Posted inଜାତୀୟ

ବିଳମ୍ବ ହେଲା ତେଜସ୍‌ ଏକ୍ସପ୍ରେସ୍‌: ପରିଚାରିକା ଦେଲେ ଯାତ୍ରୀଙ୍କୁ ଉପହାର

ଲକ୍ଷ୍ନୌ,୨୦।୧୦: ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବରେ ଷ୍ଟେଶନ୍‌ରେ ପହଞ୍ଚିଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଟ୍ରେନ୍‌ ପରିଚାରିକା ବିଳମ୍ବ ପାଇଁ ଦୁଃଖିତ ଲେଖାଥିବା ବିସ୍କୁଟ ପ୍ୟାକେଟ୍‌ ଯାତ୍ରୀଙ୍କୁ ଦେଇଛନ୍ତି। ଏହା ସହିତ ସମସ୍ତ ଯାତ୍ରୀଙ୍କୁ ୨୫୦ ଟଙ୍କା ଫେରସ୍ତ କରାଇବା ଲାଗି ଆବେଦନ ନିମନ୍ତେ ଆଇଆର୍‌ସିଟିସି ପକ୍ଷରୁ ଲିଙ୍କ୍‌ ପଠାଇ ଦିଆଯାଇଛି। ନିୟମ ଅନୁସାରେ ତେଜସ୍‌ ଏକ୍ସପ୍ରେସ୍‌ ଘଣ୍ଟାଏ ବିଳମ୍ବ ହେଲେ ଯାତ୍ରୀଙ୍କୁ ଶହେ ଟଙ୍କା ଏବଂ ଏହାଠାରୁ ଅଧିକ ବିଳମ୍ବ ହେଲେ ୨୫୦ ଟଙ୍କା ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି। ଶନିବାର ତେଜସ୍‌ ଏକ୍ସପ୍ରେସ୍‌ ୨ଘଣ୍ଟା ୪୭ ମିନିଟ୍‌ ବିଳମ୍ବ ହୋଇଥିଲା। ଏହା ଭୋର୍‌ ୬ଟା ୧୦ ପରିବର୍ତ୍ତେ ସକାଳ ୮ଟା ୫୭ରେ ପହଞ୍ଚିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ କୃଷକ ଏକ୍ସପ୍ରେସ୍‌ର କିଛି ବଗି ଲାଇନଚ୍ୟୁତ ହେବାରୁ ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବରେ ପହଞ୍ଚିଥିଲା। ସୂଚନାଯୋଗ୍ୟ, ଲକ୍ଷ୍ନୌରୁ ଦିଲ୍ଲୀ ପାଇଁ ୫ ଶହ ଯାତ୍ରୀ ଟିକେଟ କରିଥିଲେ। ତେବେ ୪୫୦ ଯାତ୍ରୀ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଜମହଲ ପାଖରେ ଟର୍ମିନାଲ ପାଇଁ ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧ : ବର୍ତ୍ତମାନ ଖେରିଆରେ ଅବସ୍ଥିତ ଆଗ୍ରା ବିମାନବନ୍ଦରରୁ ଅଧିକ ବିମାନ ଚଳାଚଳ କରିବାକୁ ସକ୍ଷମ ହେବ। ଏହାର ପୂର୍ବ ଆଦେଶରେ ସଂଶୋଧନ କରି ସୁପ୍ରିମକୋର୍ଟ...

ଟିକା ନେବାକୁ କାହାକୁ ବାଧ୍ୟ କରିପାରିବେନି ସରକାର, ଏସ୍‌ସିଙ୍କ ରାୟ…

ନୂଆଦିଲ୍ଲୀ, ୨।୫ : କରୋନା ଟିକା ନେବାକୁ ସରକାର କାହାକୁ ବାଧ୍ୟ କରିପାରିବେନି। ଏନେଇ ସୁପ୍ରିମ୍‌କୋର୍ଟ(ଏସ୍‌ସି) ରାୟ ଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ସରକାର ନୀତି ପ୍ରସ୍ତୁତ...

ରାମମନ୍ଦିର ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାର ବୁଧବାର ରାମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତିି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଲୋକ ସଭାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ...

କର୍ମଚାରୀଙ୍କୁ ଦୀପାବଳିରେ କାର୍‌ ଉପହାର ଦେଲେ ଜୁଏଲର୍ସ ମାଲିକ

ଚେନ୍ନାଇ,୧୭।୧୦: ଚେନ୍ନାଇର ଏକ ଜୁଏଲର୍ସ ଦୋକାନର ମାଲିକ ଏହାର କର୍ମଚାରୀମାନଙ୍କୁ ଦୀପାବଳି ଉପହାର ଭାବରେ କାର ଏବଂ ବାଇକ ଦେଇଛନ୍ତି। ଚଲାନି ଜୁଏଲର୍ସ ଜୁଏଲର୍ସ ପକ୍ଷରୁ...

ଚିନ୍ତା କରନ୍ତୁ ନାହିଁ, ଖୁବ୍‌ଶୀଘ୍ର ଆସିବ କରୋନା ଔଷଧ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୬:ଦେଶରେ କରୋନା ରୋଗୀଙ୍କ ବୃଦ୍ଧି ପାଉଛି। ପ୍ରତିଦିନ ୧୫ ହଜାରରୁ ଅଧିକ ମାମଲା ଆସୁଛି ଏବଂ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ...

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ୟୁପିର ବାହୁବଳି ନେତା ଡିପି ଯାଦବ

ଲକ୍ଷ୍ନୌ,୧ ।୨: ଉତ୍ତର ପ୍ରଦେଶର ବାହୁବଳି ନେତା ଡିପି ଯାଦବ ଚଳିତ ଥର ନିର୍ବାଚନ ଲଢିବେ ନାହିଁ । ସେ ଏଥର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର...

ଖେଳାଳିଙ୍କ ପାଇଁ ପୁରସ୍କାରର ପେଡି ଖୋଲିଲେ ହରିୟାଣା ସରକାର, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି

ଚଣ୍ଡିଗଡ଼,୬ ।୮: ହରିୟାଣା ସରକାର ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଛନ୍ତି । ସରକାର ଘୋଷଣା କରିଛନ୍ତି ଅଲିମ୍ପିକ୍ସରେ ଗୋଲ୍ଡ ବା ସ୍ୱର୍ଣ୍ଣ ପଦକ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୨ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୧୮।୪: ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ...

Advertisement
Archives

Model This Week