ବେଆଇନ ଇଟାଭାଟିରେ ବୁଲିଲା ଜେସିବି

ପରଜଙ୍ଗ, ୫।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ପକ୍ଷରୁ କୁଆଲୋ ରାଜସ୍ବ ସର୍କଲରେ ଗଢ଼ିଉଠିଥିବା ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରିବେଶ ନିୟମ ଉଲ୍ଲଂଘନ କରି ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା ଉକ୍ତ ଇଟାଭାଟି ଉପରେ ମଙ୍ଗଳବାର ବୁଲିଛି ଜେସିବି। ଏଥିସହ ଜଟିଆ ଗ୍ରାମର ୧୨ଜଣ ଇଟାଭାଟି ମାଲିକଙ୍କଠାରୁ ପ୍ରଥମ କିସ୍ତିରେ ୩ ଲକ୍ଷ ୮୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଅବଶିଷ୍ଟ ଟଙ୍କା ୭ଦିନ ମଧ୍ୟରେ ତହସିଲ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି ତହସିଲଦାର ଜୟନ୍ତ କୁମାର ଜୟସିଂ ସୂଚନା ଦେଇଛନ୍ତି।
କୁଆଳୋ ରାଜସ୍ବ ସର୍କଲ ଅଧୀନରେ ବ୍ୟାପକ ପରିମାଣର ବେଆଇନ ଇଟା ଭାଟି ଗଢ଼ିଉଠିଛି। ଜଟିଆ, ଖାଲପାଳ ଗ୍ରାମ ପାର୍ଶ୍ୱରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଅବବାହିକାରେ ଏପରି ଶତାଧିକ ଇଟାଭାଟି ପରିବେଶକୁ ପ୍ରଦୂଷିତ କରୁଛି। ନଦୀ କୂଳରୁ ମାଟି ହାଣି ଇଟା ପ୍ରସ୍ତୁତ କରାଯାଉଥିବା ନଦୀକୂଳିଆ ଗ୍ରାମଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେଉଛି। ଏନେଇ ବାରମ୍ବାର ଅଭିଯୋଗ ପରେ ମଙ୍ଗଳବାର ତହସିଲଦାରଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ରାମକୃଷ୍ଣ ମହନ୍ତ, ସୁପରଭାଇଜର ମିନତିବାଗ ସିଂ, ବରିଷ୍ଠ କିରାଣି ସୁବ୍ରତ ସିଂ, କୁଆଳୋ ଏଆର୍‌ଆଇ ଦୀନେଶ ସିଂ ପ୍ରମୁଖ ପୋଲିସ କର୍ମଚାରୀଙ୍କ ସହ ଜଟିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀକୂଳରେ ଚଢ଼ାଉ କରିଥିଲେ।
ଏ ନେଇ ତହସିଲଦାର କୁହନ୍ତି, ତିଆରି ହୋଇଥିବା ଇଟାକୁ ଜେସିବି ସହାୟତାରେ ଭାଙ୍ଗି ଦିଆଯାଇଛି। ଗଢ଼ାଯାଇଥିବା ଇଟା ଆକଳନ କରି ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri