ବେସରକାରୀ ବିଦ୍ୟାଳୟ ଆଡ଼କୁ ମୁୁହାଁଉଛନ୍ତି ବିଦ୍ୟାର୍ଥୀ

ଡେରାବିଶ, ୧୪ା୬(ସ୍ବ.ପ୍ର.):  ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ମାଗଣାରେ ବହି, ପୋଷାକ, ଜୋତାଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ଯୋଗାଇ ଦିଆଯାଉଛି। ଏସବୁ ସତ୍ତ୍ୱେ ସରକାରୀ ବିଦ୍ୟାଳୟଗୁଡିକରେ ପ୍ରାଥମିକ ଶିକ୍ଷାର ମାନ କମିଯାଉଥିତ୍ବା ଅଭିଯୋଗ ହେଉଛି। ଫଳରେ ବାଧ୍ୟହୋଇ ଅଭିଭାବକମାନେ ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟରେ ଭର୍ତ୍ତି କରାଉଛନ୍ତି। ସୂଚନାଯୋଗ୍ୟ, ଡେରାବିଶ ବ୍ଲକରେ ଛତୁପୁଟିଲା ପରି ବେସରକାରୀ ବିଦ୍ୟାଳୟ ଗଢ଼ି ଉଠୁଥିବା ବେଳେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ରହିଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ମାନ କମିବାରେ ଲାଗିଛି। ଚଳିତ ମାଟ୍ରିକ ପରୀକ୍ଷାରେ ଡେରାବିଶ ବ୍ଲକରୁ ୧୨ ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ ପାଇଥିବା ବେଳେ ସେଥିରୁ ୧୧ ଜଣ ହେଲେ ବେସରକାରୀ ବିଦ୍ୟାଳୟର। ପିଲାମାନଙ୍କୁ ଶିକ୍ଷାଦାନ ଦେବା ନିମନ୍ତେ ସରକାରୀ ବିଦ୍ୟାଳୟଗୁଡିକରେ ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଥିତ୍ବା ବେଳେ ଏଥିପାଇଁ ସରକାରୀ ରାଜକୋଷରୁ ମୋଟା ଅଙ୍କର ଅର୍ଥ ବ୍ୟୟ ହେଉଛି। ମାତ୍ର ଛାତ୍ରୀଛାତ୍ରମାନଙ୍କ ପାଠ ପଢ଼ାରେ ଉନ୍ନତି ହେଉନାହିଁ। ପ୍ରତିବର୍ଷ ପ୍ରଥମରୁ ପଞ୍ଚମ ଯାଏଁ ଉଜ୍ଜ୍ୱଳ ଯୋଜନା ଓ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଉତ୍‌ଥାନ ଯୋଜନାରେ ଦୁର୍ବଳ ଛାତ୍ରୀଛାତ୍ରୀଙ୍କୁ ବିଭକ୍ତ କରାଯାଇ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ହୋଇଛି। ଏହି ଯୋଜନା ଅନ୍ତର୍ଗତ ଛାତ୍ରୀଛାତ୍ରଙ୍କୁ ଲେବୁଲ୍‌ – ୧ ଓ ଲେବୁଲ୍‌ -୨ରେ ବିଭକ୍ତ କରାଯାଇ ଶିକ୍ଷାଦାନ ଦିଆଯାଉଛି। ଏସବୁ ସତ୍ତ୍ୱେ ପିଲାମାନେ ପାଠପଢ଼ାରେ ଦୁର୍ବଳ ରହୁଛନ୍ତି। ଏଥିଯୋଗୁ ଉଚ୍ଚପ୍ରାଥମିକରୁ ହାଇସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀମାନେ ଶିକ୍ଷାରେ ଦୁର୍ବଳ ରହୁଛନ୍ତି। ଫଳରେ ବିଦ୍ୟାଳୟରେ ପାଠପଢ଼ା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ମାଟ୍ରିକ ପରୀକ୍ଷାରେ ଭଲ ଫଳାଫଳ ହୋଇ ନ ଥିବାରୁ ଏବେ ଡେରାବିଶ ଶିକ୍ଷା ବିଭାଗର ଚେତା ପଶିଛି। ଗତ ସୋମବାର ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଗଣେଶପୁରସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ବିଦ୍ୟାପୀଠରେ ୮ଟି କ୍ଲଷ୍ଟରର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା ା ସେଥିରେ ଉଜ୍ଜ୍ୱଳ ଓ ଉତ୍‌ଥାନ ଯୋଜନା ଉପରେ ଗୁରୁତ୍ୱ ଦିଆଯିବାସହ ଛାତ୍ରୀଛାତ୍ରଙ୍କୁ ସାଧାରଣଜ୍ଞନ, ପ୍ରବନ୍ଧ ଓ ବକ୍ତୃତା ସହ ବିଦ୍ୟାଳୟର ପାଠାଗାରର ସାହାଯ୍ୟ ନେବା ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ତାଗିଦ୍‌ କରାଯାଇଥିଲା ା ଏଥିସହ ପ୍ରତିଦିନ ସମସ୍ତ ଛାତ୍ରୀଛାତ୍ରଙ୍କ ଉପସ୍ଥିତ ଏବଂ ପଢ଼ାଖାତା ତଦରଖା କରିବାପାଇଁ ଗୁରୁତ୍ୱ ଦିଆଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଛି ପିରାହ୍ନା ମାଛଚାଷ

