ବିଳିବିଳାଉଛନ୍ତି ଟ୍ରମ୍ପ!

ୱାଶିଂଟନ,୧୬ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୁଡାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସି ନ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ବହୁମତର ସଂଖ୍ୟା ପାର କରି ସାରିଛନ୍ତି । ତେଣୁ ତାଙ୍କୁ ଆମେରିକାର ଭବିଷ୍ୟତ ରାଷ୍ଟ୍ରପତି କୁହାଯାଉଛି । ଏପର୍ଯ୍ୟନ୍ତ ବାଇଡେନଙ୍କୁ ୩୦୬ ଇଲେକ୍ଟୋରାଲ ଭୋଟ ମିଳି ସାରିଛି । କିନ୍ତୁ ଟ୍ରମ୍ପଙ୍କୁ ୨୩୨ ଇଲେକ୍ଟୋରାଲ ଭୋଟ ମିଳିଛି । ଏବେବି କିଛି ଅଞ୍ଚଳରେ ଭୋଟ ଗଣତି ଚାଲିଥିବା ବେଳେ ଇତିମଧ୍ୟରେ ଟ୍ରମ୍ପ କହିଛନ୍ତି ସେ ନିର୍ବାଚନ ଜିତିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ମୁଁ ନିର୍ବାଚନ ଜିତିଛି । ଏହାସହ ସେ ଲେଖିଛନ୍ତି ଅଫିସିୟାଲି ଏହି ନିର୍ବାଚନକୁ ଅଲଗା ଦର୍ଶାଯାଇଛି । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ ପ୍ରଥମଥର ଲାଗି ସ୍ୱୀକାର କରିଥିଲେ ଯେ ବାଇଡେନ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ହେଲେ ନିର୍ବାଚନ ପରେ ଭୋଟ ଗଣତିରେ ଯେଉଁ ଭୁଲ ହୋଇଛି ସେ ତା’ର ସାମ୍ନା କରିବେ ବୋଲି କହିଥିଲେ । ଆଉ ଏବେ ଗୋଟିଏ ଦିନ ପରେ ଟ୍ରମ୍ପ ପୁଣିଥରେ କହିଲେଣି ଯେ ସେ ନିର୍ବାଚନ ଜିତିଛନ୍ତି । ଏହା ତାଙ୍କ ମତିଭ୍ରମ ବୋଲି ଆଲୋଚନା ହେଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ନେବ ୩ ଲକ୍ଷ ଲୋକଙ୍କ ଜୀବନ

ଓ୍ବାଶିଂଟନ,୭।୮: ଆମେରିକାରେ କରୋନା ସଂକ୍ରମଣ ଏବେବି କମିବାର ନାଁ ନେଉନି। ଦିନକୁ ଦିନ ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏବେସୁଦ୍ଧା ଆମେରିକାରେ କରୋନା ସଂକ୍ରମଣରେ...

ପାକିସ୍ତାନ କଳା ତାଲିକାରେ ସ୍ଥାନ ପାଇବା ଆଶଙ୍କା ବଢ଼ିଲା

ଓ୍ବାଶିଂଟନ,୭।୧୦: ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବାରେ ଲାଗିଛି। ଏନେଇ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖୁଥିବା...

ସ୍ମାର୍ଟଫୋନ୍‌ ବ୍ୟବହାର ନ କଲେ କମ୍ପାନୀ ଦେଉଛି ମାଗଣା ପିଜା

ସ୍କାରାମେଣ୍ଟୋ, ୧୫।୬: ଏବେ ପୃଥିବୀରେ ସ୍ମାର୍ଟଫୋନ୍‌ ବ୍ୟବହାର ବଢ଼ିବାରେ ଲାଗିଛି। ତେବେ ଏହାଦ୍ୱାରା ପିଲାଙ୍କଠାରୁ ବୟସ୍କଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି ବୋଲି କାର୍ଲିଫର୍ନିଆର ଏକ...

ଓମିକ୍ରନ୍‌ ଆଗରେ ବର୍ତ୍ତମାନର କରୋନା ଟିକା ଅକାମୀ, ମାନିଲେ ଭାକ୍ସିନ୍‌ ନିର୍ମାତା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ଆତଙ୍କ ଆରମ୍ଭ ହୋଇଛି। ଏପରିସ୍ଥଳେ ବିଶେଷଜ୍ଞଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।...

ଅଡୁଆରେ ଇମ୍ରାନ୍‌!

ଇସଲାମାବାଦ,୧୫ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଲଗାତାର ଭାବେ ତାଙ୍କ ବୈଦେଶିକ ନୀତିକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ହେଲେ ଏଥର ସେ ଯେଉଁ...

ପାକିସ୍ତାନରେ ବିଦ୍ରୋହ ସ୍ଥିତି: ସୈନ୍ୟ ବାହିନୀ-ପୋଲିସ ମୁହାଁମୁହିଁ

ଇସଲାମାବାଦ୍‌, ୨୧।୧୦: ପାକିସ୍ତାନରେ ଏବେ ବିଦ୍ରୋହ ସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ କ୍ଷମତା ଚ୍ୟୁତ କରିବା ଲାଗି ୧୧ଟି ବିରୋଧୀ ଦଳ ଏକଜୁଟ...

ସାନିଟାଇଜର ପିଇ ୩ ଆଥ୍‌ଲେଟ ହସ୍ପିଟାଲରେ ଭର୍ତ୍ତି

ଟୋକିଓ,୧୧।୫: ପାଣି ବଦଳରେ ସାନିଟାଇଜର ପିଇ ୩ ସ୍କୁଲ ଆଥଲେଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜାପାନର ୟାମାନାଶିରେ ଆୟୋଜିତ ୫ ହଜାର ମିଟର ଦୌଡ ପ୍ରତିଯୋଗିତାରେ...

ଆଲ୍ଲାଙ୍କୁ ଡାକିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୪।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଆଜି ଦୁବାଇରେ ଖେଳାଯିବ। କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହି ମ୍ୟାଚ୍‌କୁ ନେଇ ଉତ୍ସୁକତା ବଢିବାରେ ଲାଗିଛି। ଉଭୟ...

Advertisement
Archives

Model This Week