Posted inଫୁରସତ

ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି

ଚଳିତବର୍ଷ ପାଇଁ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ମାର୍ଟିନ୍‌ ଲିସିସ୍‌ଙ୍କୁ ଚୟନ କରାଯାଇଛି। ୩୫୦ କିଲୋ ଓଜନର ଜିନିଷ ଠାରୁ ଆରମ୍ଭ କରି ବୋଇଂ ବିମାନକୁ ମଧ୍ୟ ଅନାୟସରେ ସେ ଉଠାଇ ଦେଇଥାନ୍ତି।

ଆମେରିକାରେ ପ୍ରତିବର୍ଷ ଶକ୍ତିଶାଳୀ ବ୍ୟକ୍ତି(ଷ୍ଟ୍ରଙ୍ଗ୍‌ ମ୍ୟାନ୍‌) ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। କିଛିବର୍ଷ ଧରି ସେ ଏହି ପ୍ରତିଯୋଗିତାରେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନ ଅଧିକାର କରି ଆସୁଥିଲେ। ମାତ୍ର ଚଳିତବର୍ଷ ଶ୍ରେଷ୍ଠ ତଥା ସବୁଠୁ ଶକ୍ତିଶାଳୀ ଭାବେ ମାର୍ଟିନ୍‌ଙ୍କୁ ଚୟନ କରାଯାଇଛି। ଏଥିପାଇଁ ତାଙ୍କୁ ଖୁବ୍‌ ପ୍ରାକ୍ଟିସ କରିବାକୁ ପଡୁଥିଲା ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ଏବେ ତାଙ୍କର ସ୍ବପ୍ନ ସାକାର ହୋଇଛି।

ମାର୍ଟିନ୍‌ କାଲିଫର୍ଣ୍ଣିଆରେ ନିଜର ଏକ ଜିମ୍‌ ସେଣ୍ଟର ମଧ୍ୟ ଚଳାଉଛନ୍ତି। ଏଠାରେ ପାରମ୍ପରିକ ଉପାୟରେ କୁସ୍ତି କରାଯାଏ। ସେ କୁହନ୍ତି, ଶକ୍ତି ପ୍ରଦର୍ଶନ କରିବାକୁ ହେଲେ ଏହି ଉପାୟ ଠିକ୍‌। ଲୋକେ ଫିଟ୍‌ନେସ ରହିବା ପାଇଁ ଜିମ୍‌ ଯାଇଥାନ୍ତି। ମାତ୍ର ଶକ୍ତିଶାଳୀ ହେବାକୁ ଚାହୁଁଥିଲେ ମାର୍ଟିିନ୍‌ଙ୍କ ଜିମ୍‌ ଯିବା ଜରୁରୀ। ମାର୍ଟିନଙ୍କ ମୂଳବାସିନ୍ଦା ଲାତାବିୟନ। ତାଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ତାଙ୍କ ମାତାପିତା ଆମେରିକା ଚାଲି ଆସିଥିଲେ। ମାର୍ଟିନ୍‌ କୁହନ୍ତି, ଯଦି ଶକ୍ତିଶାଳୀ ହେବାକୁ ଇଚ୍ଛା ତେବେ ସବୁଠୁ ଓଜନିଆ ଜିନିଷ ଉଠାନ୍ତୁ। ସେ ପଥର ହେଉ କିମ୍ବା ଗଛ। ଏମିତି ଅଭ୍ୟାସ ଜାରି ରଖିଲେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଗନ୍‌ ଲ୍ୟାମ୍ପ

ଗେମ୍‌ ଅଫ୍‌ ଥ୍ରୋନ୍‌ସ ଏକ କାଳ୍ପନିକ ଟେଲିଭିଜନ୍‌ ସିରିଜ୍‌। ଏହାର ଲୋକପ୍ରିୟତା ଏତେ ଯେ, ଏବେ ଏହି ସିରିଜ୍‌ରେ ଥିବା ଡ୍ରାଗନ୍‌କୁ ନେଇ ତିଆରି ହୋଇଛି...

୩୦ ହଜାର ପକ୍ଷୀଙ୍କୁ ବଞ୍ଚାଇବା ପାଇଁ ବିଶ୍ୱର ପ୍ରଥମ ରେଳ ନଏଜ ବ୍ୟାରିୟର

ଚାଇନାର ଗୁଆଙ୍ଗଡଙ୍ଗ ଜିଲା ଜିଆଙ୍ଗମେନ୍‌ ସହରରେ ବିଶ୍ୱର ପ୍ରଥମ ହାଇସ୍ପିଡ୍‌ ରେଳ ନଏଜ୍‌ ବ୍ୟାରିୟର ନିର୍ମାଣ କରାଯାଇଛି। ୩୫୫ କିଲୋମିଟର ଜିଆଙ୍ଗମେନ୍‌-ଝାଞ୍ଜିୟାଙ୍ଗ୍‌ ହାଇସ୍ପିଡ୍‌ ରେଳ ଟ୍ରାକ୍‌...

ପଥରରେ ଜୀବନ

ଇଟାଲୀୟ କଳାକାର ରୋବେର୍ଟୋ ରିଜୋଙ୍କୁ ଲାଗେ ସତେ ଯେମିତି ପଥରରେ ପ୍ରାଣ ଅଛି। ପ୍ରତି ପଥରରେ ତାଙ୍କୁ ଜୀବଜନ୍ତୁଙ୍କ ଛବି ଦେଖାଯାଏ। ସେଥିପାଇଁ ସେ ସଂଗ୍ରହ...

ମକା ପୋଡ଼ିବା ପାଇଁ ବୃଦ୍ଧା ବ୍ୟବହାର କଲେ ସୋଲାର, ପୂର୍ବତନ କ୍ରିକେଟର କହିଲେ ଏମିତି

ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ବୃଦ୍ଧା ଜଣକ ଏମିତି...

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା...

ପେଣ୍ଟିଂ ପରି ମାଛ, ଦେଖିଲେ ଭ୍ରମରେ ପଡ଼ିଯିବେ

ଅନେକ ପ୍ରକାର ମାଛ ଦେଖିଥିବେ। ହେଲେ ଏହି ମାଛକୁ ଦେଖିଲେ ଭ୍ରମରେ ପଡ଼ିଯିବେ, ଏହା ପ୍ରକୃତରେ ଏକ ମାଛ ନା ଏକ ପେଣ୍ଟିଂ। କାରଣ ଏହା...

ସପ୍ତାହେ ପାଇଁ ସ୍କୁଲ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ

ବୁଲ୍‌ଢ଼ାଣା(ମହାରାଷ୍ଟ୍ର): ଆଉ ଦୁଇ ଦିନ ପରେ ଅନ୍ତର୍ଜାତୀୟ ମହିଳା ଦିବସ। ଏଥିପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ଦିନକୁ ପାଳିବା ପାଇଁ ମହିଳାମାନେ...

ପୃଥିବୀ ଭଳି ଗ୍ରହର ସନ୍ଧାନ

ଓ୍ବାଶିଂଟନ,୯ା୬: ବାସଯୋଗ୍ୟ ପୃଥିବୀ ଭଳି ଆଉ ଏକ ଗ୍ରହ ଖୋଜିବାରେ ବୈଜ୍ଞାନିକ ଓ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଚଳାଇଛନ୍ତି। ଏଥିରେ ବିଳମ୍ବ ହେଲେ ବି ସେମାନଙ୍କ...

Advertisement


Archives

Model This Week