ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରେ କାଠମାଫିଆ ସକ୍ରିୟ: ଶାଳଗଣ୍ଡି ସହ ଟ୍ରାକ୍ଟର, କଟର ମେଶିନ ଜବତ କଲା ବନବିଭାଗ

ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା ବିଟ-୧ର ଜଳତାପ ଗ୍ରାମ ନିକଟସ୍ଥ ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରୁ ୫ ଖଣ୍ଡ ଶାଳଗଣ୍ଡି ସହିତ ଟ୍ରକ୍ଟର ଓ କଟର୍‌ ମେଶିନ ଶନିବାର ବନବିଭାଗ ଜବତ କରିଛି।

ସୂଚନାନୁଯାୟୀ, ଛେଣ୍ଡିପଦା ବନାଞ୍ଚଳର କୋଶଳା ସେକ୍ସନ ବିଟ କର୍ମଚାରୀମାନେ ଶୁକ୍ରବାର ରାତିରେ ବ୍ରାହ୍ମଣବିଲ ଗ୍ରାମ ଦେଇ ପେଟ୍ରୋଲିଂରେ କରୁଥିବା ବେଳେ ସଂରକ୍ଷିତ ଜଙ୍ଗଲରୁ ଏକ ଟ୍ରାକ୍ଟରରେ ଶାଳକାଠ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥଲେ। ବନବିଭାଗକୁ ଦେଖି ସଂରକ୍ଷିତ ଜଙ୍ଗଲରେ ମାଫିଆମାନେ ଟ୍ରାକ୍ଟର ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବନବିଭାଗ ଉକ୍ତ ଟ୍ରାକ୍ଟର ସମେତ ସେଥିରେ ଥିବ ୫ ଖଣ୍ଡ ଶାଳକାଠ ଜବତ କରିବା ସହିତ କାଠ କାଟିବା ପାଇଁ ବ୍ୟବହୃତ ହେଉଥିବା କଟର ମେଶିନକୁ ଜବତ କରିଥିଲେ। ବନବିଭାଗ ଉକ୍ତ ଗାଡିକୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିବା ବେଳେ କିଛି ଗ୍ରାମବାସୀ ବନବିଭାଗ କର୍ମଚାରୀମାନଙ୍କୁ ରାସ୍ତାରେ ଅଟକାଇ ଟ୍ରାକ୍ଟରକୁ ଛାଡିବା ସହିତ ଉକ୍ତ ଘଟଣାକୁ ଚପାଇ ଦେବା ପାଇଁ ଚେଷ୍ଟା କରିଥିଲେ। ବନାଞ୍ଚଳ ଅଧିକାରୀ ଗ୍ରାମବାସୀଙ୍କୁ ବୁଝାଇ ଜବତ ହୋଇଥିବା ଗାଡି ଓ ଶାଳକାଠକୁ ବନାଞ୍ଚଳ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ଏ ନେଇ ଫରେଷ୍ଟର ପ୍ରତାପ ପ୍ରଧାନ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ଏ ନେଇ ବନାଞ୍ଚଳ ଅଧିକାରୀ ମନମୋହନ ସ୍ବାଇଁ କୁହନ୍ତି ଚୋରା ଚାଲାଣ ବେଳେ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରାଯାଇଛି। ଉକ୍ତ ଟ୍ରାକ୍ଟରର ସମ୍ପର୍କରେ ସବିଶେଷ ତଥ୍ୟ ନିମନ୍ତେ ଆଞ୍ଚଳିକ ପରିବହନ କର୍ଯ୍ୟାଳୟକୁ ଚିଠି କରାଯାଇଛି। ସେଠାରୁ ତଥ୍ୟ ମିଳିବା ପରେ କାଠ ମାଫିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି କାଠ ମାଫିଆମାନେ ଜଙ୍ଗଲରୁ ଦୁଇଟି ୪୦ବର୍ଷରୁ ଊଦ୍ଧର୍‌ବ ଶାଳଗଛ କାଟି ୨୪ ସିଫ୍ଟ ଶାଳ କାଠ ଗଣ୍ଡି ଚୋରି କରି ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପରେ ସାଂଘାତିକ ‘ହିଟ୍‌-ଡୋମ୍‌’

ଲଣ୍ଡନ, ୨୫ା୬ (ଏପି): ସମଗ୍ର ପଶ୍ଚିମ ୟୁରୋପରେ ସୃଷ୍ଟି ହୋଇଥିବା ‘ହିଟ୍‌-ଡୋମ୍‌’ (ଉତ୍ତପ୍ତ ବାୟୁ ବଳୟ) ଯୋଗୁ ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍‌ ଭଳି ପ୍ରମୁଖ…

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାକୁ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଦିନିକିଆ ଗସ୍ତରେ ଆସିଥିଲେ। ଏହି ସମୟରେ ଭବାନୀପାଟଣା ସ୍ଥିତ ଜିଲା…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri