ବେଆଇନ ଇଟାଭାଟିରେ ବୁଲିଲା ଜେସିବି

ପରଜଙ୍ଗ, ୫।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ପକ୍ଷରୁ କୁଆଲୋ ରାଜସ୍ବ ସର୍କଲରେ ଗଢ଼ିଉଠିଥିବା ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରିବେଶ ନିୟମ ଉଲ୍ଲଂଘନ କରି ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା ଉକ୍ତ ଇଟାଭାଟି ଉପରେ ମଙ୍ଗଳବାର ବୁଲିଛି ଜେସିବି। ଏଥିସହ ଜଟିଆ ଗ୍ରାମର ୧୨ଜଣ ଇଟାଭାଟି ମାଲିକଙ୍କଠାରୁ ପ୍ରଥମ କିସ୍ତିରେ ୩ ଲକ୍ଷ ୮୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଅବଶିଷ୍ଟ ଟଙ୍କା ୭ଦିନ ମଧ୍ୟରେ ତହସିଲ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି ତହସିଲଦାର ଜୟନ୍ତ କୁମାର ଜୟସିଂ ସୂଚନା ଦେଇଛନ୍ତି।
କୁଆଳୋ ରାଜସ୍ବ ସର୍କଲ ଅଧୀନରେ ବ୍ୟାପକ ପରିମାଣର ବେଆଇନ ଇଟା ଭାଟି ଗଢ଼ିଉଠିଛି। ଜଟିଆ, ଖାଲପାଳ ଗ୍ରାମ ପାର୍ଶ୍ୱରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଅବବାହିକାରେ ଏପରି ଶତାଧିକ ଇଟାଭାଟି ପରିବେଶକୁ ପ୍ରଦୂଷିତ କରୁଛି। ନଦୀ କୂଳରୁ ମାଟି ହାଣି ଇଟା ପ୍ରସ୍ତୁତ କରାଯାଉଥିବା ନଦୀକୂଳିଆ ଗ୍ରାମଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେଉଛି। ଏନେଇ ବାରମ୍ବାର ଅଭିଯୋଗ ପରେ ମଙ୍ଗଳବାର ତହସିଲଦାରଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ରାମକୃଷ୍ଣ ମହନ୍ତ, ସୁପରଭାଇଜର ମିନତିବାଗ ସିଂ, ବରିଷ୍ଠ କିରାଣି ସୁବ୍ରତ ସିଂ, କୁଆଳୋ ଏଆର୍‌ଆଇ ଦୀନେଶ ସିଂ ପ୍ରମୁଖ ପୋଲିସ କର୍ମଚାରୀଙ୍କ ସହ ଜଟିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀକୂଳରେ ଚଢ଼ାଉ କରିଥିଲେ।
ଏ ନେଇ ତହସିଲଦାର କୁହନ୍ତି, ତିଆରି ହୋଇଥିବା ଇଟାକୁ ଜେସିବି ସହାୟତାରେ ଭାଙ୍ଗି ଦିଆଯାଇଛି। ଗଢ଼ାଯାଇଥିବା ଇଟା ଆକଳନ କରି ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ବେଳେ ପୁରୀକୁ ଚାଲିବନି ଟ୍ରେନ୍‌

ପୁରୀ ଅଫିସ,୨୯।୬: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଜାରି ରଖିଛି। ଏ ନେଇ ସୋମବାର ଦଇତାପତି ନିଯୋଗ ସହ ପ୍ରଶାସନ...

୩୦ ଟନ୍‌ କ୍ରୋମାଇଟ ଜବତ, ୨ ଅଟକ

ଭୁବନ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ମୃଦଙ୍ଗା ହାଟଛକରେ କ୍ରୋମାଇଟ ଅପମିଶ୍ରଣ ବେଳେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଚଢ଼ାଉ କରି ୨ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରୁ...

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୫ କୋର୍ଟଚାଲାଣ

ମାଲକାନଗିରି/ପଡିଆ,୯ା୧୦(ଡି.ଏନ.ଏ)-ମାଲକାନଗିରି ଜିଲାରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଗ୍ରାମ...

ନାମକୁ ରାସ୍ତା ସଫେଇ : ଭାରିଯାନ ଯାତାୟାତରେ ବାଧା

ନାଉଗାଁ,୧୯।୬(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପ୍ରତିବର୍ଷ ରାସ୍ତା ସଫେଇ ନାଁରେ ଲକ୍ଷାଧିକ ଖର୍ଚ୍ଚ ହେଉଛି। ମାତ୍ର ଏହି ସଫେଇ କାମ ନାମକୁ ମାତ୍ର ହୋଇଥିବା ନେଇ ସାଧାରଣରେ...

ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୧୮ ଆହତ

ଉମରକୋଟ,୧୨।୨(ସ୍ବ.ପ୍ର.): ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୮ ଜଣ ଆହତ...

ସୀମାନ୍ତରେ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣ: ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ, ୧୦ ଯବାନ ଗୁରୁତର

ମାଲକାନଗିରି,୨୯ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଯବାନ...

ସୁରଟରୁ ବାହାରିବ ୨୧ ବସ୍‌: କ୍ୱାରାଣ୍ଟାଇନ୍‌ ସେଣ୍ଟର ତଦାରଖ କଲେ ଉପଜିଲାପାଳ

ଭଞ୍ଜନଗର,୧।୫(ଡି.ଏନ୍‌.ଏ.)- ସୁରଟରୁ ଶହଶହ ଓଡ଼ିଆ ଭିଟାମାଟିକୁ ବସ୍‌ଭଡ଼ା କରି ଦୌନନ୍ଦିନ ବାହାରୁଛନ୍ତି। ଶୁକ୍ରବାର ରାତିରେ ସୁରାଟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୧ ବସ୍‌ ଓଡ଼ିଶା ଅଭିମୁଖେ...

ପୁଣି ଗିରଫ ହେଲେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ

ଭବାନୀପାଟଣା,୨୩।୭(ଡି.ଏନ୍‌.ଏ.): ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଗୋଟିଏ ମାମଲାରେ ଜେଲରୁ ମୁକୁଳୁ ମୁକୁଳୁ ପୁଣି ଏକ ଅନ୍ୟ ମାମଲାରେ ଗିରଫ...

Advertisement
Archives

Model This Week