ବିସିଜି ଟୀକା ଦିଆଯାଇଥିବା ଦେଶରେ କରୋନା ଆତଙ୍କ ହେବ କମ୍‌: ଭାରତରେ ଅଧିକ କ୍ଷତିର ନାହିଁ ଆଶଙ୍କା !

ନୂଆଦିଲ୍ଲୀ/ମେଲବୋର୍ନ,୧।୪: ଯେଉଁ ଦେଶରେ ଟିବି ପାଇଁ  ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ବିଭାଗର ବାୟୋଲୋଜିକାଲ ସାଇନ୍ସ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଭାରତରେ କରୋନା ଦ୍ୱାରା କମ କ୍ଷତି ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଭାରତରେ ଗତ ୭୨ ବର୍ଷ ଧରି ଶିଶୁ ଜନ୍ମ ହେବାପରେ ଟିବି ପାଇଁ ପ୍ରତିଷେଧକ ଟୀକା ବିସିଜି ଦେବା ପ୍ରକ୍ରିୟା ଜାରି ରହିଛି। ଭାରତରେ ୧୯୪୮ରେ ଏହି ଟୀକାକରଣ ଆରମ୍ଭ ହୋଇଥିବାବେଳେ ୧୯୬୨ରେ ଏହାକୁ ଟିବି ନିରାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ପୃଥିବୀର ଯେଉଁ ସବୁ ଦେଶରେ ବିସିଜି ଟୀକା ଦିଆଯାଉ ନାହିଁ ସେଠାରେ କରୋନା ଆତଙ୍କ ସୃଷ୍ଟି କରିଛି। ଇଟାଲିରେ ୧୯୮୧ଠାରୁ ବିସିଜି ଟୀକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା। ତେଣୁ ଏଠାରେ କରୋନ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଟିବି ରୋଗରେ ଫୁସଫୁସ ସଂକ୍ରମଣ ହୋଇଥାଏ। ଏହାକୁ ରୋକିବା ଲାଗି ଭାରତରେ ଶିଶୁ ଜନ୍ମ ପରେ ବିସିଜି ଟୀକାର ପ୍ରୟୋଗ କରାଯାଇଥାଏ। ଆମେରିକା, ଇଟାଲି, ଲେବାନନ୍‌, ନେଦରଲାଣ୍ଡ୍‌, ବେଲଜିୟମ୍‌ ଆଦି ଦେଶରେ ବିସିଜି ଟୀକାକରଣ କରାଯାଇ ନ ଥାଏ। ତେବେ ଚାଇନା, ଜାପାନ, ବ୍ରାଜିଲ୍‌, ଭାରତ ଆଦି ଦେଶରେ ଏହାର ବ୍ୟବହାର ଜନ୍ମ ସମୟରୁ ହିଁ କରାଯାଇଥାଏ। ତେବେ ଚାଇନା କରୋନା ସଂକ୍ରମଣର କେନ୍ଦ୍ର ପାଲଟି ଥିବାରୁ ଏଠାରେ ମୃତ୍ୟୁ ତଥା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ବ୍ରାଜିଲ୍‌ରେ ୧୯୨୦ଠାରୁ ବିସିଜିର ବ୍ୟବହାର ଜାରି ରହିଛି। ସେହିପରି ଭାରତରେ ଜନ୍ମ ପରେ ୯୭ ପ୍ରତିଶତରୁ ଅଧିକ ଶିଶୁଙ୍କୁ ବିସିଜି ଟୀକା ଦିଆଯାଇଥାଏ। ତେଣୁ କରୋନା ଦ୍ୱାରା ଭାରତ ଅଧିକ ପ୍ରଭାବିତ ହେବାର ଆଶଙ୍କା କମ ଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ପ୍ରତିଷେଧକ ବ୍ୟବସ୍ଥା ନେଇ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୭।୩(ପି.ଟି.): କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ସାରା ଦେଶରେ ଥିବା ଜେଲ୍‌ଗୁଡ଼ିକରେ ଅତ୍ୟଧିକ ବନ୍ଦୀଙ୍କୁ ନେଇ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି।...

ରକ୍ଷାବନ୍ଧନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ବାର୍ତ୍ତା ପଠାଇଲେ ସୁରସାମ୍ରାଜ୍ଞୀ: ମୋଦି ଏଭଳି ରଖିଲେ ଜବାବ

ମୁମ୍ବାଇ,୩।୮: ସମଗ୍ର ଦେଶରେ ସୋମବାର ପବିତ୍ର ରକ୍ଷାବନ୍ଧନ ପାଳିତ ହେଉଛି। ଭାଇଭଉଣୀଙ୍କ ପବିତ୍ର ବନ୍ଧନକୁ ଦର୍ଶାଉଥିବା ରାକ୍ଷୀ ସବୁ ପର୍ବଠାରୁ ଅନ୍ୟତମ। ବର୍ଷକୁ ଥରେ ଭଉଣୀମାନେ...

ବାଇଡେନଙ୍କ ସହ “ଚ୍ୟାମ୍ପ-ମେଜର”ବି ଯାଇପାରନ୍ତି ହ୍ୱାଇଟ ହାଉସ: ସହଧର୍ମିଣୀ ଦେଇଥିଲେ ଉପହାର

ୱାଶିଂଟନ,୮ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ଜୋ ବାଇଡେନଙ୍କ ବିଜୟ ପରେ ଏବେ ହ୍ୱାଇଟ ହାଉସକୁ କୁକୁରଙ୍କ ପ୍ରବେଶ ହୋଇପାରେ ବୋଲି ଅନୁମାନ...

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୨୭ ।୨: କରୋନା ମହାମାରୀ ସଂକ୍ରମଣ ଦେଶରେ ଲଗାତାର ଭାବେ ବଢି ଚାଲିଥିବା ବେଳେ ଏବେ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ରୋକ ଲାଗିଛି ।...

‘ନୂତନ କୃଷି ଆଇନକୁ ପଞ୍ଜାବ ନୁହେଁ ସମଗ୍ର ଦେଶ ପ୍ରତିବାଦ କରୁଛି’

ନୂଆଦିଲ୍ଲୀ,୬।୨: ନୂତନ କୃଷି ଆଇନକୁ କେବଳ ପଞ୍ଜାବ ନୁହେଁ, ସମଗ୍ର ଦେଶ ପ୍ରତିବାଦ କରୁଛି। ବାସ୍ତବ କଥାକୁ ଯଦି କେନ୍ଦ୍ର ସରକାର ଦେଖି ନ ପାରନ୍ତି,...

ମାସ୍କ ପିନ୍ଧି ହ୍ବାଇଟ୍‌ ହାଉସରେ ଏଣ୍ଟ୍ରି କଲେ ବାଇଡେନ ଦମ୍ପତି

ଓ୍ବାଶିଂଟନ,୨୧।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଗୁରୁବାର ତାଙ୍କ ସ୍ତ୍ରୀ ଜିଲ ବାଇଡେନଙ୍କ ସହ ରାଷ୍ଟ୍ରପତି ଭବନ ଅର୍ଥାତ୍‌ ହ୍ବାଇଟ୍‌ହାଉସରେ ଏଣ୍ଟ୍ରି...

ମା’ବାପାଙ୍କୁ ହଇରାଣ କଲେ ୬ ମାସ ଜେଲ୍‌

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ମାତାପିତା କିମ୍ବା ବରିଷ୍ଠ ନାଗରିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ୬ ମାସ ଜେଲ୍‌ କିମ୍ବା ୧୦ ହଜାର ଟଙ୍କା ଜରିମାନା ବା ଉଭୟ ଦଣ୍ଡ...

ଶିକ୍ଷା ବଜେଟ କମାଇଛନ୍ତି ୬୫% ଦେଶ

ନୂଆଦିଲ୍ଲୀ, ୧।୩: କରୋନା ମହାମାରୀ ପରେ ୬୫ ପ୍ରତିଶତ ନିମ୍ନ ଏବଂ ନିମ୍ନ-ମଧ୍ୟମ ଆୟକାରୀ ଦେଶ ସେମାନଙ୍କ ଶିକ୍ଷା ବଜେଟ ହ୍ରାସ କରିଛନ୍ତି। କେବଳ କମ୍‌...

Advertisement


Archives

Model This Week

Why Dharitri