ବ୍ରହ୍ମପୁରରେ ପୋଲିସ ଡିଜି: ଅପରାଧ ସ୍ଥିତି, ମାଓବାଦୀ ଗତିବିଧି, ୫ଟି ଉପରେ ସମୀକ୍ଷା

ବ୍ରହ୍ମପୁର ଅଫିସ,୯ା୨-ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୫ ପୋଲିସ ଜିଲାର ଏସ୍‌ପିଙ୍କୁ ନେଇ ବୈଠକ କରିଛନ୍ତି। ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହିତ ମାଓବାଦୀ ଗତିବିଧି, ଅପରାଧ ସ୍ଥିତି ଓ ମୋ’ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ୫ଟିର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ସେହିପରି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ମାଓବାଦୀ ମୁକାବିଲା, ଗୋଇନ୍ଦା ସଂସ୍ଥା କାର୍ଯ୍ୟକାରିତାକୁ ନେଇ ଡିଜିପି ଅଭୟ ଆଲୋଚନା କରିଥିଲେ। ଅନ୍ୟପଟେ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲାଗୁଡିକର ଠିକ୍‌ ତଦନ୍ତ କରିବା ସହିତ ଦଣ୍ଡବିଧାନ କିପରି ବୃଦ୍ଧି କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷକରି କନ୍ଧମାଳ ଓ ଗଜପତି ଜିଲାରେ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଏଥିରେ ଏଡିଜେ (ଗୋଇନ୍ଦା) ରାଧାକୃଷ୍ଣ ଶର୍ମା, ଡ଼ିଆଇଜି ସ୍ପେସାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ) ଜୟନାରାୟଣ ପଙ୍କଜ, ଡିଆଇଜି ସ୍ପେସାଲ ଇଣ୍ଟିଲିଜେନ୍ସି(ଏସ୍‌ଆଇଡବ୍ଲ୍ୟୁ) ଅନିରୁଦ୍ଧ ସିଂ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ, ଗଜପତି ଏସ୍‌ପି ସାରା ଶର୍ମା, ବୌଦ୍ଧ ଏସ୍‌ପି ଭି.ରଘୁନାଥ ରାଓ ଓ ଏଏସ୍‌ପି ପ୍ରୋବେଶନ ଅଭିଳାଷ ଜି. ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଆଇନ ସଂଶୋଧନ ଯୋଜନା:  ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ବିକ୍ଷୋଭ

ଭଞ୍ଜନଗର,୨୮।୯(ଡି.ଏନ.ଏ.)-୧୯୨୭ ମସିହା ଜଙ୍ଗଲ ଜମି ଆଇନକୁ କେନ୍ଦ୍ର ସରକାର ସଂଶୋଧନ କରିବାକୁ ଯାଉଛନ୍ତି। ଉକ୍ତ ଆଇନ କାର୍ଯ୍ୟାକାରୀ ହେଲେ ଦେଶରେ ୧୧ଲକ୍ଷ ଆଦିବାସୀ ପରିବାର ଜଙ୍ଗଲ...

ବାହାଘର ୨ମାସ ପରେ ନାବାଳିକା ଉଦ୍ଧାର: ଶିକ୍ଷୟିତ୍ରୀଙ୍କ ଟୁଇଟ୍‌ ପରେ ଘଟଣାର ପର୍ଦ୍ଦାଫାଶ

ସୋରଡା,୧ା୧୨(ଡି.ଏନ୍‌.ଏ.)- ପୁରୀ ଜିଲା ପିପିଲି ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ୨ ମାସ ହେଲା ସ୍କୁଲକୁ ଆସୁ ନଥିଲେ। ଶିକ୍ଷୟିତ୍ରୀ ଜାଣିଲେ...

କର୍ନାଟକରେ ଗଞ୍ଜାମ ଶ୍ରମିକ ନିର୍ଯାତିତ

ଦିଗପହଣ୍ଡି,୨୭ା୧୧(ଡି.ଏନ.ଏ.) -କର୍ନାଟକର ଏକ କମ୍ପାନୀରେ ଗଞ୍ଜାମ ଜିଲାର ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ସୋମବାରଠାରୁ ଖାଇବାକୁ ନ ଦେଇ ରହିଥିବା ଘର ତୁରନ୍ତ...

ଘାଈରୁ ମାଟି ଉଠାଉଥିବା ଜେସିବିକୁ ୭୫ ହଜାର ଜରିମାନା

ବୁଗୁଡା,୨୮ା୫(ଡି.ଏନ୍‌.ଏ.)- ବୁଗୁଡା ତହସିଲ ଅନ୍ତର୍ଗତ ପଙ୍କଳବାଡି ଠାରୁ ଟିକରପଡା ମଧ୍ୟରେ ଥିବା ବଣଘାଈରୁ ଗୁରୁବାର ଅପରାହ୍ନରେ ଜେସିବି ସାହାଯ୍ୟରେ ବେଆଇନ ଭାବେ ମାଟି ଖୋଳି ଚାଲାଣ...

ମ୍ୟାଲେରିଆ ନିରାକରଣ ନେଇ ବୈଠକ

ଛତ୍ରପୁର,୧ା୬(ଡି.ଏନ.ଏ.) -ଗଞ୍ଜାମ ଜିଲାରେ ମ୍ୟାଲେରିଆ ପ୍ରତିରୋଧକ ଅଭିଯାନ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ କ୍ରିୟାନୁଷ୍ଠାନ କମିଟି...

ଜି.ଉଦୟଗିରି ଏନ୍‌ଏସିର ବିଭିନ୍ନ ବୁଥରେ ବିଳମ୍ବରେ ମତଦାନ

ଜି.ଉଦୟଗିରି,୧୮ା୪(ଡି.ଏନ୍‌.ଏ.) : ଜି. ଉଦୟଗିରି ଓ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବାବେଳେ ବିଳମ୍ବରେ ମତଦାନ...

ଗୁରୁଦିବସରେ ଅଧ୍ୟାପକଙ୍କ କଳାବ୍ୟାଜ୍‌ ପରିଧାନ

ଭଞ୍ଜନଗର,୬।୯(ଡି.ଏନ୍‌.ଏ.)- ବେସରକାରୀ ଅନୁଦାନ ପ୍ରାପ୍ତ ଏବଂ ଅଣ ଅନୁଦାନପ୍ରାପ୍ତ କଲେଜରେ ୧ ଜୁନ୍‌ ୨୦୦୮ ଠାରୁ ୩୦ ନଭେମ୍ବର ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ...

ଟ୍ରକ୍‌କୁ ପଛରୁ ଧକ୍କା ଦେଇ ତଳକୁ ଖସିଲା ଟ୍ରକ୍‌: ଲାଗିଲା ନିଆଁ

ଛତ୍ରପୁର,୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ୍‌ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା...

Coronavirus Update


Archives

Model This Week

Why Dharitri