ବିଷ ପିଇ ଯୁବକଙ୍କ ମୃତ୍ୟୁ ଘଟଣା: ସ୍ବାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା, କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ କଲେ ସ୍ବାସ୍ଥ୍ୟକର୍ମୀ

ପାତ୍ରପୁର,୨୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାଞ୍ଚଆମ୍ବ ଗ୍ରାମର ଅଶ୍ୱିନୀ ବେହେରା(୩୦) ବୁଧବାର ସନ୍ଧ୍ୟାରେ ବିଷ ପିଇ ଗୁରୁତର ଅବସ୍ଥାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଉକ୍ତ ଗ୍ରାମର କିଛି ଲୋକ ମଧ୍ୟରାତ୍ରରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଝରକା, କବାଟ ଭଙ୍ଗାରୁଜା କରିଥିଲେ। ଉକ୍ତ ଘଟଣାକୁ ନେଇ ଗୁରୁବାର ସକାଳୁ ସ୍ବାସ୍ଥ୍ୟକର୍ମୀଙ୍କ ପକ୍ଷରୁ କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ କରାଯାଇଥିଲା।ଏନେଇ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ସମ୍ବିତ ବେଗରାୟ, ଜିଲାପାଳ, ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇବା ସହ ଜରଡ଼ା ଥାନାରେ ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡ଼ା ଫାର୍ମରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ହାଟଡିହୀ,୨୦ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ବଡ଼ରମ୍ପାସ ଗ୍ରାମଠାରୁ ଅନତି ଦୂରରେ ଅବସ୍ଥିତ କେନାଲ ନିକଟ ଏକ କୁକୁଡ଼ା ଫାର୍ମରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ...

ଗଜପତି ଅବକାରୀ ଏସ୍‌ଆଇଙ୍କ ୪ ପଦକ ହାସଲ

ପାରଳାଖେମୁଣ୍ଡି,୧୬।୫(ଡି.ଏନ୍‌.ଏ.): କର୍ନାଟକର ବେଙ୍ଗଲୁରୁଠାରେ ଅନୁଷ୍ଠିତ ପ୍ରଥମ ଜାତୀୟ ପ୍ୟାନ ଇଣ୍ଡିଆ ମାଷ୍ଟର ଗେମ୍ସରେ ଗଜପତି ଜିଲା ଅବକାରୀ ବିଭାଗର ଏସ୍‌ଆଇ କିଶୋର ଚନ୍ଦ୍ର ରଥ ଭାଗ ନେଇ...

ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରି ଦିଅର ଗିରଫ

ବ୍ରଜରାଜନଗର,୧୩।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଲଜକୁରା ଫାଟକପଡ଼ାର ଜଣେ ଯୁବକ ସମ୍ପର୍କୀୟ ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଘଟଣା ପ୍ରଘଟ କଲେ ମହିଳାଙ୍କୁ...

ତଳି ନଷ୍ଟକଲେ ହାତୀପଲ

ନାକଟିଦେଉଳ,୬ା୮(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଏଥିରେ ଲୋକଙ୍କ ଧନଜୀବନ ହାନି ଘଟୁଥିବା ବେଳେ ଚାଷ କାର୍ଯ୍ୟ କ୍ଷତି ହେଉଛି। ବର୍ତ୍ତମାନ...

ଦଇତାପତି ସେବକଙ୍କ ସ୍ବାବ ସଂଗ୍ରହ

ପୁରୀ ଅଫିସ,୨୭ା୫: ଆସନ୍ତା ୫ରେ ଦେବସ୍ନାନ ପୂର୍ଣ୍ଣିମା। ରତ୍ନସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ମଣ୍ଡପ ଉପରେ କରିବେ ପ୍ରତ୍ୟକ୍ଷ ସ୍ନାନ, ପୁଣି ହାତୀବେଶରେ...

ନିର୍ଦ୍ଦିଷ୍ଟ ସମୟରେ ସୂଚନା ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୨୬।୩: ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ରେ ମିଳୁନି ଜେଲ ସୂଚନା ପ୍ରସଙ୍ଗରେ ରାଜ୍ୟ ଗୃହ ବିଭାଗର ଜନସୂଚନା ଅଧିକାରୀଙ୍କ ଚିଠି ଆଧାରରେ ଜେଲ ନିର୍ଦ୍ଦେଶାଳୟର...

ତୁଳସୀପତ୍ରରୁ ତେଲ ଉତ୍ପାଦନ

ନବରଙ୍ଗପୁର,୨୦ା୩(ବି.ପ୍ର) – ନବରଙ୍ଗପୁର ଜିଲାରେ ପ୍ରଥମ ଥର ପାଇଁ ତୁଳସୀ ପତ୍ରରୁ ତେଲ ଉତ୍ପାଦନ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି...

ଆଂଗ୍‌ଠି ନାଇଁ ଲେଖାପଢ଼ା କରମି କେନ୍‌ତା: ମୋର ଜୀବନ୍‌ଟା ମାଏଟ୍‌ କରିଦେଲା

ମନମୁଣ୍ଡା, ୧୬।୫ (ଡି.ଏନ.ଏ)-  ସବୁ ଛୁଆ ଛୋଟବେଲେ ଖାଇପିଇ ଖେଲକୁଦ କରସନ୍‌। ସ୍କୁଲରେ ପାଠ୍‌ପଢ଼ା ବାହାରେ ସାଂଗସରସାକର  ସଂଗେ ମିଶି ହସି ମଜାକ୍‌ରେ ସମିଆ ବିତାସନ୍‌।...

Advertisement
Archives

Model This Week