Posted inଖେଳ

ବିଶ୍ୱକପ୍‌ ପରେ ଆଇପିଏଲ୍‌ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ: ବଟଲର

ଲଣ୍ଡନ,୨୩।୫(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ୍‌)କୁ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ପ୍ରଶଂସା କରିଛନ୍ତି। ଇଂଲଣ୍ଡ କ୍ରିକେଟର ଉନ୍ନତିରେ ଆଇପିଏଲ୍‌ର ଭୂମିକା ଥିବା ସେ କହିଛନ୍ତି। ବିଶ୍ୱକପ୍‌ ପରେ ଆଇପିଏଲ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ। ଚଳିତବର୍ଷ ଆଇପିଏଲ୍‌ ଖେଳିବାକୁ ବେଶ୍‌ ବ୍ୟଗ୍ର ଅଛି ବୋଲି ସେ କହିଛନ୍ତି। କୋଭିଡ-୧୯ ମହାମାରୀ କାରଣରୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି।
ବଟଲର ୨୦୧୬-୧୭ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୨୦୧୮ରେ ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲ୍‌ ଖେଳିଛନ୍ତି। ଇଂଲଣ୍ଡ କ୍ରିକେଟ ଓ କ୍ରିକେଟରଙ୍କ ଉନ୍ନତିରେ ଆଇପିଏଲ୍‌ର ନିର୍ଣ୍ଣାୟକ ଭୂମିକା ରହିଛି ବୋଲି ବିବିସି ପୋଡକାଷ୍ଟ ‘ଦି ଦୁସରା’ରେ ସାକ୍ଷାତ୍‌କାର ଦେବା ଅବସରରେ ବଟଲର କହିଛନ୍ତି। ମୋ ପାଇଁ ବିଶ୍ୱକପ୍‌ ପରେ ଆଇପିଏଲ ସବୁଠାରୁ ଶ୍ରେଷ୍ଠ ଟୁର୍ନାମେଣ୍ଟ। ବିଶ୍ୱର ଶ୍ରେଷ୍ଠ କ୍ରିକେଟରମାନେ ଆଇପିଏଲ୍‌ରେ ଅଂଶଗ୍ରହଣ କରିଥାନ୍ତି। ବେଙ୍ଗାଲୁରୁ ଦଳରେ ବିରାଟ କୋହଲି, ଏବି ଡିଭିଲର୍ସ, କ୍ରିସ୍‌ ଗେଲ୍‌ଙ୍କ ଭଳି ଖେଳାଳି ସାମିଲ ରହିଛନ୍ତି। ଏହି ବ୍ୟାଟ୍ସମ୍ୟାନମାନେ ଯଶପ୍ରୀତ ବୁମ୍‌ରା, ଡେଲ ଷ୍ଟେଇନ୍‌ ଓ ଲାସିଥ୍‌ ମାଲିଙ୍ଗା ଭଳି ଖେଳାଳିଙ୍କ ଭଳି ବୋଲରଙ୍କୁ ସାମ୍ନା କରିବା ଏକ ବଡ଼ ରୋମାଞ୍ଚକ ଘଟଣା ବୋଲି ସେ କହିଛନ୍ତି।
ଆଇପିଏଲ୍‌ ପାଇଁ ସ୍ବତନ୍ତ୍ର ଓ୍ବିଣ୍ଡୋ ପ୍ରଦାନ କରିବା ସଂକ୍ରାନ୍ତରେ ସେ ପୂର୍ବତନ ଅଧିନାୟକ କେଭିନ ପିଟରସନଙ୍କୁ ଶ୍ରେୟ ଦେଇଛନ୍ତି। ଏହା ଦ୍ୱାର ଅଧିକରୁ ଅଧିକ ଇଂଲଣ୍ଡ କ୍ରିକେଟର ମାନେ ଆଇପିଏଲ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆଇପିଏଲ୍‌ ଦ୍ୱାରା ବିଶ୍ୱରେ ବହୁ କ୍ରିକେଟର ସୃଷ୍ଟି ହୋଇପାରୁଛନ୍ତି ଓ ପରିଚୟ ହାସଲ କରୁଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଆଇପିଏଲ୍‌ର ୧୩ତମ ସଂସ୍କରଣ ମାର୍ଚ୍ଚ ଶେଷରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ମହମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଇତିମଧ୍ୟରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଘୁଞ୍ଚାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏ ନେଇ ଔପଚାରିକ ଘୋଷଣା କରାଯାଇନାହିଁ। ଯଦି ଏହାହୁଏ ତେବେ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆଇପିଏଲ ଆୟୋଜନ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri