Posted inକଟକ

ବୋମାମାଡ଼ ଘଟଣାରେ ୬ ଗିରଫ

କଟକ ଅଫିସ,୮ା୬: ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପରକୁ ବୋମାମାଡ଼ ଘଟଣାରେ ଜଗତପୁର ଥାନା ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ୟାକୁବ ଖାନ, ସେଖ୍‌ ୱାସିମ, ସେଖ୍‌ ଇମ୍ରାନ, ସେଖ ସାକିର, ରମେଶ ଭୋଇ ଓ ଶିବ ଭୋଇ। ୟାକୁବ ଓ ୱାସିମ ଉକ୍ତ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଜଗତପୁର ଥାନାଧିକାରୀ ପ୍ରଦୀପ୍ତ ନାୟକ କହିଛନ୍ତି। ଏମାନଙ୍କ ନିକଟରୁ ୫ଟି ବାଇକ, ୫ଟି ମୋବାଇଲ ଓ ଦୁଇଟି ଜୀବନ୍ତ ବୋମା ଜବତ କରାଯାଇଛି। ଗତ ୩୦ ତାରିଖରେ ଜଗତପୁର ଥାନା ଚମ୍ପତ୍ତି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଳାସ ଚନ୍ଦ୍ର ବେହେରା ଓ ସମିତି ସଭ୍ୟ ଭୋଳାନାଥ ରାଉତଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ଏଥିରେ ସରପଞ୍ଚ ବିଳାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପୋଲିସର ଖୋଳତାଡ଼ ପରେ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତମାନେ ଏଭଳି ମରଣାନ୍ତକ କାଣ୍ଡ ଘଟାଇଥିବା ଜଣାପଡ଼ିଥିଲା। ଆଇପିସି ୩୦୭, ୪୨୭, ୩୪, ଏକ୍ସପ୍ଲୋଜିଭ ଆକ୍ଟ-୪, ୫ ଅନୁଯାୟୀ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଆଠଗଡ଼ ଡିଏସ୍‌ପିଙ୍କ ପରିବାରର ୪ଜଣଙ୍କୁ କରୋନା

ଆଠଗଡ଼,୨।୭(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷ(ଡିଏସ୍‌ପି)ଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏବେ ଆଠଗଡ଼ ଉପକଣ୍ଠ ଅଞ୍ଚଳରୁ ଆଉ ୧୭ ପଜିଟିଭ୍‌ ଚିହ୍ନଟ...

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଦିଅ

କଟକ ଅଫିସ୍‌/କୁଜଙ୍ଗ, ୨୪।୯ (ଡି.ଏନ୍‌.ଏ.):ଜଗତ୍‌ସିଂପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ବଳାତ୍କାରର ଶିକାର ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ...

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ: ଦୂର ହେଉନି ଅଧ୍ୟାପକ ସଙ୍କଟ, ୨୬୭ ପଦବୀରେ ଅଛନ୍ତି ୯୫

କଟକ ଅଫିସ,୮।୧୨: ରାଜ୍ୟର ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ଦୂରହେବା ନଁା ଧରୁନି ଅଧ୍ୟାପକ ସଙ୍କଟ। ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ...

ବଜ୍ରପାତରେ ଗଲା ନାବାଳିକାଙ୍କ ଜୀବନ

କଣ୍ଟାପଡା, ୮।୪(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ବୁଧବାର ଅପରାହ୍ନ ସାଢ଼େ ୧୨ଟା ବେଳେ ବଜ୍ରପାତ ଘଟି ଜଣେ ନାବାଳିକାଙ୍କ ମତ୍ୟୁ...

କଟକରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଅଫିସ,୧୯।୭- କଟକ ଜିଲାରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମଣ ଯେପରି ନ ବ୍ୟାପିବ କଟକ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଘରକୁ ଘର...

ବିଭିନ୍ନ ଯୋଜନାର କାର୍ଯ୍ୟ ଅଗ୍ରଗତିକୁ ଗୁରୁତ୍ୱ

କଟକ ଅଫିସ ୧୭ା୭: କଟକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ପଞ୍ଚମ ଜିଲା ଉନ୍ନୟନ, ସମନ୍ବୟ ଓ ତଦାରଖ କମିଟି (ଦିଶା) ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।...

ପୁରୀରେ ଖୋଲିବ ଦ୍ୱିତୀୟ ପ୍ରତ୍ନତତ୍ତ୍ୱ ବିଭାଗ କାର୍ଯ୍ୟାଳୟ

କଟକ ଅଫିସ,୬ା୧: ପୁରୀ-କୋଣାର୍କ ଅଞ୍ଚଳ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)ର ଦ୍ୱିତୀୟ କାର୍ଯ୍ୟାଳୟ ପୁରୀଠାରେ ଖୁବ୍‌ଶୀଘ୍ର ଖୋଲାଯିବ। ଭୁବନେଶ୍ୱରଠାରେ ଏଏସ୍‌ଆଇ କାର୍ଯ୍ୟାଳୟ ରହିଥିବାବେଳେ ଆବଶ୍ୟକତା...

୪୦ ଲକ୍ଷ ତଣ୍ଡ ଗଣିଲେଣି ଖିଲାପକାରୀ

କଟକ ଅଫିସ,୧୩ା୬: ପର୍ଯ୍ୟାୟକ୍ରମେ ଚାଲିଛି ଲକ୍‌ଡାଉନ୍‌। ବିଭିନ୍ନ କଟକଣା ଭିତରେ ସାମାଜିକ କାର୍ଯ୍ୟକଳାପ ଜାରି ରହିଛି। କିନ୍ତୁ ଏସବୁ କଟକଣା ସହରବାସୀଙ୍କୁ କାଟୁ କରୁନାହିଁ। ମାସ୍କ...

Advertisement
Archives

Model This Week