Advertisement

ବେଳାଭୂମିରୁ ବେଆଇନ ବାଲି ଚାଲାଣ

ରୂପ୍‌ସା, ୨।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କଷାଫଳ ନିକଟ ସମୁଦ୍ର ବେଳାଭୂମିରୁ ବେଆଇନ ଭାବେ ବାଲି ଖନନ କରି ଚୋରାଚାଲାଣ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଜେସିବି ମେଶିନ୍‌ ଦ୍ୱାରା ବାଲି ଖନନ ହେବା ଯୋଗୁ ସମୁଦ୍ରକୂଳ ଆଡ଼ିବନ୍ଧରେ ଥିବା ଝାଉଁଗଛ ଉପୁଡି ପଡୁଛି। ବାଲି ଚୋରା ଚାଲାଣକାରୀମାନେ ସେଗୁଡ଼ିକୁ କାଟି ବିକ୍ରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପ୍ରଶାସନ ପକ୍ଷରୁ ସଦର ତହସିଲଦାର ପଞ୍ଚାନନ ପାତ୍ର, ଲଙ୍ଗଳେଶ୍ୱର ଫରେଷ୍ଟର ଜିତେନ୍ଦ୍ର କୁମାର ରାଉତ, ଛାନୁଆ ଆର୍‌ଆଇ, ସାର୍ଥା ଫାଣ୍ଡି ଅଧିକାରୀ ଡି.ଏମ୍‌. ସିଂ ପ୍ରମୁଖ ସଦଳବଳ ବେଳାଭୂମିରେ ଚଢ଼ାଉ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ବାଲି ଖନନ ଓ ଚାଲାଣରେ ବ୍ୟବହୃତ ଜେସିବି ମେଶିନ୍‌, ଟ୍ରାକ୍ଟର ସହ ୧୦ହଜାର ଟଙ୍କାର ଝାଉଁ କାଠ ଜବତ କରାଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସମୁଦ୍ର ନିକଟ ତରଡ଼ାବୁଧିଆ ଗାଁକୁ ଲାଗିଥିବା ଆଡ଼ିବନ୍ଧ ଗ୍ରାମବାସୀଙ୍କୁ ସୁରକ୍ଷା ଦେଇଥାଏ। ଏହି ସମୁଦ୍ରକୂଳ ବେଳାଭୂମିରେ ପ୍ରତିବର୍ଷ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ। ସୋମବାର ଏହି ଆଡ଼ିବନ୍ଧରୁ ଜେସିବି ଯୋଗେ ବାଲି ଉତ୍ତୋଳନ କରି ଟ୍ରାକ୍ଟର ସାହାଯ୍ୟରେ ଶହ ଶହ ଟ୍ରିପ୍‌ ଚାଲାଣ କରାଯିବା ସହ ଝାଉଁ ଗଛ କାଟି ନିଆଯାଉଥିବା ଗ୍ରାମବାସୀ ମନ୍ମଥ ବେହେରା, ପ୍ରିୟରଞ୍ଜନ ପୃଷ୍ଟି, ମୁକୁନ୍ଦ ଆଦିତ, ପ୍ରଭାତ ବେହେରା ଓ ଶମ୍ଭୁନାଥ ଶାବଳ ପ୍ରମୁଖ ଅଭିଯୋଗ କରିଥିଲେ। ବିଧାୟକ ମଦନମୋହନ ଦତ୍ତ ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଜଣାଇଥିଲେ। ଗ୍ରାମର ମହିଳା, ପୁରୁଷ ମିଶି କଟା ଯାଇଥିବା ଝାଉଁଗଛ ଓ ଜେସିବି ମେଶିନ ସହ ଟ୍ରାକ୍ଟରକୁ ଅଟକ ରଖିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଚଢ଼ାଉ ହେବା ପରେ ଗ୍ରାମବାସୀ ଏହାକୁ ଉଚିତ ପଦକ୍ଷେପ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ଏହି ବେଳାଭୂମିରୁ ବାରମ୍ବାର ବେଆଇନ ଭାବେ ବାଲି ଖନନ ହେଉଥିବା ଗ୍ରାମବାସୀ ପ୍ରଶାସନଠାରେ ଅଭିଯୋଗ କରିଥିଲେ। ଜଣେ ଜନପ୍ରତିନିଧିଙ୍କ ଇସାରାରେ ଚୋରା ବାଲିଚାଲାଣ ଓ ଝାଉଁଗଛ କଟାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ ୨୭,୯୨୯ ମାଟ୍ରିକ ପରୀକ୍ଷାର୍ଥୀ

