ବିଶ୍ୱାସୀ ପ୍ରେମିକ ଖୋଜୁଛନ୍ତି ମାହି ଗିଲ୍‌: ଶୁକ୍ରବାର ରିଲିଜ୍‌ ହେବ ଦବଙ୍ଗ-୩

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌ ଗୁରୁବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରିମ୍ପି କୌର ଗିଲ୍‌। ୧୮ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା। ତେବେ ପାରିବାରିକ ଅଶାନ୍ତିରୁ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ୨୦୦୭ରେ ଖୋୟା ଖୋୟା ଚାନ୍ଦ୍‌ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଦେବ୍‌-ଡିରେ ସେ ପାରୋ ଭୂମିକାରେ ଅଭିନୟ କରିଥିଲେ। ଦବଙ୍ଗ-୨ରେ ସେ ଅଭିନୟ କରିବାକୁ ଖୁସିରେ ରାଜି ହୋଇଥିଲେ। ସେ ଭାବିଥିଲେ ହୁଏତ ସଲମାନ୍‌ ଖାଁଙ୍କ ସହିତ ତାଙ୍କ କିଛି ସିନ୍‌ ଥିବ ବୋଲି ମାତ୍ର ଅରବାଜ୍‌ ଖାଁଙ୍କ ସହିତ ତାଙ୍କର ଥିଲା ସିନ୍‌। ମନ ତାଙ୍କର ଦୁଃଖରେ ଭରିଯାଇଥିଲା। ସେ ସଲମାନଙ୍କ ସହିତ ଅନ୍ତରଙ୍ଗ ସିନ୍‌ କରିବାକୁ ଆଗ୍ରହୀ ଥିଲେ। ଏବେ ତାଙ୍କର ନୂଆ ଫିଲ୍ମ ଦବଙ୍ଗ-୩ ପରଦାକୁ ୨୦୧୯ ଡିସେମ୍ବର ୨୦ରେ ଆସିବ। ଫିଲ୍ମରେ ତାଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିବେ ବୋଲି ସେ ଆଶା କରୁଛନ୍ତି। ବୋଲ୍ଡ ସିନ୍‌ ଦେଇ ପରଦାରେ ଦର୍ଶକଙ୍କୁ ଆକୃଷ୍ଟ କରିଥିବା ମାହି ଜଣେ ବିଶ୍ୱାସୀ ପ୍ରେମିକଙ୍କୁ ଖୋଜୁଥିବା ବଲିଉଡ୍‌ରେ ଚର୍ଚ୍ଚା ହେଉଛି। ଜୁଲାଇ ୨୦୧୯ଠାରୁ ସେ ତାଙ୍କର ଜଣେ ବୟ ଫ୍ରେଣ୍ଡ୍‌ଙ୍କ ସହିତ ରହୁଛନ୍ତି। ଇତି ମଧ୍ୟରେ ତାଙ୍କର ଝିଅ ୨୦୧୯ ଅଗଷ୍ଟରେ ୩ ବର୍ଷରେ ପଦାର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri