Posted inବରଗଡ଼

ବେଛପରି ରାଜସ୍ବ ଗଁ। ଜେ.ନୂଅଁ।ପାଲି

ବିଜେପୁର, ୧୮।୩ (ଡି.ଏନ୍‌.ଏ.)-
ଲୁକ୍‌କର ବସବାସକେ ନେଇ ଗଁ। ଜମ୍‌କିସି। ଲୁକ୍‌କର ଚାଲିଚଲନ୍‌, କାମବୁତା, ଭଲଗୁନ ଗଁ। ର ଗଉରବ ବଢ଼ାସି। ହେଲେ କେନ୍‌ସି କାରନରୁ ଗଁ। ବାସୀ ଗଁ। ଛାଡ଼ଲେ ପଦା ପାଲଟି ଯାଏସି। ଇତାକେ ଦେଶୀ ଭାଷାଥି ବେଛପରି ଗଁ। କହେସନ୍‌। ବରଗଡ଼ ଜିଲା ବିଜେପୁର ଏନଏସି ସଦର ମହକୁମାଥି ଥିବାର ଜେ.ନୂଆଁପାଲି ଗଁ। ଇତାର ଗୁଟେ ଉଦାହରନ୍‌ ଆଏ।
ବିଜେପୁର-ପଦମପୁର ରାସ୍‌ତାର କେଉଁଟିପାଲି ଗଁାନୁ ଅଧା କି.ମି. ଗଲେ ପଡସି ଜମିଦାର ନୂଅଁାପାଲି। ଗଁାରେ ୨୫୦.୯୧ ଏକର ରୟତି ଜମି, ୫.୧୦ ଏକର ଗୋଚର ଜମି, ୨୪.୩୪ ଏକର ଗଁା ଜଂଗଲ, ଦୁଇଟା ମୁଡ଼ା ରହିଥିବାର ସରକାରୀ ରେକର୍ଡରୁ ଜନାଯାଇଛେ। ହେଲେ ଏଛେନ୍‌ ଇଠାନେ କେନସି ଲୋକ୍‌ ତ ଦୂରର କଥା ଗୁଟେ ଛପର ଘରର ଚିନ୍‌ବରନ୍‌ ବି ନଁାଇଁନ। ଚାରହିକୁତି ଖାଲି ଖଁା ଖଁା ଲାଗୁଛେ। ପୂରୁବ୍‌ ଦିଗେ ଗୁଡ଼ିମୁଣ୍ଡା, ପଛିମ ଦିଗେ ପଡ଼ା, ପି.ଗଣ୍ଡପାଲି, ଉତର ଦିଗେ କେଉଁଟିପାଲି ଆର ଦକ୍ଷିଣ ଦିଗେ କର୍ଲେ ଗଁା ତକ୍‌ ନୂଅଁାପାଲିର ସୀମାନା ଲାଗିଛେ। ପୂରବେ ଇଠାନେ ଲୋକ୍‌ ଘର ଘାଡ଼ି କମେଇକୁଢ଼େଇ ରହୁଥିଲେ। ସେଥିରଲାଗି ସରକାର ଜେ.ନୂଅଁାପାଲିକେ ରାଜସ୍ବ ଗଁାର ମାଏନ୍‌ତା ଦେଇଥିଲେ। ବିଜେପୁର ବ୍ଲକର ୧୧୦ ଖଁଡ଼ ରାଜସ୍ବ ଗଁା ଭିତରୁ ଜେ.ନୂଅଁାପାଲି ଗୁଟେ ନ ବେଛପ୍‌ରି ଗଁା। ୧୮୧୮ରୁ ୧୮୨୧ ସାଲ ଭିତରେ ବିଜେପୁର ଗଁା ବସିଥିଲା। ତାର ଉତାରୁ ନୂଆଁପାଲିରେ ଥାନୀଅ ଲୋକ ରହିବାର ଆରମ୍‌ କରିଥିବାର ଲୋକ୍‌କଥାରୁ ଜନାଯାଇଛେ। ହେଲେ କେଭେ, କଁା ହେଲାଯେ ଲୋକ୍‌ ଇ ଗଁା ଛାଡ଼ି ପଲାଲେ କେହି ଠିକ୍‌ ହିସାବେ କହି ନାଇଁପାରବାର। ବିଜେପୁରର ସିଆନ୍‌ ଲୋକ(ବରିଷ୍ଠ ନାଗରିକ) ଅନିରୁଦ୍ଧ ସାହୁକଁୁ ପଚ୍‌ରାଲାରୁ ଆମର ଛୋଟ ସମିଆରେ ହେଠାନେ ଧସ୍‌କି ବିଦ୍‌ରି ଯାଇଥିବାର ଘରର କଁାଥିକୁଡ଼ ଥିବାର ଦେଖିଛୁଁ। ହେଲେ କେନ୍‌ କାରନ୍‌ରୁ ଗଁାଟା ବେଛପର ହେଲା ନାଇଁଜାନି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଜମିଦାର ସନତ କୁମାର ଗଡ଼ତିଆକୁଁ ପଚ୍‌ରାଲାରୁ ଗୁଡ଼ିମୁଣ୍ଡା ମିତାର ନୂଅଁାପାଲିରେ ଖମାର ଥିଲା। ଯେନ୍‌ଠାନର ଏକଜମାଲି ଜମିକେ ଚାଷ୍‌ କରାହେସି ତାହାକେ ଖମାର ଆର ଚାଷ୍‌ବାସ ବୁଝୁଥିବାର ଲୋକ୍‌କେ ଖମାରୀ କୁହାଯାଏସି। ଚାଷ୍‌ବାସ ଲାଗି ହେଠାନେ ଲୋକ୍‌ ରହୁଥିଲେ। ସେଥିରଲାଗି ଜେ.ନୂଅଁାପାଲି ରାଜସ୍ବ ଗଁାର ମାଏନ୍‌ତା ପାଇଥିଲା। ହେଲେ ଗଁା ବେଛପରି ହେବାର ବାବ୍‌ଦେ ନାଇଁ କହିପାରେଁ ବଲି ସେ କହିଥିଲେ। ଇ ବାବ୍‌ଦେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ରୁକ୍ମଣ ମେହେରକୁଁ ପଚ୍‌ରାଲାରୁ ନୂଅଁାପାଲିର ବଢ଼ତି ଲାଗି ଆମେ ଚେଷ୍‌ଟା କରୁଛୁଁ। ୪ ଝନ୍‌ ଭୂମିହୀନକୁଁ ପ୍ରଧାନମନ୍ତ୍ରୀ ଆବାସରେ ଘର ଦେବାର ଯୋଜନା ରହିଛେ। ୨୦ ଝନ୍‌ ଭୂମିହୀନ୍‌କୁ ଏକଜମାଲି ଭାବେ ୮୦ ଡେସିମିଲ ଜମି ରାଜସ୍ବ ବିଭାଗ ଧାଡୁ ଦିଆଯାଇଛେ। ହେଲେ ଜାଗା ଚିନ୍‌ହଁଟ ନାଇଁ ହେଇ। ଯେନ୍‌ଥିରଲାଗି ସେମାନେ ଘର ତିଆରି ଆରମ୍‌ ନୁହେ କରନ୍‌। ଇ ବିଷେଥି ତହସିଲଦାରକଁର ସଂଗେ ଆଲୋଚନା କରି ଯେତେ ଜଲ୍‌ଦି ହେବା ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?