Posted inଫୁରସତ

ବିଶ୍ୱର ସବୁଠାରୁ ଦାମୀ ମଦ

ମଦର ଦାମ୍‌ ଭାରତରେ ୫ରୁ ୧୦ ହଜାର ଭିତରେ ହେଲେ ଏହାକୁ ଦାମୀ ମଦ ବୋଲି କୁହାଯାଏ। ହେଲେ ୟୁରୋପର ପ୍ରମୁଖ ପର୍ଯ୍ୟଟନସ୍ଥଳ ଟୋକଜରେ ଏକ ମଦ ଉତ୍ପାଦକ ଏବେ ଏମିତି ଏକ ମଦ ତିଆରି କରିଛନ୍ତି ଯାହାର ଦେଢ ଲିଟରର ଦାମ୍‌ ପାଖାପାଖି ୨୮.୪୧ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହାକୁ ବିଶ୍ୱର ସବୁଠାରୁ ଦାମୀ ମଦ ବୋଲି କୁହାଯାଉଛି। ଏହି ଲିମିଟେଡ ଏଡିସନ ମଦର ନାଁ ରହିଛି ଏସେନସିଆ ୨୦୦୮ ଡିସେଣ୍ଟର। ହଙ୍ଗେରୀର ଆର୍ଟିଷ୍ଟ ଜେମ୍ସ କାରକାସ ଏପର୍ଯ୍ୟନ୍ତ ଏହାର ୨୦ଟି ବୋତଲ ଡିଜାଇନ କରିଥିବା ବେଳେ ଗତବର୍ଷ ୧୮ ବୋତଲକୁ ରିଲିଜ୍‌ କରାଯାଇଛି। ଏହାପରେ ଏହା ବିଶ୍ୱର ସବୁଠାରୁ ଦାମୀ ମଦ ବୋଲି କୁହାଯାଉଛି। ଏହାଏକ ବ୍ଲାକ୍‌ ବକ୍ସରେ ଥିବା ବେଳେ ଏଥିରେ ଲାଗିଥିବା ଏକ ସୁଇଚ୍‌ ଚିପିଲେ ଏହା ଆଲୋକିତ ହୋଇ ଉଠୁଛି। ଏହାର କୌଣସି ବୋତଲ କାହା ସହ ମିଶୁନାହିଁ। ଅର୍ଥାତ୍‌ ସବୁ ବୋତଲର ଡିଜାଇନ୍‌ ଅଲଗା ରହିଛି। ଏପର୍ଯ୍ୟନ୍ତ ଏହାର ୧୧ ବୋତଲ ବିକ୍ରି ହୋଇ ସାରିଛି। ଏହାର ଏକ୍ସପ୍ୟାରୀ ଡେଟ୍‌ ବର୍ଷ ୨୩୦୦ ଉଲ୍ଲେଖ କରାଯାଇଛି। ଅର୍ଥାତ୍‌ ୮୦ ବର୍ଷ ପର୍ଯ୍ୟନ୍ତ ଏହା ସତେଜ ରହିପାରିବ। ଏହା ୨୦୦୮ରେ ତିଆରି କରାଯାଇଥିବା ବେଳେ କିଛିବର୍ଷ ପରେ ଏହା ବୋତଲରେ ପ୍ୟାକ କରାଯାଇଛି। ଏହି କମ୍ପାନୀର ଜେନରାଲ ମ୍ୟାନେଜର ଜେଲଟନ କୋଓ୍ବାସ୍କ କୁହନ୍ତି ଏସେନସିଆ ୨୦୦୮ ଡିସେଣ୍ଟର ତିଆରି ହେବାର ୮ ବର୍ଷ ପରେ ଏହାକୁ ବୋତଲରେ ପ୍ୟାକ୍‌ କରାଯିବା ଉଚିତ୍‌ ବୋଲି ଜଣାପଡିଥିଲା। ଏହା ଏକ ନିର୍ଦ୍ଦିଷ୍ଟ ଋତୁରେ ପ୍ରସ୍ତୁତ କରାଯାଇଥାଏ ବୋଲି ଜେଲଟନ କୋଓ୍ବାସ୍କ କହିଛନ୍ତି। ଗୋଟିଏ ଛୋଟ ଚାମଚ ମାତ୍ରାର ଏହି ମଦ ପାଇଁ ପ୍ରାୟ ଏକ କିଲୋଗ୍ରାମ ପାଚିଲା ଆଙ୍ଗୁର ବ୍ୟବହାର କରାଯାଇଥାଏ। ଅର୍ଥାତ୍‌ ଗୋଟିଏ ବୋତଲ ମଦ ତିଆରି ପାଇଁ ପ୍ରାୟ ୨୦ କିଲୋ ଅଙ୍ଗୁର ଆବଶ୍ୟକ ହୋଇଥାଏ। ଏହାର ୩୭.୫ ସେଣ୍ଟିମିଟର ବୋତଲରେ ୩-୪ ପ୍ରତିଶତ ଆଲକୋହଲ ଥାଏ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲଟିଂ ହେଉଥିବା ଅଞ୍ଚଳରେ ଲାଗୁଛି ଷ୍ଟ୍ରିଟ୍ ଲାଇଟ୍‌: ଆବଶ୍ୟକ ସ୍ଥାନରେ ନାହିଁ, ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ହଟାଇବାକୁ….

ପୁରୁଷୋତ୍ତମପୁର, ୨୧।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସହରରେ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାବିରେ ଦିବ୍ୟାଙ୍ଗ ଯୁବ ଆଇନଜୀବୀ ସନ୍ତୋଷ…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

ଆନ୍ଦୋଳନ ଛାଡି ଖାଉଥିଲେ ବର୍ଗର! CJP ନେଲା କାର୍ଯ୍ୟାନୁଷ୍ଠାନ, ସଂଗଠନର ମୁଖପାତ୍ର ପଦରୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ବିଜେତା ଦହିୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସଂଗଠନର ମୁଖପାତ୍ର ପଦରୁ ହଟାଇ ଦେଇଛି। ଏହାର ସୂଚନା CJP…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

CJP ଆନ୍ଦୋଳନକୁ ନେଇ ମମତାଙ୍କ ବଡ଼ ଘୋଷଣା, ବିରୋଧୀ ହେଲେ କାବା!

ନୂଆଦିଲ୍ଲୀ,୨୧।୭: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (TMC) ପ୍ରମୁଖ ମମତା ବାନାର୍ଜୀ ଦଳର ବିଦ୍ରୋହୀ ନେତାମାନଙ୍କ ଉପରେ ଏପର୍ଯ୍ୟନ୍ତର ସବୁଠାରୁ କଡ଼ା ଆକ୍ରମଣ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri