପାଇଁ ସନ୍ତୁଷ୍ଟ ରହିଲେ। ଏହାର ଫଳସ୍ବରୂପ ଆର୍ଥତ୍କ ସଂକଟ ବୋଝ ଭଳି ଲଦି ହୋଇଗଲା।

ସଫଳତା : ୧୯୫୩ ମସିହା ସେପ୍ଟେମ୍ବର ମାସରେ ଗୋଲ୍‌ଡିଂ ଲଣ୍ଡନ୍‌ର ‘ଫେବର ଆଣ୍ଡ ଫେବର’ ପ୍ରକାଶନୀକୁ ଏକ ଉପନ୍ୟାସ ପଠାଇଲେ। ମାତ୍ର ତାହାକୁ ସେମାନେ ଫେରେଇ ଦେଲେ। ତେବେ ଏହାପଛରେ ନିୟତିର କିଛି ଲୁକ୍‌କାୟିତ ନିର୍ଦ୍ଦେଶ ଥିଲା ବୋଧହୁଏ। କାରଣ ଯେଉଁ ବହିଟି ପ୍ରତ୍ୟାଖ୍ୟାନର ଶିକାର ହୋଇଥିଲା ତାହା ଥିଲା ‘ଲର୍ଡ ଅଫ୍‌ ଦି ଫ୍ଲାଇଜ୍‌’। ଏହି ବହି ହିଁ ନୋବେଲ ପୁରସ୍କାର ପାଇ ଗୋଲଡିଂଙ୍କୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଆଣି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri