Posted inଖେଳ

ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୪ ନମ୍ବରକୁ ଉନ୍ନୀତ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)-
ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ବିଶ୍ୱର ନମ୍ବରଓ୍ବାନ ବେଲଜିୟମ ବିପକ୍ଷ ମ୍ୟାଚ ଜିତିବାପରେ ଭାରତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ୨୦୦୩ରେ ର଼୍ୟାଙ୍କିଙ୍ଗ୍‌ ପ୍ରଥା ପ୍ରଚଳନ ହେବାପରେ ଭାରତ ପ୍ରଥମଥରପାଇଁ ଏହି ସଫଳତା ଅର୍ଜନ କରିଛି। ପୂର୍ବରୁ ଭାରତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫ ନମ୍ବର ସ୍ଥାନରେ ଥିଲା। ଏହା ପୂର୍ବରୁ ପ୍ରୋ ଲିଗ୍‌ରେ ଭାରତ ୨ଟି ମ୍ୟାଚରେ ନେଦରଲାଣ୍ଡ୍ସକୁ ହରାଇଥିଲା। ପ୍ରଥମ ମ୍ୟାଚକୁ ଦଳ ୫-୨ ଗୋଲରେ ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚ ୩-୩ ସ୍ଥିତିରେ ଶେଷ ହେବାରୁ ଶୁଟ୍‌ ଆଉଟରେ ଭାରତ ୩-୧ ଗୋଲରେ ବିଜୟ ହାସଲ କରିଥିଲା। ବେଲଜିୟମ ବିପକ୍ଷରେ ଭାରତର ଏହା ୫୦ତମ ବିଜୟ ଥିଲା। ଏହା ଭାରତକୁ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବର ସ୍ଥାନକୁ ନେଇ ଯାଇଥିବାବେଳେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନା ୫ ନମ୍ବର ସ୍ଥାନକୁ ଖସିଛି।
ଦୁଃଖଦାୟକ
”ଏହା ଏକ କଷ୍ଟସାଧ୍ୟ ମ୍ୟାଚ ଥିଲା। ଘରୋଇ ପରିବେଶରେ ଭାରତ ବିପକ୍ଷରେ ଖେଳିବା ସହଜ ନୁହେଁ। ତେବେ ଆମେ ଅନେକ ସୁଯୋଗ ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରି ନ ପାରିବା ଦୁଃଖଦାୟକ ଥିଲା। ଏହି ମ୍ୟାଚରେ ଭାରତୀୟ ଗୋଲକିପର ଚମତ୍କାର ସେଭ୍‌ କରିଥିଲେ। ଫଳରେ ଆମେ ଅନେକ ପେନାଲ୍ଟି କର୍ନର ପାଇଥିଲେ ହେଁ ମାତ୍ର ଗୋଟିଏ ଗୋଲ ଦେଇ ପାରିଥିଲୁ। ତେବେ ଆମେ ରବିବାର ଆମେ ପରାଜୟର ମଧୁର ପ୍ରତିଶୋଧ ନେଇପାରିବୁ ବୋଲି ଆଶା ରଖିଛୁ“ ବୋଲି ବେଲଜିୟମ ଅଧିନାୟକ ଥୋମାସ ବ୍ରିଲ୍ସ ପ୍ରକାଶ କରିଛନ୍ତି। ଶନିବାର ମ୍ୟାଚରେ ବେଲଜିୟମର ବଲ୍‌ ପୋଜେସନ ଚମତ୍କାର ରହିଥିଲା। ୩୮ ଥର ଏହି ଦଳ ଭାରତ ସର୍କଲରେ ପ୍ରବେଶ କରିଥିଲା। ୨୪ଟି ଶୁଟ୍‌ କରିଥିଲେ ହେଁ କେବଳ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ୧୨-୦ରେ ଭୁଟାନକୁ ହରାଇଲା

ଢାକା, ୪।୨(ପି.ଟି.): ବଦଳ ଖେଳାଳିଭାବେ ଆସିଥିବା ତିନି ଖେଳାଳିଙ୍କ ହ୍ୟାଟ୍ରିକ ସହାୟତାରେ ଭାରତ ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍‌ ମହିଳା ସାଫ୍‌ ଚାମ୍ପିୟନଶିପ୍‌ର ଶୁକ୍ରବାର...

ଧୋନୀ, ରାଇନାଙ୍କୁ ସ୍ବତନ୍ତ୍ର ଗୀତ ଉତ୍ସର୍ଗ କଲେ ରହମାନ

ଚେନ୍ନାଇ,୧୭।୪: ଓସ୍କାର ବିଜେତା ସଙ୍ଗୀତକାର ଏ.ଆର. ରହମାନ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୦୧ର ଫିଲ୍ମ ‘ଲଗାନ’ର ଲୋକପ୍ରିୟ ଗୀତ ‘ଚଲେ...

ଅଞ୍ଜଳି, ଅର୍ଜୁନଙ୍କ ସହ ସଚିନ ଭୋଟ୍‌ ଦେଲେ

ମୁମ୍ବାଇ,୨୨।୧୦- କ୍ରିକେଟ ଲିଜେଣ୍ଡ ସଚିନ୍‌ ତେନ୍ଦୁଲକର ବାନ୍ଦ୍ରାରେ ଭୋଟ୍‌ ଦେଇଛନ୍ତି। ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ନିର୍ବାଚନ ହୋଇଥିବା ବେଳେ ସେ ସ୍ତ୍ରୀ ଅଞ୍ଜଳି ଓ...

ବାଂଲାଦେଶ ୨୩୩ରେ ସୀମିତ

ରାଓ୍ବଲପିଣ୍ଡି, ୭ା୨ (ଏଏଫ୍‌ପି)-ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ୨୩୩ ରନରେ ବାଂଲାଦେଶକୁ ଅଲଆଉଟ୍‌ କରିଦେଇଛି। ପେସ୍‌...

ଏହି କାରଣରୁ ଇଂଲଣ୍ଡ ବୋଲରଙ୍କୁ ଖେଳିପାରୁନାହାନ୍ତି କୋହଲି; ଇରଫାନ୍‌ ରଖିଲେ ଭିନ୍ନ ମତ

ନୂଆଦିଲ୍ଲୀ,୩୧।୮: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍‌...

ସକାଳୁ ସକାଳୁ ପଡ଼ିଲା ରାହୁଲଙ୍କ ଉଇକେଟ; ସ୍ଥିତି ସମ୍ଭାଳିଛନ୍ତି ଜାଡେଜା

ଲଡର୍‌ସ,୧୩।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନରେ ଇଂଲଣ୍ଡ ମ୍ୟାଚ୍‌କୁ ଫେରିବା ଆରମ୍ଭ କରିଛି। ପୂର୍ବ ଦିନର ସ୍କୋର...

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ...

ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ୩.୧୬ କୋଟି

ଭୁବନେଶ୍ୱର,୨୬।୧୦(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ୩୬ ତମ ଜାତୀୟ କ୍ରୀଡାରେ ପଦକ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିଛନ୍ତି ଓଡ଼ିଶା ସରକାର। କ୍ରୀଡା ଓ ଯୁବସେବା...

Advertisement
Archives

Model This Week