ବୁଲା ଗୋରୁ, କୁକୁରଙ୍କୁ ଆହାର ଯୋଗାଇଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍‌,୨୬।୩- ଲକ୍‌ଡାଉନ୍‌ ପରେ ସାଧାରଣ ଜନତାଙ୍କ ଅପେକ୍ଷା ବୁଲା ଗୋରୁ, କୁକୁରଙ୍କ ଆହାର ଚିନ୍ତା ବଢ଼ିଯାଇଛି। ଏହାକୁ ହୃଦୟଙ୍ଗମ କରି ବରଗଡ଼ ସହରର ୭ ସ୍ବେଚ୍ଛାସେବୀ ଯୁବକ ବୁଧବାରରୁ ଘରୁ ପଦାକୁ ବାହାରି ସେମାନଙ୍କ ସାହାଭରସା ପାଲଟିଛନ୍ତି। ଏକ ଅଟୋରେ ରନ୍ଧାଖାଦ୍ୟ ଧରି ସହରର ବିଭିନ୍ନ ସ୍ଥାନ ବୁଲିବା ସହିତ ବୁଲା ଗୋରୁ, କୁକୁରଙ୍କୁ ତାହା ସେମାନେ ଖାଇବାକୁ ଦେଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଏହି ଅଭିଯାନ ଜାରି ରହିଥିବ ବୋଲି ସ୍ବେଚ୍ଛାସେବୀ ଯୁବକମାନେ କହିଛନ୍ତି। ବୁଲା ଗୋରୁ, କୁକୁରଙ୍କ ପ୍ରତି ସ୍ବେଚ୍ଛାସେବୀମାନଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ବରଗଡ଼ ସହର ଭଟଲି ଛକ ନିକଟରେ ସ୍ଥାନୀୟ ବିଶ୍ୱରଞ୍ଜନ ତ୍ରିପାଠୀଙ୍କ ଏକ ପେଟ୍‌ ଫ୍ରେଣ୍ଡଲି ହାଉସ୍‌ ଡଗି ଷ୍ଟାଇଲ୍‌ ରହିଛି । ପୋଷା ପଶୁପକ୍ଷୀଙ୍କ ପ୍ରତି ତାଙ୍କ ସ୍ନେହ, ମମତା ଥିବାରୁ ଲକ୍‌ ଡାଉନ୍‌ ପରେ ବାହାରେ ବୁଲୁଥିବା ଗୋରୁ, କୁକୁର କିଭଳି ଖାଇବାକୁ ପାଇବେ ସେଥିପାଇଁ ସେ ଓ ତାଙ୍କ ସହଯୋଗୀ ବନ୍ଧୁ ଚିନ୍ତା କରିଥିଲେ। ଏହାପରେ ନିଜ ମଧ୍ୟରେ ପାଣ୍ଠି ସଂଗ୍ରହ କରି ନିଜେ ଖାଦ୍ୟ ରାନ୍ଧିଥିଲେ। ପରେ ତାକୁ ସହରରେ ବୁଲି ବୁଲା ଗୋରୁ, କୁକୁରଙ୍କୁ ଖାଇବାକୁ ଦେଉଥିବା ବିଶ୍ୱରଞ୍ଜନ କହିଛନ୍ତି । ତାଙ୍କ କହିବା ଅନୁସାରେ କୁକୁରଙ୍କ ପାଇଁ ଭାତ, ଚିକେନ, ମିଲ୍‌ ମେକର ଏବଂ ଗୋରୁଙ୍କ ପାଇଁ ଭାତ ସାଙ୍ଗକୁ ବିଭିନ୍ନ ପନିପରିବାରୁ ରନ୍ଧାଖାଦ୍ୟ ପ୍ରସ୍ତୁତ କରିଥିଲେ। ବିଶ୍ୱରଞ୍ଜନଙ୍କ ସମେତ ଅନ୍ୟ ସ୍ବେଚ୍ଛାସେବୀ ଶ୍ୱେତରଞ୍ଜନ ତ୍ରିପାଠୀ, ଅମନ ଦ୍ୱିବେଦୀ, ଜଙ୍ଗ ବାହାଦୂର, ଆଲୋକ ତ୍ରିପାଠୀ, ସୋମେଶ ଶତପଥୀ ପ୍ରମୁଖ ଏଥିରେ ସାମିଲ ଥିଲେ। ନିଜେ ସବୁ ଖାଦ୍ୟ ରାନ୍ଧିିବା ପରେ ତାକୁ ଏକ ଅଟୋରେ ଧରି ସହରର ବିଭିନ୍ନ ଅଞ୍ଚଳରେ ସେମାନଙ୍କ ଆଖିରେ ପଡୁଥିବା ଗୋରୁ, କୁକୁରଙ୍କୁ ଖାଇବାକୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ୨୪ ମାମଲାର ଶୁଣାଣି

ବରଗଡ଼, ୨୫।୮(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ…

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ପାଟଣା ବ୍ଲକ୍‌ର ୪୧ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି: ନିଯୁକ୍ତିପତ୍ର ବାଣ୍ଟିଲେ …

ପାଟଣା,୨୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୪୧ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗକୁ ପଦୋନ୍ନତି ପାଇଛନ୍ତି।…

କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନ: ଗଞ୍ଜେଇ ଚାଷ-ନିଶାରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୨୫।୮ (ଅରୁଣ ସାହୁ): କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦାରିଙ୍ଗବାଡ଼ି ଥାନା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ…

ସୋନାଲିସା ଓ ମିହିର ରଞ୍ଜନଙ୍କୁ ସମ୍ମାନିତ କଲା ସମ୍ବର୍ଦ୍ଧନା ମଞ୍ଚ

ପାଟଣା,୨୫।୮(ବୀର କିଶୋର ଦାଶ): ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚ, ସ୍ୱାମ ପାଟଣା ପକ୍ଷରୁ ମଙ୍ଗଳବାର ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶେଷ ସମ୍ବର୍ଦ୍ଧନା…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ପାଣି ଡ୍ରମ ଭିତରେ କୁଣ୍ଡଳୀ ମାରି ବସିଥିଲା ବିରାଟକାୟ ଅଜଗର, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ତା’ ପରେ…

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri