Posted inଖେଳ

‘ବ୍ଲାକ୍‌ ଲିଭ୍ସ ମ୍ୟାଟର’ ଲୋଗୋ ବ୍ୟବହାର କରିବେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ମାଞ୍ଚେଷ୍ଟର, ୩୦ା୬ (ପି.ଟି.): ଆଗକୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବେଳେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଖେଳାଳିଙ୍କ ଶାର୍ଟ କଲର୍‌ରେ ଏକ ଭିନ୍ନ ଧରଣର ଲୋଗୋ ଦେଖିବାକୁ ମିଳିବ। ସେଥିରେ ଲେଖାଥିବ ‘ବ୍ଲାକ୍‌ ଲିଭ୍ସ ମ୍ୟାଟର’। କ୍ରୀଡ଼ାରେ ବର୍ଣ୍ଣବାଦ ବିରୋଧରେ ପ୍ରତିବାଦ ସ୍ବରୂପ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ଏହି ଲୋଗୋ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ନିକଟରେ ଆମେରିକାରେ ପୋଲିସ ନିର୍ଯାତନାରେ ଜର୍ଜ ଫ୍ଲଏଡ୍‌ ନାମକ ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ଘଟଣାରେ ବିଶ୍ୱବ୍ୟାପୀ ବିଭିନ୍ନ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସମାଜରୁ ବର୍ଣ୍ଣବାଦ ଏବେ ସୁଦ୍ଧା ଦୂର ହୋଇ ନ ଥିବା ପ୍ରମାଣିତ କରୁଛି। ଏଥିପାଇଁ ଆମେ ସମସ୍ତେ ମିଳିମିଶି ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍‌ଡର କହିଛନ୍ତି। ଲୋଗୋର ଡିଜାଇନ୍‌ କରିଛନ୍ତି ଆଲିଶା ହୋସାନା। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଏହା ମଧ୍ୟ ଅନୁମୋଦନ ଲାଭ କରିସାରିଛି। ପ୍ରିମିୟର ଲିଗ୍‌ ଫୁଟ୍‌ବଲ ଚଳିତମାସ ପ୍ରଥମ ଭାଗରେ ଆରମ୍ଭ ହୋଇଛି। ଏଥିରେ ଭାଗ ନେଉଥିବା ସମସ୍ତ ୨୦ଟି କ୍ଲବ ସିଜନର ଅବଶିଷ୍ଟ ମ୍ୟାଚ୍‌ରେ ଏହି ଲୋଗୋ ବ୍ୟବହାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବର୍ନ,୨୩।୧୨: ଭାରତୀୟ ଦଳ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଡିସେମ୍ବର ୩୦ରେ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଭାରତୀୟ ଶିବିରରେ ଯୋଗଦେବେ।...

ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା: ନିଗୋମବାମ୍‌ ଦାୟିତ୍ୱ ନେବେ

ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା: ନିଗୋମବାମ୍‌ ଦାୟିତ୍ୱ ନେବେ ନୂଆଦିଲ୍ଳୀ,୧୦।୭(ପି.ଟି.): ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ମୁସ୍ତାକ...

ପନ୍ତଙ୍କ ସହ ଧୋକା:୧.୫ କୋଟି ଟଙ୍କା ଠକି ନେଲେ ସାଥୀ କ୍ରିକେଟର୍‌

ମୁମ୍ବାଇ,୨୪।୫: ଜଣେ ହରିୟାଣା କ୍ରିକେଟର ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କଠାରୁ ୧.୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। ସେହି କ୍ରିକେଟରଙ୍କ ନାମ ହେଉଛି...

ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଲା ନ୍ୟୁଜିଲାଣ୍ଡ

ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଦ୍ୱିତୀୟ ଦିନ ସୁଦ୍ଧା ସୁବିଧାଜନକ ସ୍ଥିତିରେ ଥିବା ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଛି ନ୍ୟୁଜିଲାଣ୍ଡ।...

ବାରବାଟୀରେ ୧୪୮ ରନ୍‌ରେ ଅଟକିଲା ଭାରତ

କଟକ ଅଫିସ,୧୨।୬: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ...

ଏମ୍‌ପି ପଦ ପାଇବା ପରେ ଏବେ କମେଣ୍ଟ୍ରି କରିବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୬: କ୍ରିକେଟ ପଡ଼ିଆରୁ ରାଜନୀତିରେ ପାଦ ଦେଇଥିବା କ୍ରିକେଟର ଗୌତମ ଗମ୍ଭୀର ଏବେ କମେଣ୍ଟ୍ରି କରିବେ। ଜୁନ୍‌ ୯ ରବିବାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ସେ ଷ୍ଟାର...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପାଖରେ ରିକ୍ସା ଭଡ଼ା ଦେବାକୁ ନ ଥିଲା ଟଙ୍କା, ପୁଅର ଭାରି ବ୍ୟାଗ୍‌ ଧରି ୮ କି.ମି. ଚାଲି ଚାଲି ଯାଉଥିଲେ ମା’

ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଟାର୍ଗେଟରେ ଆସିଯାଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ସବୁଆଡ଼େ...

ଓସିଏଲ୍‌ ୨୦୨୩: ପୁମାସ୍‌, ଚିତାସ୍‌ ବିଜୟୀ

ଭୁବନେଶ୍ୱର, ୧୪ା୬ (ସରୋଜ ଜେନା) ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌)୨୦୨୩ର ଦ୍ୱିତୀୟ ଦିନର ଖେଳରେ ବିଜୟୀ ହୋଇଛନ୍ତି ଓଡ଼ିଶା...

Advertisement
Archives

Model This Week