ଯାଜପୁର ଟାଉନ,୨୯ା୪(ଡି.ଏନ.ଏ.): ମାଟ୍ରିକ ପରୀକ୍ଷାରେ ଯାଜପୁର ଜିଲାର ୧୯୨ଟି କେନ୍ଦ୍ରରେ ମୋଟ୍‌ ୨୭,୯୨୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହି ପରୀକ୍ଷା ୨୯ ତାରିଖ ଶୁକ୍ରବାରଠାରୁ ଆରମ୍ଭ...

ଏସ୍‌ସିବିରେ ପ୍ରଥମ ବ୍ଲାକ୍‌ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ

କଟକ ଅଫିସ, ୬ା୮: ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ପୋଷ୍ଟ ବ୍ଲାକ ଫଙ୍ଗ୍ସ ପ୍ଲାଷ୍ଟିକ ସର୍ଜରି ସଫଳ ହୋଇଛି।...

ସୁନା, ରୁପା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୧୦।୩: କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁରଛକ ନିକଟ ଏକ ଜୁଏଲର୍ସରୁ ବୁଧବାର ଦିନ ଦ୍ୱିପ୍ରହରେ ସୁନା ଓ ରୁପା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଲୁଟି...

ଚାଇନା ସେନା ସହ ଲଢ଼ି ଶହୀଦ ହୋଇଥିବା ନନ୍ଦୁରାମଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା

ରାଇରଙ୍ଗପୁର,୨୦।୬(ଡି.ଏନ୍‌.ଏ.): ପୂର୍ବ ଲଦାଖ ସୀମା ଗଲଓ୍ବାନ୍‌ ଉପତ୍ୟକାରେ ଚାଇନା ସେନା ସଂଘର୍ଷରେ ଦେଶ ପାଇଁ ଶହୀଦ ଓଡ଼ିଆ ଯବାନ ରାଇରଙ୍ଗପୁର ବିଜାତଳା ବ୍ଲକ ବଡ଼ ଚମ୍ପାଉଦା...

ମାଟ୍ରିକ ଫାଷ୍ଟ ଡିଭିଜନରେ ପାସ କଲେ ଫୁଲବାଣୀ ବିଧାୟକ

ଫୁଲବାଣୀ ଅଫିସ, ୬।୭- ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ୍ ପାସ୍ କରିଛନ୍ତି । ବିଧାୟକ କହଁର ବି-୧ ଗ୍ରେଡ଼  ପାଇଛନ୍ତି l  ମୋଟ୍ ୫୦୦...

ବିଷାକ୍ତ ମଦ ପିଇ ଜଣେ ମୃତ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ପଦ୍ମପୁର,୧୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର – ପାରାପୋଖରୀ ଗ୍ରାମର ନାରାୟଣ ନାୟକ (୪୨) ମଦ ପିଇ ରବିବାର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ...

ବ୍ଲକ ସ୍କ୍ରିନିଂ କମିଟି ଚୟନ ବୈଠକ : କୋକସରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ପିସି କାରବାର ଅଭିଯୋଗ

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ସମିତି ସଭା ଗୃହଠାରେ ସୋମବାର ବ୍ଲକ ସ୍କ୍ରିନିଂ କମିଟି ଚୟନ ବୈଠକ ଅନୁଷ୍ଠିତ ହୋଇଛି ।...

ବସ୍ତିରୁ ଆରମ୍ଭ ହେବ ଉଚ୍ଛେଦ

ଅନୁଗୋଳଅଫିସ, ୭।୬ ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଅଟ୍ଟାଳିକାକୁ ପ୍ରଶାସନ ମାଟିରେ ମିଶାଇ ଦେଲା। ଏପରି କି ଦୁଇ...

Advertisement
Archives

Model This Week