Posted inଜାତୀୟ

ବୋଫର୍ସ ତୋପ ଦୁର୍ନୀତି: ୧୦୬ ବିରୋଧୀ ଏମ୍‌ପି ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୪।୬: ବୋଫର୍ସ ତୋପକୁ ବିରୋଧ କରି ୩୦ ବର୍ଷ ତଳେ ୧୯୮୯ ଜୁନ୍‌ ୨୪ରେ ଲୋକ ସଭାର ୧୧୦ ବିରୋଧୀ ଏମ୍‌ପିଙ୍କ ମଧ୍ୟରୁ ୧୦୬ ଜଣ ଇସ୍ତଫା ଦେଇଥିଲେ। ଭି.ପି. ସିଂ ଙ୍କ ନେତୃତ୍ୱରେ ବିରୋଧୀ ଏକତ୍ରିତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସମେତ ଅନ୍ୟ ନେତା ବୋଫର୍ସ ତୋପ ଦୁର୍ନୀତିକୁ ବିରୋଧ କରିଥିଲେ। ବୋଫର୍ସର ୧୫୫ ମିମି ୪ଶହ ହାବିଟ୍‌ଜର ତୋପ କିଣାରେ ୧୪ଶହ ୩୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ୧୯୮୬ରେ ଏନେଇ ବୁଝାମଣା ହୋଇଥିଲା। ତେବେ ଦୁର୍ନୀତି ସମ୍ପର୍କରେ ୧୯୮୭ରେ ଜଣାପଡ଼ିଥିଲା। ସୁଇଡେନ୍‌ ରେଡିଓ ସଂସ୍ଥା ଏନେଇ ତଥ୍ୟ ଦେଇଥିଲା। ବୋଫର୍ସ କମ୍ପାନୀ ଏହି ବୁଝାମଣା ପାଇଁ ଭାରତୀୟ ରାଜନେତା ତଥା ଉଚ୍ଚଅଧିକାରୀଙ୍କୁ ୬୦ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ବିରୋଧୀଙ୍କ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ସେତେବେଳେ ୫୧୪ ଲୋକ ସଭା ଆସନ ମଧ୍ୟରୁ ବିପକ୍ଷଙ୍କ ସଂଖ୍ୟା ୧୧୦ ଥିଲା । ସେଥିମଧ୍ୟରେ ଭାଜପା-୨, ଜନତା ପାର୍ଟି-୧୦, ବାମପନ୍ଥୀ-୨୨, ତେଲୁଗୁ ଦେଶମ୍‌-୩୦, ଏଆଇଏଡିଏମ୍‌କେ-୧୨ ସଦସ୍ୟ ଥିଲେ। ଏକ କାଳୀନ ଏତେ ସଂଖ୍ୟକ ବିପକ୍ଷ ସଦସ୍ୟଙ୍କ ଇସ୍ତଫା ଶାସକ ଦଳ ପାଇଁ ଏକ ଆହ୍ବାନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହେବ କୋଲକାତା ପୋର୍ଟ ଟ୍ରଷ୍ଟ୍‌: ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ, ୩।୬: ପଶ୍ଚିମବଙ୍ଗର କୋଲାକାତା ପୋର୍ଟ ଟ୍ରଷ୍ଟ୍‌ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହେବ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ବୁଧବାର କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାର...

ଯେଉଁଠି ଆପଣାଛାଏଁ ଅଟକି ଯାଏ ଟ୍ରେନ୍‌…

ମଧ୍ୟପ୍ରଦେଶ ଶାଜାପୁର ଅନ୍ତର୍ଗତ ବୋଲାଇ ଗାଁରେ ରହିଛି ପ୍ରଭୁ ସିଦ୍ଧବୀର ଖେଡ଼ାପତି ହନୁମାନଙ୍କ ମନ୍ଦିର। ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି ରତଲାମ୍‌-ଭୋପାଳ ରେଲଓ୍ବେ...

ଚରଣାମୃତ ଭଳି ମିଳୁଛି ଅକ୍ସିଜେନ

ନୂଆଦିଲ୍ଲୀ,୨୭ା୪: ନୋଭେଲ କରୋନା ଭାଇରସ୍‌ର ପ୍ରଚଣ୍ଡ ପ୍ରହାର ଓ ଏହାର ମୁକାବିଲାରେ ବିଫଳତା ଭାରତୀୟ ଅର୍ଥନୀତିକୁ ଉଜାଡ଼ିଦେଇଛି। ଅର୍ଥ ବ୍ୟବସ୍ଥା ଅଣ୍ଟା ସଳଖି ଛିଡ଼ା ନ...

ମୃତ୍ୟୁର ତାଣ୍ଡବ ଆରମ୍ଭ, ଦୈନିକ ମୃତ୍ୟୁ ସଂଖ୍ୟା ୧୭ ଶହ ଟପିଲା, ଧାଡ଼ିଧାଡ଼ି ମୃତଦେହ…

ନୂଆଦିଲ୍ଲୀ, ୨।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪...

କଶ୍ମୀର ଫାଇଲ ସହିତ ଜମ୍ମୁ-କଶ୍ମୀରରେ ନିର୍ବାଚନ ଯୋଜନା…

ନୂଆଦିଲ୍ଲୀ, ୧୬।୩ : ଦେଶରେ ” ଦ କାଶ୍ମୀର ଫାଇଲ୍ସ” ର ତୀବ୍ର ପ୍ରସଙ୍ଗ ମଧ୍ୟରେ ପରିସିମନ୍‌ ଆୟୋଗ ଜମ୍ମୁ-କଶ୍ମୀର ପାଇଁ ଲୋକ ସଭା ଏବଂ...

ଲକ୍‌ଡାଉନ୍‌: ୪୦ କୋଟି ୮୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଘରେ ରହିଛି ୨୧ ଦିନର ଖାଦ୍ୟ ସାମଗ୍ରୀ !

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ୩୧.୪...

ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ରାମମନ୍ଦିର ମୂଳଦୁଆ: ସହମତି ପ୍ରକାଶ କଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ,୧୧।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି। ମନ୍ଦିରର ମୂଳଦୁଆ ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ବୋଲି ସନ୍ଥମାନଙ୍କ...

ଆଜି ବାରାଣସୀରେ ରୋଡ ଶୋ କରିବେ ମୋଦି

ଲକ୍ଷ୍ନୌ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀ ଗସ୍ତରେ ଯିବେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ବାରାାଣାସୀରେ ରୋଡ ଶୋ କରିବେ...

Advertisement
Archives

Model This Week