ବେସରକାରୀ ବିଦ୍ୟାଳୟ ଆଡ଼କୁ ମୁୁହାଁଉଛନ୍ତି ବିଦ୍ୟାର୍ଥୀ

ଡେରାବିଶ, ୧୪ା୬(ସ୍ବ.ପ୍ର.):  ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ମାଗଣାରେ ବହି, ପୋଷାକ, ଜୋତାଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ଯୋଗାଇ ଦିଆଯାଉଛି। ଏସବୁ ସତ୍ତ୍ୱେ ସରକାରୀ ବିଦ୍ୟାଳୟଗୁଡିକରେ ପ୍ରାଥମିକ ଶିକ୍ଷାର ମାନ କମିଯାଉଥିତ୍ବା ଅଭିଯୋଗ ହେଉଛି। ଫଳରେ ବାଧ୍ୟହୋଇ ଅଭିଭାବକମାନେ ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟରେ ଭର୍ତ୍ତି କରାଉଛନ୍ତି। ସୂଚନାଯୋଗ୍ୟ, ଡେରାବିଶ ବ୍ଲକରେ ଛତୁପୁଟିଲା ପରି ବେସରକାରୀ ବିଦ୍ୟାଳୟ ଗଢ଼ି ଉଠୁଥିବା ବେଳେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ରହିଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ମାନ କମିବାରେ ଲାଗିଛି। ଚଳିତ ମାଟ୍ରିକ ପରୀକ୍ଷାରେ ଡେରାବିଶ ବ୍ଲକରୁ ୧୨ ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ ପାଇଥିବା ବେଳେ ସେଥିରୁ ୧୧ ଜଣ ହେଲେ ବେସରକାରୀ ବିଦ୍ୟାଳୟର। ପିଲାମାନଙ୍କୁ ଶିକ୍ଷାଦାନ ଦେବା ନିମନ୍ତେ ସରକାରୀ ବିଦ୍ୟାଳୟଗୁଡିକରେ ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଥିତ୍ବା ବେଳେ ଏଥିପାଇଁ ସରକାରୀ ରାଜକୋଷରୁ ମୋଟା ଅଙ୍କର ଅର୍ଥ ବ୍ୟୟ ହେଉଛି। ମାତ୍ର ଛାତ୍ରୀଛାତ୍ରମାନଙ୍କ ପାଠ ପଢ଼ାରେ ଉନ୍ନତି ହେଉନାହିଁ। ପ୍ରତିବର୍ଷ ପ୍ରଥମରୁ ପଞ୍ଚମ ଯାଏଁ ଉଜ୍ଜ୍ୱଳ ଯୋଜନା ଓ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଉତ୍‌ଥାନ ଯୋଜନାରେ ଦୁର୍ବଳ ଛାତ୍ରୀଛାତ୍ରୀଙ୍କୁ ବିଭକ୍ତ କରାଯାଇ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ହୋଇଛି। ଏହି ଯୋଜନା ଅନ୍ତର୍ଗତ ଛାତ୍ରୀଛାତ୍ରଙ୍କୁ ଲେବୁଲ୍‌ – ୧ ଓ ଲେବୁଲ୍‌ -୨ରେ ବିଭକ୍ତ କରାଯାଇ ଶିକ୍ଷାଦାନ ଦିଆଯାଉଛି। ଏସବୁ ସତ୍ତ୍ୱେ ପିଲାମାନେ ପାଠପଢ଼ାରେ ଦୁର୍ବଳ ରହୁଛନ୍ତି। ଏଥିଯୋଗୁ ଉଚ୍ଚପ୍ରାଥମିକରୁ ହାଇସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀମାନେ ଶିକ୍ଷାରେ ଦୁର୍ବଳ ରହୁଛନ୍ତି। ଫଳରେ ବିଦ୍ୟାଳୟରେ ପାଠପଢ଼ା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ମାଟ୍ରିକ ପରୀକ୍ଷାରେ ଭଲ ଫଳାଫଳ ହୋଇ ନ ଥିବାରୁ ଏବେ ଡେରାବିଶ ଶିକ୍ଷା ବିଭାଗର ଚେତା ପଶିଛି। ଗତ ସୋମବାର ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଗଣେଶପୁରସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ବିଦ୍ୟାପୀଠରେ ୮ଟି କ୍ଲଷ୍ଟରର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା ା ସେଥିରେ ଉଜ୍ଜ୍ୱଳ ଓ ଉତ୍‌ଥାନ ଯୋଜନା ଉପରେ ଗୁରୁତ୍ୱ ଦିଆଯିବାସହ ଛାତ୍ରୀଛାତ୍ରଙ୍କୁ ସାଧାରଣଜ୍ଞନ, ପ୍ରବନ୍ଧ ଓ ବକ୍ତୃତା ସହ ବିଦ୍ୟାଳୟର ପାଠାଗାରର ସାହାଯ୍ୟ ନେବା ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ତାଗିଦ୍‌ କରାଯାଇଥିଲା ା ଏଥିସହ ପ୍ରତିଦିନ ସମସ୍ତ ଛାତ୍ରୀଛାତ୍ରଙ୍କ ଉପସ୍ଥିତ ଏବଂ ପଢ଼ାଖାତା ତଦରଖା କରିବାପାଇଁ ଗୁରୁତ୍ୱ ଦିଆଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଅଭାବରୁ ପନିପରିବା ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ,୨୫ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ୧୫ ଦିନ ହେଲା କ୍ରମାଗତ ତାପମାତ୍ରା ବୃଦ୍ଧି...

ଆଖୁଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ମାର୍ଶାଘାଇ,୨୫ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ)କେନ୍ଦ୍ର, ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ତଳସ୍ତରରେ ତାହା ପ୍ରତିଫଳିତ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପାନୀୟ ଜଳର ଶୁଦ୍ଧତା ନାମରେ ବ୍ୟବସାୟ

ପଟ୍ଟାମୁଣ୍ଡାଇ, ୨୨ା୪(କଳ୍ପତରୁ ନାୟକ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିରୁ ନିସ୍ତାର ମିଳିପାରିନାହିଁ। ଉପକୂଳ ଓଡ଼ିଶା କେନ୍ଦ୍ରାପଡ଼ା ଜିଲାରେ ଆଜି ବି ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି...

ବଢୁଛି ଆଳୁ ଦର, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା, ୨୨ା୪ (ଜଗନ୍ନାଥ ଧଳ):ଆଳୁ ଦର ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ଗତ ସପ୍ତାହରେ ଆଳୁ କେଜି ପ୍ରତି ୨୦ଟଙ୍କା ଥିଲା। ଏବେ ବଜାର ଦର ୨୮କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri