ବ୍ରାଉନସୁଗାର ପରେ ଟାର୍ଗେଟରେ କୋଲ୍‌ ମାଫିଆ

ଅନୁଗୋଳ ଅଫିସ୍‌, ୨୬ା୧ – ଅନୁଗୋଳ ଜିଲାକୁ ଅପରାଧ ମୁକ୍ତ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ଉପାନ୍ତରୁ ସହର, ଗ୍ରାମାଞ୍ଚଳରୁ ନଗର ଯାଏ ଆପରାଧିକ କାର୍ଯ୍ୟକଳାପର ଡାଟା ବେସ୍‌ ପ୍ରସ୍ତୁତ କରୁଛି ପୋଲିସ। ବିଶେଷ କରି ଖାକି ଟାର୍ଗେଟରେ ଏବେ ରହିଛନ୍ତି ଧଳା ଜହର ବ୍ୟବସାୟୀ ଏବଂ କୋଲ୍‌ ମାଫିଆ। ଆପରାଧିକ କାର୍ଯ୍ୟକଳାପ ଦମନ ସହ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ଏପରି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ଏସ୍‌ପି ଜଗମୋହନ ମୀନା।
୨୦୧୯ ଅଗଷ୍ଟ ୨୩ରେ ଜିଲା ପୋଲିସର ମଙ୍ଗ ଧରିଥିଲେ ଏସ୍‌ପି ମୀନା। ଏହା ପରଠାରୁ ଆରମ୍ଭ ହୋଇଛି ଅପରାଧୀଙ୍କ ଡାଟା ବେସ୍‌ ପ୍ରସ୍ତୁତି। ଅଦ୍ୟାବଧି ଚୋରି, ରାହାଜାନି, ଲୁଟ, ଡକାୟତି ଭଳି ଅପରାଧରେ ସମ୍ପୃକ୍ତ ୨୬୦ ଜଣଙ୍କ ଡାଟାବେସ୍‌ ପ୍ରସ୍ତୁତ ସରିଲାଣି। ଜିଲାର ଲୁଟେରାଙ୍କ ସହ ଜିଲା ବାହାରୁ ଆସୁଥିବା ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଅପରାଧ ଦମନ ସମ୍ପର୍କରେ ସୂଚନା ଦେଇ ଏସ୍‌ପି କହିଛନ୍ତି, କୌଣସି ଅପରାଧୀଙ୍କ ପ୍ରତି ପୋଲିସ କୋହଳ ମନୋଭାବ ପୋଷଣ କରିବ ନାହିଁ। ଜିଲାରେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି। ଲୋକମାନେ ନିଜ ହକ୍‌ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ କୌଣସି ସମସ୍ୟା ନାହିଁ। ହେଲେ ଆକ୍ରୋଶମୂଳକ ମନୋଭାବ ନେଇ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁଗୋଳ ସହରକୁ ଧଳା ଜହର ହବ୍‌ କରିଥିବା ବ୍ରାଉନ୍‌ ସୁଗାର ମାଫିଆଙ୍କୁ ରୋକିବାକୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଅଦ୍ୟାବଧି ବ୍ରାଉନସୁଗାର ଏବଂ କଫ ସିରପ୍‌ ବ୍ୟବସାୟୀଙ୍କ ବିରୋଧରେ ୧୦ମାମଲା ରୁଜୁ କରାଯାଇଛି। ଏପରି ନିଶା କାରବାରରେ ସମ୍ପୃକ୍ତ ୨୪ଜଣ ବନ୍ଧା ହେଲେଣି। ୮ଜଣଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଜବତ କରାଯାଇଛି। ଏବେ ନିଶା ବ୍ୟବସାୟୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ସେହିପରି କୋଲ୍‌ମାଫିଆଙ୍କୁ ଧରିବାକୁ ମଧ୍ୟ ସ୍ବତନ୍ତ୍ର ଜାଲ ବିଛାଯାଇଛି। ଚୋରା କୋଇଲା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ୧୮ଜଣଙ୍କୁ ଗିରଫ କରାଯାଇଛି। ଅନୁଗୋଳ, ବଅଁରପାଳ, ବିକ୍ରମପୁର, ଜରପଡ଼ା, କୋଲିୟାରୀ, ତାଳଚେର ଏବଂ ଛେଣ୍ଡିପଦା ଥାନା ଅଞ୍ଚଳରେ ସମ୍ପୃକ୍ତ କୋଇଲା ମାଫିଆ ଧରାପଡ଼ିଛନ୍ତି। କୋଇଲା ଚାଲାଣରେ ବ୍ୟବହୃତ ବହୁ ଟ୍ରକ୍‌, ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି। ଜିଲାରେ ଚାଲିଥିବା ଚୋରା କୋଇଲା ମାଫିଆଙ୍କ କିଙ୍ଗପିନ୍‌ଙ୍କୁ ସାବାଡ୍‌ କରିବାକୁ ପଦକ୍ଷେପ ନିଆଯାଉଛି। ଅପରାଧର ମୂଳୋତ୍ପାଟନ ସହ ଚୋରା ବନ୍ଧୁକ କାରବାର ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ କରୁଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଭାଙ୍କୁ ମିଳିବ ପ୍ରୋତ୍ସାହନ

