ବେଆଇନ ସର୍ଭିସିଂ ସେଣ୍ଟର ଲାଗି ସୁନା ନଦୀ ପ୍ରଦୂଷିତ

ଯୋଡ଼ା, ୨୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଏକ ବେଆଇନ ସର୍ଭିସିଂ ସେଣ୍ଟର କରି ଲକ୍ଷ ଲକ୍ଷ ଲିଟର ପାଣି ନିଜ କାରବାରରେ ବ୍ୟବହାର କରିବା ସହିତ ସୁନା ନଦୀର ଜଳ ପ୍ରଦୂଷିତ କରୁଥିବା ଅଭିଯୋଗ ହୋଇଛି। ଯୋଡ଼ା ପୌରପାଳିକାର ୱାର୍ଡ ନଂ ୪ ତଥା ଯୋଡ଼ା ମୁଖ୍ୟ ରାସ୍ତାର ସୁନା ନଦୀ ପୋଲ ପାର୍ଶ୍ୱରେ ଦୀର୍ଘ ବର୍ଷ ହେବ ଏକ ବେଆଇନ ଭାବେ ସର୍ଭିସିଂ ସେଣ୍ଟର କରି ସୁନା ନଦୀରୁ ସିଧାସଳଖ ଜଳ ନେଇ ଦୈନିକ ଶହ ଶହ ଛୋଟ ବଡ଼ ଯାନବାହାନ ଧୋଇ ଏଥିରୁ ନିର୍ଗତ ମୋବିଲ ଓ ତେଲ ମିଶ୍ରିତ ଦୂଷିତ ଜଳକୁ ସିଧାସଳଖ ସୁନା ନଦୀରେ ଛାଡ଼ିଦିଆଯାଉଛି। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ମଧ୍ୟ ପୌରପାଳିକା ନୀରବ ରହୁଛି। ଏ ନେଇ ସୋମବାର ସର୍ଭିସିଂ ସେଣ୍ଟରର ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ ନାମ ପ୍ରକାଶ ନ କରି କହିଛନ୍ତି ଯେ, ପୌରପାଳିକାକୁ ପ୍ରତିମାସ ଏହି ସର୍ଭିସିଂ ସେଣ୍ଟର ବାବଦକୁ ପ୍ରାୟ ୩ହଜାର ଟଙ୍କା ଦିଆଯାଉଛି। ଏହାର ରସିଦ କଥା ପଚାରିବାରୁ, ରସିଦ ମିଳେ ନାହିଁ ବୋଲି ସେ କହିଥିଲେ। ଏ ନେଇ ଯୋଡ଼ା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀଙ୍କୁ ପଚାରିବାରୁ ଟଙ୍କା ନିଆଯିବା କଥା ସେ ଜାଣିନାହାନ୍ତି। ସୁନା ନଦୀରୁ ଜଳ ନେବାର ତଦାରଖ କରିବା ଦାୟୀତ୍ୱ ଜଳ ସମ୍ପଦ ବିଭାଗର ବୋଲି ସେ କହିଛନ୍ତି। ତଥାପି ସେ ସୋମବାର ଅପରାହ୍ନ ସୁଦ୍ଧା ସର୍ଭିସିଂ ସେଣ୍ଟରକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୩ ହଜାର ଟଙ୍କା କିଏ ନେଉଛି, ଏହାର ମଧ୍ୟ ତଦନ୍ତ କରିବେ ବୋଲି ସେ କହିଛନ୍ତି। ସେପଟେ ତଳ ମୁଣ୍ଡର ଜନସାଧାରଣ ଏହି ନଦୀରେ ଗାଧୋଇବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି। ପ୍ରଶାସନ ଏ ଦିଗରେ ଶୀଘ୍ର ଦୃଷ୍ଟି ଦେବା ସହିତ ପୌରପାଳିକାର କେଉଁ ଅସାଧୁ କର୍ମଚାରୀମାନେ ମୋଟା ଅଙ୍କର ଲାଞ୍ଚ ନେଇ ଏହି ସର୍ଭିସିଂ ସେଣ୍ଟରକୁ ସୁରକ୍ଷା ଦେଉଛନ୍ତି ଏହାର ମଧ୍ୟ ତଦନ୍ତ କରିବା ଉଚିତ ବୋଲି ମତାମତ ପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ, ମାସ୍କ ବଣ୍ଟନ

ଖଇରା,୩୦।୪(ଡି.ଏନ.ଏ.)-ଫାଉଣ୍ଡେଶନ ଟ୍ରଷ୍ଟ ଓ ଆର୍ଯ୍ୟାନ ସଙ୍ଗଠନ ତରଫରୁ ବୁଧବାର ଖଇରା ବ୍ଲକର ଡଗରପଡା ପଞ୍ଚାୟତରେ ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ଟ୍ରଷ୍ଟ ଅଧ୍ୟକ୍ଷ ମହମ୍ମଦ...

ଭିଜିଲାନ୍ସ ଜାଲରେ ଆର୍‌ଆଇ

ରେମୁଣା, ୧।୨(ଡି.ଏନ.ଏ.)-୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରେମୁଣା ତହସିଲ ଅଧିନ ପଞ୍ଚାଗଡ଼ ଆର୍‌ଆଇ ଅରବିନ୍ଦ ସିଂ। ତାଙ୍କୁ ବାଲେଶ୍ୱର...

କମ୍ପାନୀର ଜବରଦଖଲରେ ଚାଷଜମି – ଶାଗମାଛ ଦରରେ ଜମି ନେଇ ଯାଉଛି କମ୍ପାନୀ

ଯୋଡ଼ା,୨୪।୬(ଡ଼ିଏନଏ)- ସାଧାରଣ ଲୋକଙ୍କ ଜମିକୁ ବିଭିନ୍ନ ଉପାୟରେ ଶାଗମାଛ ମୂଲ୍ୟରେ ଟାଟା କମ୍ପାନୀ କିପରି ନିଜ ଅଧୀନକୁ ନେଉଛି, ତାର ଆଉ ଏକ ଉଦାହରଣ ଏବେ...

ଜଙ୍ଗଲକୁ ଟୋଲ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ବୃଦ୍ଧା ମୃତ

କେନ୍ଦୁଝର,୪।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଆକୁଳ ଅଞ୍ଚଳରେ ବଣୁଆ ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଦଳୀ...

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଆଜି

ବାଲେଶ୍ୱର ଅଫିସ, ୨୨।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଶୁଭାରମ୍ଭ ହେବ। ଶୋଭାରାମପୁରଠାରେ ଏକ...

ବର୍ଜ୍ୟବସ୍ତୁରେ କରୋନା ଯୋଦ୍ଧା ଶହୀଦ ସ୍ମୃତିସ୍ତମ୍ଭ

ରୂପ୍‌ସା, ୨୬।୪(ଡି.ଏନ.ଏ.)-ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଥିବା ବେଳେ ସୁରକ୍ଷା ଦେବା...

ଜବରଦଖଲ ରାସ୍ତା ନିର୍ମାଣରେ ବାଧକ : ପ୍ରଶାସନ ଚୁପ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)- କେନ୍ଦୁଝର ସହରରେ ଜବରଦଖଲ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡୁଛି । କିଏ ସରକାରୀ ଜମିରେ ଘରବାଡି ଜବରଦଖଲ କରିଛି...

ଟ୍ରକ୍‌କୁ ପିଟିଲା ଟ୍ରକ: ଜଣେ ମୃତ, ୨ ଆହତ

ସୋର, ୨୩।୪(ଡି.ଏନ.ଏ.)-ସୋର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ତଳନଗର ଠାରେ ଏକ ଟ୍ରକରେ ମାଲବୋଝେଇ ସମୟରେ ଅନ୍ୟ ଏକ ଟ୍ରକ ଧକ୍କା ଦେଇଛି।...

Advertisement
Archives

Model This Week