ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ, ଶିକ୍ଷକ ସମ୍ମିଳନୀ ସହ ବିଇଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ଲେଫ୍ରିପଡା,୧।୩(ଡି.ଏନ.ଏ)-ସୁନ୍ଦରଗଡ ଜିଲା ଲେଫ୍ରିପଡା ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ ଶିକ୍ଷକ ସମ୍ମିଳନୀ ଏବଂ ବ୍ଲକଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଯୋଗଦାନ କରି ଶିକ୍ଷକ ସବୁବେଳେ ନମସ୍ୟ ବୋଲି କହିଥିଲେ। ଏହା ବ୍ୟତୀତ ସୁନ୍ଦରଗଡ ଜିଲା ଶିକ୍ଷା କ୍ଷେତ୍ରରେ ଗୋଟିଏ ଅଗ୍ରଣୀ ଜିଲା ହୋଇପାରିଛି। ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ବୋଲି ମତାମତ ପ୍ରଦାନ କରିଥିଲେ। ବିଗତ ଦିନ ଧରି ଶିକ୍ଷା ବିଭାଗରେ କାର୍ଯ୍ୟକରିଥିବା ଲେଫ୍ରିପଡା ବ୍ଲକ୍‌ ଶିକ୍ଷା ଅଧିକାରୀ ହରେକୃଷ୍ଣ ପୁରୋହିତଙ୍କ କାର୍ଯ୍ୟକାଳ ଅବସର ହୋଇଥିବାରୁ ଆଗାମୀ ଦିନରେ ପୁରୋହିତଙ୍କ ଜୀବନର ଚଲାପଥ କୁସୁମିତ ହେଉ ବୋଲି ଭଗବାନଙ୍କୁ କାମନା କରିଥିଲେ। ଲେଫ୍ରିପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ହାଁସଦା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଶିକ୍ଷୟିତ୍ରୀ ଶିକ୍ଷକମାନେ ଆଗାମୀ ଦିନରେ ବିଭିନ୍ନ ଶୈଳୀରେ ପିଲା ମାନଙ୍କୁ ଏକ ସୁତ୍ରରେ ବାନ୍ଧି ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ। ସୁନ୍ଦରଗଡ ଜିଲାପାଳଙ୍କ ଶିକ୍ଷା ବିଭାଗର ଉପଦେଷ୍ଟା ଅକ୍ଷୟକୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଦ୍ୟାଳୟରେ ଜ୍ଞାନଆହରଣ ସକାଶେ କେବଳ ପଢାବହିକୁ ଛାଡି ଅନ୍ୟାନ୍ୟ ଲାଇବ୍ରେରୀ ପୁସ୍ତକ ପଢିବା ନିହାତି ଜରୁରୀ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲା ଶିକ୍ଷକ ସଂଘର ହୋତେଶ୍ୱର ଶେଖର ଦେଓ ଏବଂ ଗୋବିନ୍ଦ ଚନ୍ଦ୍ର ସୁଆର ଯୋଗଦାନ କରି ଶିକ୍ଷକଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଆଲୋଚନା କରିଥିଲେ। ପରେ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଉପଢୌକନ ଏବଂ ଫୁଲତୋଡା ଦେଇ ସମସ୍ତ ଅତିଥି ସମ୍ବର୍ଦ୍ଧନା କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ୍‌ ଶିକ୍ଷକ ସଂଘ ପକ୍ଷରୁ ସୁଶିଲ କୁମାର ପୃଷେଠ୍‌ ବ୍ଲକ୍‌ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପାଠ କରିଥିଲେ। ଶିକ୍ଷକ ମାନଙ୍କ ଦ୍ୱାରା ବିଭିନ୍ନ ସମସ୍ୟା ଉପରେ ଶିକ୍ଷକ ବୀର କିଶୋର ମିଶ୍ର ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଲେଫ୍ରିପଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ବନମାଳୀ ବାଗ୍‌ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଲେଫ୍ରିପଡା ଏବିଇଓ, ସିଆରସିସି,ଏବଂ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିର୍ଲିଗୁଡ଼ା-ମାଝିଗୁଡ଼ା ସେତୁ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ

ଡାବୁଗାଁ, ୧୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ଅଧୀନ ଗିର୍ଲିଗୁଡ଼ା-ମାଝିଗୁଡ଼ା ଗ୍ରାମ ମଧ୍ୟରେ ଥିବା ଏକ ନାଳ ଉପରେ ପୋଲ ନିର୍ମାଣ ପାଇଁ...

ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ: ମହିଳାଙ୍କ ଧାରଣା

ବାଲିକୁଦା,୧।୨(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ପଞ୍ଚାୟତର ବଡ ଅସିଲୋ ଗ୍ରାମର ବିଭିନ୍ନ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମର ମହିଳାମାନେ...

ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ସ୍ଥାନ ନିରୂପଣକୁ ବିରୋଧ: ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- କେନ୍ଦୁଝର ପାୈରପାଳିକା ପକ୍ଷରୁ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପକୁ ପୁରୁଣା ସହରର ବସଷ୍ଟାଣ୍ଡ ନିକଟରେ ପ୍ରତିଷ୍ଠା କରିବା ନିଷ୍ପତ୍ତିକୁ ନେଇ ବିବାଦ...

ଜନତା କର୍ଫ୍ୟୁ: ଜୟପୁର ସହର ଶୂନ୍‌ଶାନ୍‌

ଜୟପୁର,୨୨।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହର ଜନତା କର୍ଫ୍ୟୁ ଲାଗି ରବିବାର ପୂର୍ବାହ୍ନ ୭ଟାରୁ ଶୂନ୍‌ଶାନ୍‌ ହୋଇଯାଇଥିଲା। ଦୂରରୁ ଆସିଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ପହଞ୍ଚିଥିବା ବେଳେ...

ପୋଲିସ ଅଧିକାରୀ, ତାଙ୍କ ସ୍ତ୍ରୀ କରୋନା ପିଜିଟିଭ୍‌ ଚିହ୍ନଟ ଘଟଣା: ସିଡିଏ ସେକ୍ଟର-୯ରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା, ସ୍ବାବ ସଂଗ୍ରହ

କଟକ ଅଫିସ,୧।୭: କଟକ ସହରର ସିଡିଏ ସେକ୍ଟର-୯କୁ କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କ...

ଜାତୀୟ ପତାକାକୁ ଅସମ୍ମାନ

ମାଧପୁର,୨୭।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଜାତୀୟ ପତାକା ଲାଗିଥିବାର ଦେଖିବାକୁ...

ଉଦୟପୁରରେ କଙ୍ଗାରୁ କୋର୍ଟ

ନୟାଗଡ଼ ଅଫିସ,୨୧ା୧୧: ନୟାଗଡ଼ ସଦର ଥାନା ଅଧୀନ ଦୁର୍ଦ୍ଦୁରା ପଞ୍ଚାୟତର ଉଦୟପୁର ଗାଁରେ କଙ୍ଗାରୁ କୋର୍ଟର ଜୁଲମ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଛି। ଗାଁରେ ଖଟ...

ମନ୍ଦିର ଢାଞ୍ଚାରେ ପୂଜାମଣ୍ଡପ

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଗୋବିନ୍ଦତୋଳା ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ୫୪ବର୍ଷରେ ପଦାର୍ପଣ କରିଛି। ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମନ୍ଦିର ଢ଼ାଞ୍ଚାରେ ପୂଜାମଣ୍ଡପ ତିଆରି ଚାଲିଛି।...

Advertisement
Archives

Model This Week