Posted inଫୁରସତ

ବିଶ୍ୱର ପ୍ରଦୂଷଣମୁକ୍ତ ଦେଶ ବିଷୟରେ ଜାଣନ୍ତୁ : ଏଠାରେ ଗୋଟିଏ ଦିନ ବନ୍ଦ ରହିଥାଏ ଯାନବାହନ ଚଳାଚଳ

ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ଅହେତୁକ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଜୁନ୍‌ ୫କୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଆସୁଛି। ଏକ ଅଧ୍ୟୟନରୁ ଜଣ।ପଡ଼ିଛି, କେବଳ ଭାରତର ୫ଟି ସହର ଅଧିକ ପ୍ରଦୂଷିତ। କିନ୍ତୁ ବିଶ୍ୱରେ ଏମିତି ଦେଶ ରହିଛି ଯେଉଁଠି ପ୍ରକୃତି ସେମାନଙ୍କର ସବୁକିଛି। ଭାରତର ପଡ଼ୋଶୀ ଭୁଟାନ ହେଉଛି ପ୍ରଦୂଷଣ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ଦେଶ। ଖାସ୍‌ କରି ଏହାର ସବୁଜିମା ଦେଖିବାକୁ ବହୁ ପର୍ଯ୍ୟଟକ ଧାଇଁ ଆସିଥାନ୍ତି। ଗ୍ରୋସ ନ୍ୟାଶନାଲ ହାପିନେସ ସେଣ୍ଟରର ଡ. ସାଙ୍ଗଡୁ ଛେତ୍ରୀ କୁହନ୍ତି, ଭୁଟାନର ଲୋକେ ପ୍ରକୃତିକୁ ଭଗବାନ ମନେ କରନ୍ତି। ଏଠାକାର ଲୋକେ ପ୍ରକୃତିକୁ ଭଲପାଆନ୍ତି। ଜୀବନର ମୂଲ୍ୟକୁ ବୁଝି ଆଗକୁ ବଢ଼ିଥାନ୍ତି। ଜାଣନ୍ତୁ ଭୁଟାନବାସୀଙ୍କ ପ୍ରକୃତିପ୍ରେମ ସମ୍ପର୍କରେ…

ଭୁଟାନରେ ୭୦ ପ୍ରତିଶତ ଜଙ୍ଗଲ :
ଭୁଟାନର ବଳ ହେଉଛି ତା’ର ପ୍ରକୃତି। ଏଠାରେ ପ୍ରାୟ ୭୦ ଭାଗ ଜଙ୍ଗଲ ରହିଛି। ଉଚ୍ଚ ପର୍ବତ, ନଦୀ, ପାଣି ଏବଂ ସବୁଜ ବନାନୀ ଏହାର ସ୍ବତନ୍ତ୍ରତା। ସରକାରଙ୍କ ପକ୍ଷରୁ ପରିବେଶ ପାଇଁ ଯେତିକି ଚିନ୍ତା କରାଯାଇନାହିଁ ବା ପଦକ୍ଷେପ ନିଆଯାଇନାହିଁ ଏଠାକାର ଲୋକେ ବେଶୀ ପରିବେଶ ଚିନ୍ତା କରିଥାନ୍ତି। ତେଣୁ ପ୍ରତ୍ୟେକ ପରିବାର ସଦସ୍ୟମାନେ ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେଇଥାନ୍ତି। ଫଳରେ ବିଶ୍ୱର ସବୁଠୁ ଅଧିକ ଅକ୍ସିଜେନ ଏହି ଦେଶରୁ ମିଳିଥାଏ।

୨୦ ବର୍ଷ ଧରି ପ୍ଲାଷ୍ଟିକ ବ୍ୟାନ :
ପ୍ଲାଷ୍ଟିକ ପରିବେଶ ପାଇଁ କେତେ ହାନିକାରକ ତାହା ଭୁଟାନବାସୀ କେବେଠୁ ଅନୁଭବ କରିସାରିଛନ୍ତି। ୧୯୯୯ରୁ ଏଠାରେ ପ୍ଲାଷ୍ଟିକ ପ୍ରତି ପ୍ରତିବନ୍ଧକ ଲଗାଯାଇଛି। ଦୀର୍ଘ ୨୦ ବର୍ଷ ଏଠାକାର ପ୍ରତି ନାଗରିକ ଏହି ନିୟମକୁ ମାନି ଆସୁଛନ୍ତି।

ଧୂମପାନ ନିରୋଧ ଆଇନ : କୁହାଯାଏ, ୧୭୨୯ରୁ ଭୁଟାନରେ ପ୍ରଥମେ ଧୂମପାନ ନିରୋଧ ଆଇନ ପାଳନ କରାଯାଇଆସୁଛି। ୧୯୯୦ରେ ସିଗାରେଟ୍‌ ଟାଣିବା ପ୍ରତି ପ୍ରତିବନ୍ଧକ ଲଗାଯାଇଥିଲା। ଭୁଟାନର ପ୍ରାୟ ୨୦ଟି ଜିଲାକୁ ଧୂମପାନମୁକ୍ତ କରାଯାଇଥିବାବେଳେ ୨୦୦୪ରେ ଦେଶକୁ ସମ୍ପୂର୍ଣ୍ଣ ଧୂମପାନମୁକ୍ତ କରାଯାଇଛି। ନିୟମ ଅନୁଯାୟୀ, ଯଦି କେହି ବ୍ୟକ୍ତି ଧୂମପାନ କରୁଥିବା ଜଣାପଡ଼େ ତେବେ ତାକୁ ଆଜୀବନ ଜେଲ୍‌ ହୋଇଯିବ।

ଯାନବାହନ ଚଳାଚଳ ବନ୍ଦ :
ସମଗ୍ର ଭୁଟାନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କୌଣସି ଯାନବାହନ ରାସ୍ତାରେ ଚଳାଚଳ କରେ ନାହିଁ। କେବଳ ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଗାଡ଼ିମୋଟର ରାସ୍ତାରେ ଚଳାଚଳ କରି ନ ଥାନ୍ତି। ଏଠାକାର ଲୋକେ ମଧ୍ୟ ଏହାକୁ ପାଳନ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ଭାତ ଥାଳିକୁ ଗୋଡରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା

ପରମ୍ପରା ନାଁରେ ଏବେବି ଅନେକ ଅନ୍ଧ ବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତର ପ୍ରଦେଶର ତରାଇ ଅଞ୍ଚଳରେ ଥିବା ଥାରୁ ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରସିବା ପରେ...

ଏହି ଦେଶରେ ଚତୁର୍ଥୀକୁ ନେଇ ରହିଛି ଅଜବ ପରମ୍ପରା, ଜାଣିଲେ…

ପ୍ରତ୍ୟେକ ସମ୍ପ୍ରଦାୟରେ ବିବାହ ଭଳି ଏକ ପ୍ରଥା ରହିଛି। ବିବାହକୁ ନେଇ ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା, ରୀତିନୀତି ବି ରହିଥାଏ। ଆଜି ଦୁନିଆର...

ଭାଲୁ, ସିଂହ ସହ ସେଲ୍‌ଫି ନେଉଥିଲେ ଯୁବତୀ, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆ ଯୁଗ। ଏମିତିରେ ବି ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ ଫୋନ୍‌। ତେଣୁ ଲୋକେ ଭଲ ଫଟୋ ଉଠାଇବା ଏବଂ ପୋଷ୍ଟ କରିବାକୁ ବହୁତ...

ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ

ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି...

ଗର୍ଭରେ ଥିଲେ ଯାଆଁଳା ପିଲା, ଡେଲିଭରୀ ପୂର୍ବରୂ ପୁଣି ଥରେ ଗର୍ଭବତୀ ହେଲେ ମହିଳା

ଆମେରିକାର ଜଣେ ମହିଳାଙ୍କ ସହିତ ଏକ ଅଜବ ଘଟଣା ଘଟିଛି। ଯାଆଁଳା ପିଲା ଗର୍ଭଧାରଣ କରିବାର ଗୋଟିଏ ସପ୍ତାହ ପରେ ଜଣାପଡ଼ିଲା ତାଙ୍କ ଗର୍ଭରେ ତୃତୀୟ...

ଲକ୍‌ଡାଉନ୍‌ରେ ଫସିଛନ୍ତି ବିଶ୍ୱ ଭ୍ରମଣରେ ବାହାରିଥିବା ଦମ୍ପତି : କାର୍‌କୁ କରିଛନ୍ତି ଘର

ଓ୍ବାଶିଂଟନ୍‌: କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ କରାଯାଇଥିବା ଲକ୍‌ଡାଉନ୍‌ରେ ଅନେକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଏମିତି ସମୟରେ ଫସିଛନ୍ତି ଇଂଲଣ୍ଡର ଏକ ଦମ୍ପତି।...

ମଣିଷ ପରି ଲୁଗା ସଫା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ମାଙ୍କଡ଼ମାନଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ। କେତେବେଳେ ମାଙ୍କଡ଼ ମଣିଷ ହାତରୁ ସ୍ମାର୍ଟ ଫୋନ୍‌ ଛଡ଼ାଇ ନିଏ ତ ଆଉ କେତେବେଳେ ଛୋଟ...

କରୋନା ଟୀକା ନେବାର ଅଳ୍ପ ସମୟ ପରେ ବେହୋସ ହୋଇଗଲେ ନର୍ସ: ଭିଡିଓ ଭାଇରାଲ

ଆମେରିକାର ଏକ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ମୁଖ୍ୟ ଟିଫାନି ଡୋଭର କରୋନା ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବେହୋସ ହୋଇଥିଲେ। ଫାଇଜର ବାୟୋନୋଟେକର...

Advertisement
Archives

Model This Week