ବିୟୁଟି, ବ୍ରେନ୍‌ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ କାବ୍ୟା କିରଣ

ମୁମ୍ବାଇ: ବଲିଉଡ୍‌ ସହ କିଛି ଆଞ୍ଚଳିକ ଭାଷାର ଫିଲ୍ମରେ କାମ କରିଥିବା ଅଭିନେତ୍ରୀ କାବ୍ୟା କିରଣ ଏବେ ବେଶ୍‌ ପରିଚିତ। ତାଙ୍କୁ ଏବେ ବିୟୁଟି, ବ୍ରେନ୍‌ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ ବୋଲି କୁହାଯାଉଛି। କାବ୍ୟା ବିଶେଷ ଭାବେ ପ୍ରିଣ୍ଟ ଆଡ୍‌ରେ ବହୁ ନାଁ କମାଇଛନ୍ତି। ଏହା ବ୍ୟତିତ ସର୍ଟ ଫିଲ୍ମ, ଡକ୍ୟୁମେଣ୍ଟାରୀ, ଟେଲିଭିଜନ ଧାରାବାହିକ, ଓ୍ବେବ୍‌ ସିରିଜ୍‌, ମ୍ୟୁଜିକ୍‌ ଭିଡିଓ ସବୁଥିରେ କାମ କରିଥିବା କୁହନ୍ତି। କେତେବେଳେ ଦର୍ଶକ ତାଙ୍କୁ ବୋଲ୍ଡ ଲୁକ୍‌ରେ ପସନ୍ଦ କରିଛନ୍ତି ତ ପୁଣି କେତେବେଳେ ସାଧାସିଧା କ୍ୟାରେକ୍ଟରରେ। ଏବେ ବି ତାଙ୍କ ହାତରେ ରହିଛି କିଛି ଆଞ୍ଚଳିକ ଭାଷାର ଫିଲ୍ମ। ଏହାସହ କିଛି ହିନ୍ଦୀ ପ୍ରୋଜେକ୍ଟ ମଧ୍ୟ ଖୁବ୍‌ଶୀଘ୍ର ଆସିବ ବୋଲି ସେ କୁହନ୍ତି। ଅଭିନୟ କ୍ୟାରିୟରରେ ବହୁ ଉତ୍ଥାନ ପତନକୁ ଦେଖିଥିବା କାବ୍ୟା କୁହନ୍ତି ଜୀବନରେ ତ ଏସବୁ ଆସିବ। ହେଲେ ଆଗକୁ ବଢିବାକୁ ଚାହୁଁଥିଲେ ଏହାକୁ ପଛକୁ ପକାଇ ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଟାର୍ଗେଟରେ ଏକତା କପୁର: ପ୍ରତିକ୍ରିୟା ରଖିଲେ ମିକା ସିଂ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ଟାର୍ଗେଟ କରାଯାଉଛି। ସୁଶାନ୍ତଙ୍କ ପ୍ରଶଂସକ ତଥା ସୋସିଆଲ ମିଡିଆ ବ୍ୟବହାରକାରୀମାନେ...

ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ...

ପ୍ରସ୍ତୁତି ପଥେ ‘ଗୁଲାବୋ ସିତାବୋ’

ଲକ୍ଷ୍ନୌ: ଅଭିନେତା ଆୟୁଷ୍ମାନ୍‌ ଖୁରାନା ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଗୁଲାବୋ ସିତାବୋ’ ଶୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଅଭିନୟ...

ମା’ଙ୍କ ନାଁରେ କ୍ୟାନସର୍‌ ହସ୍ପିଟାଲ୍‌ ନିର୍ମାଣ କରିବାକୁ ଚାହୁଁଛନ୍ତି ଏହି ଅଭିନେତା

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜ୍‌ସ୍ଥିତ ନିଜ ଗ୍ରାମରେ ଏକ କ୍ୟାନସର୍‌ ହସ୍ପିଟାଲ୍‌ ମା’ ନର୍ଗିଶଙ୍କ ନାମରେ ଖୋଲିବାକୁ ଚାହୁଁଛନ୍ତି। ନିଜ ଆଗାମୀ ଫିଲ୍ମ...

ପେସା ଇଞ୍ଜିନିୟରିଂ ନିଶା ଯାତ୍ରା

ପେସାରେ ସେ ଜଣେ ଇଞ୍ଜିନିୟର। ହେଲେ ଯାତ୍ରା ନିଶାରେ ସେ ଏପରି ପଡିଯାଇଛନ୍ତି ଯେ ସେଥିରୁ ମୁକୁଳି ପାରୁନାହାନ୍ତି। ପିଲାଦିନେ ଛୋଟ ଭୂମିକାରେ ଅଭିନୟ କରିବା...

ଟ୍ବିଙ୍କିଲ୍‌ କାନରେ ପିନ୍ଧିଲେ ପିଆଜ ଇୟର ରିଙ୍ଗ୍‌

ମୁମ୍ବାଇ: ପିଆଜ ଦାମ ଆକାଶ ଛୁଆଁ ହୋଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବହୁ ରୋଚକ ଫଟୋ ଶେୟାର କରାଯାଉଛି। ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ...

୪ଶହ ଶ୍ରମିକଙ୍କ ପରିବାରର ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ ସୁଦ

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତା ହେଉଛନ୍ତି ସୋନୁ ସୁଦ। ଏବେ ସୋନୁ ଏଥିରେ...

ପୋଲିସ ଖୋଜୁଛି ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ: ଏଯାଏ ୨୬ଜଣଙ୍କୁ ଜେରା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ପଚରାଉଚରା କରିଛି। ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୯ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ଏଥିରେ ରିୟା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *