ବେଣ୍ଟକାରପଡ଼ା ଛକ ନିକଟରେ ଆକ୍ଟିଭା-କାର୍‌ ଧକ୍କା: ଜଣେ ମୃତ, ଚାଳକ ଗିରଫ

ନରାଜ,୫।୧୧(ଡି.ଏନ୍‌.ଏ.)- କଟକ-ବାଙ୍କୀ ମୁଖ୍ୟରାସ୍ତାର ବେଣ୍ଟକାରପଡ଼ା ଛକ ନିକଟରେ ମଙ୍ଗଳବାର ଏକ କାର୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପୋଲିସ ଚାଳକଙ୍କୁ ଗିରଫ କରିଛି। ସେ ହେଲେ ଢେଙ୍କାନାଳ ଜିଲାର ଘାଗରାମୁଣ୍ଡା ଗ୍ରାମର ରଞ୍ଜନ ସେଠୀ। ମୃତକ ହେଲେ ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ପ୍ରମୋଦ କୁମାର ରାଉତ(୬୫)। ସୂଚନାଯୋଗ୍ୟ, ପ୍ରମୋଦ ମଙ୍ଗଳବାର ଅପରାହ୍ନ ୪ଟା ୩୦ ସମୟରେ ନିଜ ଆକ୍ଟିଭା(ନଂ. ଓଡି ୦୫ ଜେଡ ୪୫୦୪ ) ଯୋଗେ ଘରରୁ ବାଙ୍କୀ ଯିବାବେଳେ ବେଣ୍ଟକାରପଡ଼ା ଛକରେ ରାସ୍ତା ଅତିକ୍ରମ କରୁଥିବାବେଳେ ଅପରପକ୍ଷେ ଦ୍ରୁତଗତିରେ ଆସୁଥିବା ଇନୋଭା କାର୍‌ (ନଂ. ଓଡି ୦୨ ଏସ୍‌ ୭୩୦୦) ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଆକ୍ଟିଭା ଗାଡିଟି ପ୍ରାୟ ୩୦ଫୁଟ ପର୍ଯ୍ୟନ୍ତ ଘୋସାରି ହୋଇଯାଇ ଥିବାବେଳେ ପ୍ରମୋଦ ଗାଡିରୁ ଛିଟିକି କାର୍‌ରେ ମାଡ ହୋଇ ପଡିଥିଲେ। ପ୍ରମୋଦଙ୍କ ମୁଣ୍ଡକୁ ଅଧିକ ମାଡ ହୋଇଥିବାରୁ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ କହୁଥିବାବେଳେ ଘଟଣାସ୍ଥଳରେ ବାରଙ୍ଗ ଥାନା ଅଧିକାରୀ ପହଞ୍ଚତ୍ ପ୍ରମୋଦଙ୍କୁ କଟକ ମେଡିକାଲ ପଠାଇବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ନଂ. ୧୮୭/୧୯ରେ ଏକ ମାମଲା ରୁଜୁ କରି ଚାଳକ ରଞ୍ଜନଙ୍କୁ ଗିରଫ କରିିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଝିଅଙ୍କୁ ଭାତରେ ବିଷ ଦେଇ ନିଜେ ପିଇଦେଲେ ମା’, ଆଉ ତା’ ପରେ…

ପୁରୀ,୧୭ା୮(ଅଜିତ କୁମାର ମହାନ୍ତି): ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦୁଇ କୁନି ଝିଅଙ୍କୁ ଖାଦ୍ୟରେ ପୋକମରା ବିଷ…

ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୪ ଘଣ୍ଟା ପରେ ମହାପ୍ରଭୁ…

ପୁରୀ,୧୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri