Posted inଫୁରସତ

ବିଶ୍ୱର ସର୍ବକନିଷ୍ଠ ତାସ ଖେଳାଳି: ‘ବ୍ରିଜ୍‌’ ଖେଳି ସୃଷ୍ଟିକଲେ ରେକର୍ଡ

ବେଳେବେଳେ ପିଲାମାନେ ଏପରି କିଛି କରିପାରନ୍ତି ଯାହା କି ବୟସ୍କମାନେ ପାରନ୍ତି ନାହିଁ। ଏହିପରି ଜଣେ ଶିଶୁ ଆମେରିକାର କାଲିଫର୍ନିଆରେ ଅଛନ୍ତି। ସେ ଏପରି କିଛି କରିଛନ୍ତି , ଯାହା ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି। ମାତ୍ର ୮ ବର୍ଷ ବୟସର ଏହି ପିଲା ବିଶ୍ୱର ସର୍ବ କନିଷ୍ଠ ‘ତାସ’ ଖେଳାଳି ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି। ଏହି ଶିଶୁଙ୍କ ନାମ ହେଉଛି ଆଣ୍ଡ୍ରିୟୁ ଚେନ୍‌। ଏହି ଖେଳର ନାଁ ହେଉଛି ‘ବ୍ରିଜ୍‌’। ଏହା ଏକ ପ୍ରସିଦ୍ଧ କାର୍ଡ ବା ତାସ୍‌ ଖେଳ।
ତାସ ଖେଳ ପାଇଁ ଉତ୍ସର୍ଗୀକୃତ ବିଶ୍ୱର ସର୍ବବୃହତ ସଂଗଠନ ଆମେରିକୀୟ କଣ୍ଟ୍ରାକ୍ଟ ବ୍ରିଜ୍‌ ଲିଗ୍‌ ଦ୍ୱାରା ଆଣ୍ଡ୍ରିୟୁଙ୍କୁ ଲାଇଫ୍‌ ମାଷ୍ଟର ଆଖ୍ୟା ଦିଆଯାଇଛି। ଆମେରିକୀୟ କଣ୍ଟ୍ରାକ୍ଟ ବ୍ରିଜ୍‌ ଲିଗ୍‌ ଅନୁଯାୟୀ, ଜଣେ ଖେଳାଳି ନାମୀ କ୍ଲବରେ ଖେଳିଲେ ୫୦୦ ମାଷ୍ଟର ପଏଣ୍ଟ ସଂଗ୍ରହ କରିବାକୁ ବର୍ଷ ବର୍ଷ ଲାଗିଥାଏ। କିନ୍ତୁ ଆଣ୍ଡ୍ରିୟୁ କେବଳ ସ୍ଥାନୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ଅନ୍‌ଲାଇନ ଖେଳିବା ଦ୍ୱାରା ଏତେ ପଏଣ୍ଟ ହାସଲ କରିଛନ୍ତି। ଏହି ଖେଳ ବିଶ୍ୱରେ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି।
ଆଣ୍ଡ୍ରିୟୁ ଟାଇଟଲ ହାସଲ କରିବା ପରେ ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଯାଇଛନ୍ତି। ଆଣ୍ଡ୍ରିୟୁ କହିଛନ୍ତି ଯେ, ସେ ତାଙ୍କ ଭାଇ ଚାର୍ଲି (୧୦)ଙ୍କ ସହ ଗତବର୍ଷ ଏକ ଟୁର୍ନାମେଣ୍ଟ ଜିତିଥିଲେ। ଯାହାକି ସର୍ବ କନିଷ୍ଠ ‘ବ୍ରିଜ’ ଖେଳାଳି ଆଖ୍ୟା ତାଙ୍କ ପରିଶ୍ରମର ଫଳ। ଆଜି ସେ ଏହି ସ୍ଥାନରେ ପହଞ୍ଚିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।
ଖାଲି ଆଣ୍ଡ୍ରିୟୁ ନୁହନ୍ତି, ତାଙ୍କ ପୂରା ପରିବାର ‘ବ୍ରିଜ ପ୍ଲେୟାର୍‌’ ହୋଇଆସୁଛନ୍ତି। ତାଙ୍କ ଜେଜେବାପାଙ୍କ ଠାରୁ ଆରମ୍ଭ କରି ମାତାପିତା ସମସ୍ତେ ଏହି ଖେଳ ଖେଳିଥାନ୍ତି। ଆଣ୍ଡ୍ରିୟୁଙ୍କ ପିତା ଷ୍ଟିଭ୍‌ ଚେନ୍‌ କହିଛନ୍ତି, ‘ବ୍ରିଜ୍‌’ ହେଉଛି ତାଙ୍କ ପରିବାରର ଖେଳ। ଯାହା ତାଙ୍କ ଘରେ ପରମ୍ପରା ଭାବରେ ଖେଳାଯାଇଥିଲା। ଏହି କାରଣରୁ ଆଣ୍ଡ୍ରିୟୁ ଏତେ କମ୍‌ ବୟସରେ ଜଣେ ମହାନ ଖେଳାଳି ଭାବେ ପରିଚିତି ଲାଭ କରିପାରିଛନ୍ତି।


All Right Reserved By Dharitri.Com

ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

ସୁରତ: ସକାଳ ସାଢ଼େ ୬ରୁ ୭ଟା ଭିତରେ ଟ୍ୟୁଶନ୍‌। ୧୦ଟାରୁ ୪ଟା ସ୍କୁଲ। ଏହା ପରେ ପୁଣି ୫ଟାରୁ ଟ୍ୟୁଶନ୍‌। ଘରକୁ ଫେରି ହୋମ୍‌ଓ୍ବାର୍କ। ଏହା...

୨୩୦୦ ଫୁଟ ଉଚ୍ଚରୁ ମାଲିକଙ୍କ ସହ ଡେଇଁଲା କୁକୁର, ଫଟୋ ଭାଇରାଲ

ସୁଇଜରଲାଣ୍ଡ୍‌: ଲାଟରବ୍ରୁନେନ୍‌ ଭ୍ୟାଲିସ୍ଥିତ ୨୩୦୦ ଫୁଟ ଉଚ୍ଚରୁ ତଳକୁ ମାଲିକଙ୍କ ସହିତ ଏକ କୁକୁର ଜମ୍ପ୍‌ କରିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ...

ବିଶ୍ୱର ୫ ଅଦ୍ଭୁତ ଜୀବ: ଯେଉଁମାନଙ୍କ ରକ୍ତର ରଙ୍ଗ ସବୁଜ, ହଳଦିଆ, ନୀଳ

ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି ରକ୍ତର ରଙ୍ଗ ଲାଲ୍‌। ହେଲେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି କିଛି ଜୀବ ଅଛନ୍ତି, ଯେଉଁମାନଙ୍କ ରକ୍ତର...

ଜିନିଷ କିଣିଲା ବେଳେ ସେଥିରେ ଥିବା ଛୋଟ ପ୍ୟାକେଟ୍‌ ଫୋପାଡି ଦେଉଛନ୍ତି କି? ଯାହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଜାରରୁ କିଣୁଥିବା ବିଭିନ୍ନ ଜିନିଷ ଜଥା ଜୋତା, ଡ୍ରେସ ତଥା ଅନ୍ୟାନ୍ୟ ସାମଗ୍ରୀରୁ ଏକ ଛୋଟ ପ୍ୟାକେଟ୍‌ ମିଳିଥାଏ, ଯେଉଁଥିରେ ହୋମିଓପାଥୀ ଔଷଧ ଆକାରର କିଛି...

ଭାଇଚାରାର ବାର୍ତ୍ତା ନେଇ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଲେ

ଅଜମେର,୧୯।୧: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ଏବଂ ଭାଇଚାରା ଜାରି ରଖିବା ପାଇଁ ଅଜମେରର ସୁଫିଆ ଖାଁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ସୁଫିଆ ୧୦୦ ଦିନରେ...

ଭଗବାନ୍‌ ରାମଙ୍କ ବଂଶଧର ୨୧ ବର୍ଷୀୟ ଯୁବକ: ୨୦ ହଜାର କୋଟି ସମ୍ପତ୍ତିର ମାଲିକ

ମାତ୍ର ୨୧ ବର୍ଷୀୟ ଯୁବକ ୨୦ ହଜାର କୋଟି ଟଙ୍କାର ମାଲିକ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଖାଲି ସେତିକି ନୁହେଁ, ଯୁବକ...

ବଜାରକୁ ଆସିଲା ହାପୁସ ଆମ୍ବ, ଗୋଟିକର ଦାମ ୧୭୦ଟଙ୍କା

ମୁମ୍ବାଇ,୧।୨: କୋଙ୍କଣର ବିଶ୍ୱ ପ୍ରସିଦ୍ଧ ହାପୁସ ଆମ୍ବ ଏବେ ବଜାରକୁ ଆସିବା ଆରମ୍ଭ କରିଛି। ନିକଟରେ ଏହାର ଏକ ନିଲାମି କରାଯାଇଥିବା ସୂଚନା ମିଳିଛି। ଏହାର...

ବ୍ରିଟେନରେ ସବୁଠୁ ଅଧିକ ପଢୁଛନ୍ତି ଭାରତୀୟ ଛାତ୍ର

ଲଣ୍ଡନ : ବ୍ରିଟେନକୁ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରଙ୍କ ମଧ୍ୟରେ ସବୁଠାରୁ ଅଧିକ ଭାରତୀୟ ରହିଛନ୍ତି। ବର୍ଷକୁ ଲକ୍ଷେରୁ ଅଧିକ ଛାତ୍ର ଏଠାକୁ ପଢ଼ିବାକୁ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *