ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୨ ଗିରଫ

ବାରିପଦା ଅଫିସ, ୧୫ା୩- ମୟୂରଭଞ୍ଜ ଜିଲାରେ ବ୍ରାଉନ ସୁଗାର ର଼୍ୟାକେଟ ସକ୍ରିୟ ଥିବା ସୂଚନା ମିଳିଛି। ଶନିବାର ବାରିପଦା ଟାଉନ ପୋଲିସ ଚଢ଼ାଉ କରି ୧୦.୦୯ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରି ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାରିପଦା ଶୂନଗାଡ଼ିଆର କୁନି ଘଡ଼େଇ ଓ ସୁନ୍ଦରଗଡ଼ ଟାଉନ ଥାନା ରାଣୀବଗିଚାର ଜ୍ଞାନରଞ୍ଜନ ବେହେରା (୨୬) । ପୋଲିସ ଏହି ସୂଚନା ଦେଇ କହିଛି ଯେ, ସ୍ଥାନୀୟ ସହରରେ ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ମିଳିବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ପେଶାଲ୍‌ ସ୍କ୍ବାର୍ଡ଼ ବାରିପଦା ଟାଉନ ପୋଲିସ ସହାୟତାରେ ଶୂନଗାଡ଼ିଆ ଗଳାପୋଲ ନିକଟରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ଜ୍ଞାନରଞ୍ଜନ ସୁନ୍ଦରଗଡ଼ରୁ ବାରିପଦାର କୁନିଙ୍କ ନିକଟକୁ ବ୍ରାଉନ ସୁଗାର କିଣିବା ପାଇଁ ଆସିଥିଲେ। ଉଭୟଙ୍କୁ ପୋଲିସ ଧରି ଜେରା କରିବା ପରେ ଜଳେଶ୍ୱରରୁ ବାରିପଦା ବ୍ରାଉନସୁଗାର ଅଣାଯାଇ ସୁନ୍ଦରଗଡ ସମେତ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ଜଣାପଡିଛି। ଏ ନେଇ ପୋଲିସ ଏକ ମାମଲା (ନଂ. ୧୫୫/୨୦ରେ ରୁଜୁ କରି ଗିରଫ ୨ ଜଣଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଠାକୁରମୁଣ୍ଡା,୨୩ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ତରାମରା ନାଳ ପୋଲ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବରଯାତ୍ରୀ ନେଇ ଫେରୁଥିବା ବୋଲେରୋଟି ରାସ୍ତାକଡ଼...

ବାଘଡାରୋଡ଼ରୁ ହଟିଲା ବେଆଇନ ଘରୋଇ ବସ୍‌ ପାର୍କିଂ

ବାରିପଦା ଅଫିସ,୩୧ା୧୦- ବାରିପଦା ସହରର ବ୍ୟସ୍ତ ବହୁଳ ସତ୍ୟସାଇ ଛକ ତଥା ବାଘଡା ରୋଡ଼ରେ ହେଉଥିବା ବେଆଇନ ଘରୋଇ ବସ୍‌ ପାର୍କିଂକୁ ବୁଧବାର ସାରେ ହଟାଯାଇଛି।...

ଜେଲ୍‌ ଗଲେ ନକଲି ସୋରିଷ ତେଲ କାରଖାନା ଚଳାଉଥିବା ଦମ୍ପତି

ଉଦଳା, ୧୦।୧୧ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା ଉଦଳା ଥାନାଠାରୁ ମାତ୍ର ଦେଢ କି.ମି. ଦୂର ଏନଏସି ଅଧୀନ ୧୨ ନଂ ୱାର୍ଡରେି ଚାଲିଥିବା ନକଲି...

୨୫ରେ ମୟୂରଭଞ୍ଜ ବନ୍ଦ

ବାରିପଦା ଅଫିସ,୨୪।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ସମୟରେ ଶୁକ୍ରବାର ଭାଜପା କର୍ମୀମାନଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଭାଜପା ପକ୍ଷରୁ...

କାୟା ବିସ୍ତାର କରୁଛି ଜଣ୍ଡିସ୍‌ : ୨୦ ଆକ୍ରାନ୍ତ

ଉଦଳା,୫ା୩(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ନୂଆସାହି ଗ୍ରାମରେ ଜଣ୍ଡିସ୍‌ ଆତଙ୍କ ଦେଖାଦେଇଛି। ଗ୍ରାମର ୨୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏହି...

ଧାନକ୍ଷେତରେ ହାତୀପଲ

ବାରିପଦା ଅଫିସ/ଠାକୁରମୁଣ୍ଡା, ୩୧।୧୦ଡି.ଏନ.ଏ.)  ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନରେ ଥିବା ଦୁଧିଆଣୀ ଓ କରଞ୍ଜିଆ ରେଞ୍ଜରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି ଚଳାଇଛନ୍ତି। ଖାଦ୍ୟ ଅନ୍ବେଷଣରେ...

ଠକି ନେଲେ ୧୦ଲକ୍ଷ

ବାରିପଦା ଅଫିସ,୬।୧:  ଏକ କମ୍ପାନୀର ରିଟେଲର ହେବା ପାଇଁ ବାରିପଦା ୱାର୍ଡ ନଂ.୫ର ବିକାଶ ଚନ୍ଦ୍ର ଶାହା ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ...

ଅନ୍ତେବାସୀଙ୍କୁ ପୋକରା ଚାଉଳ

ବାରିପଦା ଅଫିସ,୧୮ା୯-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ(ଏସ୍‌ଏସ୍‌ଡି) ଅଧୀନରେ ଥିବା ୩ଶହ ଛାତ୍ର ଓ ୨ଶହ ଛାତ୍ରୀ ଶଯ୍ୟା ବିଶିଷ୍ଟ ସୀମାନ୍ତ ଉଚ୍ଚ ବିଦ୍ୟାଳୟ...

Advertisement
Archives

Model This Week