ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ:ପ୍ରଦୂଷଣ ମୁକ୍ତ ସମାଜ ଗଠନର ଆହ୍ବାନ

ଯାଜପୁର ରୋଡ,୧୧ା୯(ନି.ପ୍ର.)- ପ୍ରଦୂଷଣ ଆଇନକୁ କଡ଼ାକଡ଼ି ଭାବେ ପାଳନ ସହିତ ପ୍ରଦୂଷଣ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ଏକ ପ୍ରଦୂଷଣ ମୁକ୍ତ ସମାଜ ଗଠନ କରିବାକୁ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ଆହ୍ବାନ ଦେଇଛି। ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିନ୍ନ ହୋତା ଯୋଗ ଦେଇ ଯାଜପୁର ଜିଲା ଶିଳ୍ପ ଓ ଖଣି ଯୋଗୁ ବିଶେଷ ଭାବରେ ବାୟୁ, ଜଳ ପ୍ରଦୂଷିତ ହେଉଛି। ଏଥିପ୍ରତି ଶିଳ୍ପାନୁଷ୍ଠାନ ଓ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ଜିଲାର ପରିବେଶକୁ ସୁସ୍ଥ ରଖିବାପାଇଁ ଏହି ସଂଗଠନ ଏବେଠାରୁ କାର୍ଯ୍ୟ କରିବ। ଆବଶ୍ୟକ ପଡ଼ିଲେ ପ୍ରଦୂଷଣ କରୁଥିବା ସଂସ୍ଥା ବିରୋଧରେ ମାନବାଧିକାର ଊଲ୍ଲଂଘନ ଆଇନ ଅନୁଯାୟୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯିବ ବୋଲି ହୋତା ସୂଚନା ଦେଇଥିଲେ। ହୋତା ବିଭିନ୍ନ ଗଣମାଧ୍ୟକୁ ସୂଚନାଦେଇ କହିଥିଲେ ଯେ ଭାରତୀୟ ସମ୍ବିଧାନର ୨୧ ଧାରା ଅନୁଯାୟୀ ସମସ୍ତଙ୍କ ବଞ୍ଚତ୍ବାର ଅଧିକାର ରହିଛି। କେହି କାହାର ବଞ୍ଚତ୍ବା ଉପରେ ବାଧା ସୃଷ୍ଟି କରିପାରିବେ ନାହିଁ। ସ୍ବଚ୍ଛ ପାନୀୟ, ବାୟୁ, ପରିବେଶ ଜୀବନକୁ ସୁସ୍ଥ ରଖିଥାଏ। ମାତ୍ର ଏବେ ପରିବେଶପ୍ରତି ବିପଦ ଘନେଇ ଆସୁଛି। ଶିଳ୍ପ କାରାଖାନା ଓ ଖଣି ମାଲିକମାନେ ବ୍ୟାପକ ଜଙ୍ଗଲ କ୍ଷୟ କରୁଛନ୍ତି। ଯେତିକି ଗଛ ନଷ୍ଟ କରୁଛନ୍ତି ସେହି ଅନୁସାରେ ଜଙ୍ଗଲ ସୃଷ୍ଟି କରୁ ନାହାନ୍ତି। କାରାଖାନାର ଧୂଆଁରେ ବାୟୁମଙ୍ଗଣ୍ଡଳ ଦୂଷିତ ହେଉଛି। କାରଖାନାର ଦୂଷିତ ପାଣି ଓ ବର୍ଜ୍ୟବସ୍ତୁଗୁଡ଼ିକ ଗଣ୍ଡାନାଳ ଓ ନଦୀରେ ଛାଡ଼ି ଦିଆଯାଉଛି ଫଳରେ ଜଳ ପ୍ରଦୂଷିତ ହେଉଛି। ବିଶେଷକରି ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସୁକିନ୍ଦା ଖଣି ଉପତ୍ୟକାରେ ପ୍ରଦୂଷଣମାତ୍ରା ବୃଦ୍ଧି ପାଉଛି। ଫଳରେ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି। ଏପରି କି ଅକାଳରେ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି। ପରିବେଶକୁ ସୁସ୍ଥ ରଖିବାପାଇଁ ଏହି ସଂଗଠନ ଜିଲାର ପ୍ରତେକ ପଞ୍ଚାୟତସ୍ତରରେ ସଂଗଠନକୁ ସୁଦୃଢ କରିବାପାଇଁ ନିଷ୍ପତି ନେଇଛି। ପ୍ରଦୂଷଣ କରୁଥିବା ସଂସ୍ଥା ଉପରେ ଲଗାମ ଲଗାଇବା ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ହୋତା କହିଛନ୍ତି। ବୈଠକରେ ଢେଙ୍କାନାଳ ଓ ଅନୁଗୋଳ ଜିଲା ମାନବାଧିକାର ସୁରକ୍ଷା ସଂଗଠନ ସଭାପତି ରାମଚନ୍ଦ୍ର ରାଉତ ରାଏ, କଟକ ଜିଲା ସଭାପତି ସନ୍ତୋଷ କୁମାର ବଳ, ବାଲେଶ୍ୱର ଜିଲା ସଭାପତି ସଂଘମିତ୍ରା ମହାନ୍ତି, ରାଷ୍ଟ୍ରୀୟ ସଂଯୋଜକ ଆଇନ୍‌ଜୀବୀ ପ୍ରଦୀପ୍ତ ହୋତା, ଯାଜପୁର ଜିଲା ସଂଯୋଜକ ମନୋରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟରେ ପ୍ରଦୂଷଣ ଦିନକୁ ଦିନ କିପରି ବୃଦ୍ଧିପାଉଛି ଏବଂ ଏହାକୁ କିପରି ହ୍ରାସ କରାଯାଇପାରିବ ସେନେଇ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ହୋତା, ତପନ ଦେଓ, ଗୋପାଳ ଖଣ୍ଡଲୱାଲ, ଆତୁତୋଷ ଲେଙ୍କା, ରଶ୍ମୀକାନ୍ତ ସ୍ବାଇଁ, ନାନକ ପରିଡା, ସୁରେଶ ଧଳ, ବିଷ୍ଣୁ ଦେଓ, ପ୍ରଦୀପ ବଳ, ତୁଷାରକାନ୍ତ ଷଣ୍ଡ, ପୁଷ୍ପକ ମହାପାତ୍ର, ହରେକୃଷ୍ଣ ଭଞ୍ଜ, ନିରୋଧ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?