ବେଗୁନିଆରେ ପ୍ରଥମ କରୋନା ପଜିଟିଭ: ଆକ୍ରାନ୍ତ ଯୁବକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି

ବେଗୁନିଆ,୧୭ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ୍‌ ପଞ୍ଚାୟତରେ ରବିବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆକ୍ରାନ୍ତ ଯୁବକ ଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ପ୍ରଶାସନର ମୁଣ୍ଡ ବ୍ୟଥା ବଢ଼ିଛି। ଅନ୍ୟପଟେ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରି ହଜ୍‌ ପଞ୍ଚାୟତ ସରପଞ୍ଚ ପୁଲକ ବଡଜେନା ସ୍ଥାନୀୟ କାଳଚୁଆପାଟଣା, ହଜ୍‌ ଏବଂ ନାରଗୋଦା ଗ୍ରାମକୁ ୭୨ଘଣ୍ଟା ଲାଗି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଆକ୍ରାନ୍ତ ଯୁବକ ଗତ ମାର୍ଚ୍ଚ ୨୫ ତାରିଖରେ ତାମିଲନାଡୁରୁ ଘରକୁ ଫେରିଥିଲେ। ମାତ୍ର ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଏହାପରେ ସେ ବୋଲଗଡ଼ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରେ ରହି ଆସୁଥିଲେ। ବିଭିନ୍ନ ସମୟରେ ସେ ନିଜ ଗ୍ରାମକୁ ଆସିବା ସହ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଗତ ମେ ୮ତାରିଖ ସେ ଅସୁସ୍ଥ ଅନୁଭବ କରିଥିଲେ। ମେ ୧୦ତାରିଖରେ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ରବିବାର ତାଙ୍କର ପଜିଟିଭ ଟିପୋର୍ଟ ଆସିଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ବେଗୁନିଆ ବିଡିଓ, ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ପଠାଇଥିଲେ। ଅନ୍ୟପଟେ ଆକ୍ରାନ୍ତ ଜଣଙ୍କ ଗତ ଦୁଇ ଦିନ ହେବ ଶଗଡ଼ଭଙ୍ଗା ପଞ୍ଚାୟତର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ ବୋଲି ପ୍ରଶାସନ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଉକ୍ତ ପଞ୍ଚାୟତ ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରାଯିବ କି ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଥିବା ଜଣାପଡିଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ଦାସ କୁହନ୍ତି, ଏଯାବତ୍‌ ୩ଟି ଗ୍ରାମକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ପରିସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବି। ରିପୋର୍ଟ ଲେଖା ହେବା ବେଳକୁ ଉକ୍ତ ୩ ଗ୍ରାମରେ ସାନିଟାଇଜ କରାଯାଇ ନ ଥିବା ଜଣାପଡଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ କ୍ରିକେଟ ଦଳକୁ ସମ୍ମାନିତ କଲା ଲଣ୍ଡନର ଓଡ଼ିଆ ରେସ୍ତୋରାଁ ‘ଚିଲିକା’

ବାଲିପାଟଣା, ୧୯।୮(ଅଭିମନ୍ୟୁ ନାୟକ ): ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ୱ ଲଣ୍ଡନରେ ଥିବା ଓଡ଼ିଆ ରେସ୍ତୋରାଁ ‘ଚିଲିକା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri