ବେଆଇନ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଗୋପାଳପୁର/କନିଷି (ଡି.ଏନ.ଏ.),୧୩ା୧୨-ଦୀର୍ଘମାସ ଧରି ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟ ତୁଳୁ ରୋଡରେ ବେଆଇନ କ୍ଲିନିକ କରି ବିଭିନ୍ନ ଅସ୍ତ୍ରୋପଚାର ଓ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଥିଲା। ଏନେଇ ନଭେମ୍ବର ୮ରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ବିଳମ୍ବରେ ହେଲେ ମଧ୍ୟ ଜିଲା ପ୍ରଶାସନର ନିଦ ଭାଙ୍ଗିଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଡିଏମ୍‌ଓ (ଏମ୍‌ଏସ୍‌), ସୁପରିଣ୍ଟେଣ୍ଡେଣ୍ଟ ସିଟି ହସ୍ପିଟାଲ ଡ଼ା. ରାଜେନ୍ଦ୍ର କୁମାର ସାହୁ, ମାଜିଷ୍ଟ୍ରେଟ ଦାୟିତ୍ୱରେ କନିଷି ତହସିଲଦାର ଅନିତା ସାହୁ, ଡ୍ରଗ୍ସ ଇନ୍ସପେକ୍ଟର ଲଳିତ କୁମାର ସାହୁ, ରାଜସ୍ବ ନିରୀକ୍ଷକ ସୁଦାମ ପ୍ରଧାନ, ରାମଚନ୍ଦ୍ର ନାୟକ, ପୋଲିସ ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ, ଅଶୋକ କୁମାର ପାଢ଼ୀ ଏବଂ ଅନ୍ୟ ଅଧିକାରୀମାନେ ଗୁରୁବାର ମଧ୍ୟାହ୍ନରେ ଅଚାନକ ଉକ୍ତ ବେଆଇନ କ୍ଲିନିକ୍‌ରେ ଚଢ଼ାଉ କରିଥିଲେ। ସେଠାରୁ ସର୍ଜରି ବ୍ଲେଡ, ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ଗଜ୍‌ କପଡ଼ା, ସ୍ପିରିଟ ଓ ଅନ୍ୟାନ୍ୟ ଔଷଧ ଜବତ କରାଯାଇଥିଲା। ଏଠାରେ ଦୀର୍ଘଦିନ ହେଲା ଅସ୍ତ୍ରୋପଚାର ଓ ବହୁ ବେଆଇନ କାର୍ଯ୍ୟ ହେଉଥିବା ଉକ୍ତ ଟିମ ଜାଣିବାକୁ ପାଇଥିଲା। ଅଧିକାରୀମାନେ କ୍ଲିନିକର କାଗଜପତ୍ର ଦେଖାଇବାକୁ କହିଥିଲେ ମଧ୍ୟ କ୍ଲିନିକରେ ରହୁଥିବା କର୍ମଚାରୀ ଦେଖାଇପାରିନଥିଲେ। ଚଢାଉର ଆଗୁଆ ସୂଚନା ପାଇ ନକଲି ଡାକ୍ତର ଜଣକ କ୍ଲିନିକରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଉକ୍ତ କ୍ଲିନିକ ସରକାରୀ ଜାଗାରେ ରହିଥିବାବେଳେ ପ୍ରଶାସନର କିଭଳି ନଜର ପଡୁ ନ ଥିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚଢ଼ାଉ ସମୟରେ ସରକାରୀ ଯୋଗାଣ ଔଷଧ ଓ ଗଜ୍‌ କପଡ଼ା ଜବତ ହୋଇଥିବାରୁ ସୋମବାର ବ୍ରହ୍ମପୁର ଏସଡିଜେଏମ ନିକଟରେ ଅଭିଯୋଗ କରାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଲଳିତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଉକ୍ତ କ୍ଲିନିକକୁ କିଭଳି ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ଔଷଧ ଓ ଅନ୍ୟ ସାମଗ୍ରୀ ଆସୁଥିଲା ସେନେଇ ତଦନ୍ତ କରାଯିବ ବୋଲି ସାହୁ କହିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବେଆଇନ କ୍ଲିନିକକୁ ସିଲ୍‌ କରାଯାଇଛି ଏବଂ କ୍ଲିନିକର କାଗଜପତ୍ର ୧୫ ଦିନ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ନିକଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ତହସିଲଦାର ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବଳିକାଙ୍କୁ ଉଦ୍ଧାର କଲା ପୋଲିସ, ଅପହର୍ତ୍ତା ଗିରଫ

ବିଞ୍ଝାରପୁର,୧୧।୧୨(ଡି.ଏନ୍‌.ଏ.)- ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳୋ ଗ୍ରାମର ଜୈନିକା ୧୪ବର୍ଷୀୟା ନାବାଳିକାଙ୍କୁ ସେହି ଗ୍ରାମର ଅମୀୟ ମଲ୍ଲିକ ପ୍ରଲୋଭନ ଦେଖାଇ ଗତ ୭ ତାରିଖରେ ଅପହରଣ...

ଦୁଇ ଛାତ୍ରୀଙ୍କୁ ଏସିଡ୍‌ ମାଡ଼: ଯୁବକ ଅଟକ

ଭଦ୍ରକ ଅଫିସ,୨୮।୧୧: ଭଦ୍ରକ ଜିଲା ବନ୍ତ ଥାନା ଅଧିନସ୍ଥ କଣ୍ଟାପଡ଼ା ଗ୍ରାମର ଜଣେ ଯୁବକ ବାଙ୍ଗୁରପଦି ଗ୍ରାମର ଦୁଇ ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି।...

୨ ବର୍ଷର କାର୍ଯ୍ୟ ୭ ବର୍ଷରେ ସରିଲାନି

ଅନୁଗୋଳ ଅଫିସ, ୨୨ା୭ ଶିଳାନ୍ୟାସର ୭ ବର୍ଷ ପରେ ବି ଶେଷ ହୋଇପାରୁନି ଅନୁଗୋଳର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାର୍ଯ୍ୟ। ଏହାର ନିର୍ମାଣ...

ଲୁହାପଥର ନିଲାମ ବିଫଳ

ଯାଜପୁର ଅଫିସ,୨୮।୮: ଶିଳ୍ପ ଆସିଲେ ବିକାଶର ଏକ ନୂତନ ଧାରା ସୃଷ୍ଟି ହେବ ବୋଲି ସରକାର ଯେଉଁ ଦୃଢ଼ୋକ୍ତି ପ୍ରକାଶ କରୁଥିଲେ ତାହା କଳିଙ୍ଗନଗର ଶିଳ୍ପାଞ୍ଚଳରେ...

ଅଗଷ୍ଟରୁ ବଦଳିବ ବ୍ରହ୍ମପୁର ଟ୍ରାଫିକ ବ୍ୟବସ୍ଥାର ଚିତ୍ର : କାର୍ଯ୍ୟକ୍ଷମ ହେବ ଇଣ୍ଟିଗ୍ରେଟେଡ ଟ୍ରାଫିକ ସିଷ୍ଟମ

ବ୍ରହ୍ମପୁର ଅଫିସ,୧୪ା୭-ବ୍ରହ୍ମପୁରରେ ସୁଧୁରିବ ଟ୍ରାଫିକ ବ୍ୟବସ୍ଥା । ଅଗଷ୍ଟରୁ ବଦଳିବ ଏହାର ଚିତ୍ର । ଅଗଷ୍ଟ ଶେଷ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଇଣ୍ଟିଗ୍ରେଟେଡ...

ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ଶିକ୍ଷକ ଗିରଫ

ବ୍ରହ୍ମପୁର ଅଫିସ,୨୬ା୯-ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ସେ ହେଲେ ପ୍ରିୟ ରଞ୍ଜନ ପାଣିଗ୍ରାହୀ ଓ ତାଙ୍କ ଘର ଗୋଷାଣୀନୂଆଗଁା ବୋଲି...

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ

କେନ୍ଦୁଝର,୨୯।୮: କେନ୍ଦୁଝର ପୁରୁଣା ସହର ସିଦ୍ଧସାଧନର ପୀଠ ସିଦ୍ଧମଠରେ ଥିବା ସିଦ୍ଧ ଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମନ୍ଦିର କାନ୍ଥରେ ଅନାବନା...

ଜଗତସିଂହପୁରରୁ ନିଖୋଜ ଯବାନଙ୍କ ମୃତଦେହ ଯାଜପୁରରୁ ମିଳିଲା

ଯାଜପୁର/ଜଗତସିଂହପୁର ଅଫିସ,୨୦ା୪: ଜଗତସିଂହପୁର ଜିଲା ଏରସମା ଥାନା ଅଧୀନ ସୋମପୁର ଗ୍ରାମର ଯବାନ ସୂର୍ଯ୍ୟକାନ୍ତ କୁଆଁର ୧୭ ତାରିଖରୁ ନିଖୋଜ ରହିଥିଲେ। ଦୁଇ ଦିନ ପୂର୍ବରୁ...

Advertisement
Archives

Model This Week