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୨୧ା୧୨: ଆଗକୁ ବଢ଼ିବ ଅନୁଗୋଳ କ୍ରିକେଟ। ପଞ୍ଚାୟତସ୍ତରରୁ ଖୋଜାଯିବେ ଉପଯୁକ୍ତ ପ୍ରତିଭା। ଅଭିଜ୍ଞତା ବଢ଼ାଇବାକୁ ନିୟମିତ ହେବ ବଡ଼...

ଲମ୍ବୁଛି ଚୋରା ମଦ ଚେର

ବଇଣ୍ଡା,୧୮ା୧୨(ପରିକ୍ଷିତ ସାହୁ) ଚୋରା ମଦ କାରବାର ରୋକିବାକୁ ସ୍ବତନ୍ତ୍ର ଅବକାରୀ ଥାନା ପ୍ରତିଷ୍ଠା ହୋଇଛି। ଅବକାରୀ ବିଭାଗ ସହ ପୋଲିସ ମିଳିତ ପଦକ୍ଷେପ ନେଉଛି। ନୂତନ...

ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ର ଖବରଦାତା ସମ୍ମିଳନୀ: ସ୍ଥାନୀୟ ଲୋକଙ୍କୁ ହତାଦର ଅଭିଯୋଗ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଓ ତାଳଚେର ଅଞ୍ଚଳର ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ କର୍ମକର୍ତ୍ତାମାନେ ଲୋଡିଂ ବ୍ୟବସ୍ଥାକୁ ନେଇ ଖୁସି ନୁହନ୍ତି। ତାଳଚେର...

ସରକାରୀ କ୍ୱାରିରୁ ବଢୁଛି ଚୋରି

ଅନୁଗୋଳ ଅଫିସ, ୧୫ା୭ ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ସରକାରୀ ପଥର କ୍ୱାରିରୁ ବଢ଼ୁଛି ଚୋରି। ଉକ୍ତ କ୍ୱାରିର ନିଲାମ ଅବଧି ଶେଷ ହୋଇଯାଇଥିଲେ...

ପାଣି ପଏଣ୍ଟରେ ଟ୍ୟାପ୍‌ ନାହିଁ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ବଅଁରପାଳ,୨।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ତଳମୂଳ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ପାନୀୟ ଜଳ ମୁନ୍ଦେ ପାଇଁ ଅନେକ...

ମିଳୁନି ଆବଶ୍ୟକ କୋଇଲା: ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭ା୯(ନି.ପ୍ର.) ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ...

ଝଡ଼ତୋଫାନ, କୁଆପଥର ବର୍ଷା

ଆଠମଲ୍ଲିକ, ୪ା୩(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସହରରେ ବୁଧବାର ଅପରାହ୍ନରେ ହଠାତ୍‌ ପ୍ରବଳ ବେଗରେ ପବନ ମାଡ଼ିଆସିବା ସହ କୁଆପଥର ବର୍ଷା ହୋଇ ବ୍ୟାପକ...

ବ୍ୟାପୁଛି ଜଙ୍ଗଲ ନିଆଁ

ଛେଣ୍ଡିପଦା,୨୧।୪(ସ୍ବ.ପ୍ର.):  ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଚାଲିଛି ମୂଲ୍ୟବାନ ବନ୍ୟ ସମ୍ପଦ। ବହୁ ଜୀବଜନ୍ତୁଙ୍କ ଜୀବନହାନି ଆଶଙ୍କା ମଧ୍ୟ କରାଯାଉଛି।...

Advertisement
Archives

Model This Week