କେନ୍ଦ୍ରାପଡ଼ା ଅଫିସ, ୧୧ା୩:ରୂପଚାନ୍ଦି ମାଛ ଖାଇବାକୁ ସୁସ୍ବାଦୁ। ଏହାର ଶରୀର ମାତ୍ର ଗୋଟିଏ କଣ୍ଟ(ହାଡ)ରେ ରହିଛି। ତେବେ ପିରାହ୍ନା ପ୍ରଜାତିର ଏହି ମାଛଙ୍କ ବାସସ୍ଥଳୀ ଅଞ୍ଚଳର...

ସୋବଳାରେ ହାତୀ, ଲୋକେ ଭୟଭୀତ

ମହାକାଳପଡ଼ା,୩୧ା୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ସୋବଳା ଗାଁରେ ରବିବାର ଏକ ହାତୀକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗତ ୨୮ ତାରିଖରେ ଏହି ହାତୀ...

ଭିତ୍ତିପ୍ରସ୍ତରରେ ଅଟକିଛି କେରଡ଼ାଗଡ଼-ଏକମାଣିଆ ସେତୁ

ଆଳି, ୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଉପାନ୍ତରେ ଏକମାଣିଆ ପଞ୍ଚାୟତ ରହିଛି। ଏହାର ଚତୁଃପାର୍ଶ୍ୱକୁ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ଘେରି ରହିଛି। ଫଳରେ...

ପାଠପଢ଼ା ପାଇଁ ଡିବିରି ଆଲୁଅ ଭରସା

ମହାକାଳପଡ଼ା,୨୨।୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତର ରାମଚଣ୍ଡୀ ପଡା ୧ ନଂ. ଓ୍ବାର୍ଡର ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାରକୁ ମିଳୁନି ବିଦ୍ୟୁତ୍‌ ସେବା। ଫଳରେ...

ବ୍ରହ୍ମ ତାଳଧ୍ୱଜ ରଥରେ ଯୋଡ଼ା ହେଉଛି ବରାନ୍ଦ

କେନ୍ଦ୍ରାପଡ଼ା ଅଫିସ, ୧୩ା୬: ଆସନ୍ତା ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। କେନ୍ଦ୍ରାପଡାର ଇଚ୍ଛାପୁରସ୍ଥିତ ବ୍ରହ୍ମ ତାଳଧ୍ୱଜ ରଥରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉ ବିରାଜମାନ...

ବିଲିକଣା ଘରପୋଡ଼ି ଘଟଣାରେ ଜଣେ ଗିରଫ

ଆଳି, ୨୪।୨ (ଡି.ଏନ୍‌.ଏ.): ଆଳି ଥାନା ଅଧୀନ ବିଲିକଣା ଗ୍ରାମରେ ଘଟିଥିବା ଘରପୋଡି ଘଟଣାରେ ପୋଲିସ ରବିବାର ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ...

ପୋଲିସ ଉପସ୍ଥିତିରେ ଗୋଷ୍ଠୀ ସଂଘର୍ଷ

ବାଲିପାଟଣା,୪ା୧୧(ଡି.ଏନ୍‌.ଏ.): ବାଲିପାଟଣା ଥାନା ଅଧୀନ ମାର୍ଥାପୁର ଗ୍ରାମରେ ସୋମବାର ରାତିରେ ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଆହତ ୧୨ଜଣଙ୍କୁ ଚିକିତ୍ସା...

ବିଦ୍ୟାଳୟରେ ବଜ୍ରପାତ: ୪ ଛାତ୍ରୀଛାତ୍ର, ପାଚିକା ଆହତ

ମାର୍ଶାଘାଇ, ୨୩।୧୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳର କଣକଶୋଟି ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ସୋମବାର ବଜ୍ରପାତଘଟି ୪ ଛାତ୍ରୀଛାତ୍ରଙ୍କ ସମେତ ଜଣେ ବାଚିକା ଆହତ ହୋଇଛନ୍ତି।...

Advertisement
Archives

Model This Week