ବିଳମ୍ବିତ ରାତିରେ ଏନ୍‌ଏଚ୍‌ରୁ ଚାନ୍ଦା ଆଦାୟ: ବ୍ଲକ କଂଗ୍ରେସ ସଭାପତି କୋର୍ଟଚାଲାଣ, ଆମ୍ବୁଲାନ୍ସ ଜବତ

ପରଜଙ୍ଗ,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ୧୪୯ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ଭେଜିଆ ଛକ ନିକଟରେ ଦୀର୍ଘ ଦୁଇମାସ ହେବ ସନ୍ଧ୍ୟା ହେବା ମାତ୍ରେ ଚାନ୍ଦା ଆଦାୟ ହେଉଛି। ପରଜଙ୍ଗ ବ୍ଲକ କଂଗ୍ରେସ ସଭାପତି ନଗେନ୍‌ ବିନାୟକ ଏକ ଆମ୍ବୁଲାନ୍ସ ବ୍ୟବହାର କରି ୫ରୁ ଊଦ୍ଧର୍‌ବ ଯୁବକଙ୍କ ସହ ଉକ୍ତ ରାସ୍ତାରେ ଯାଉଥିବା ଟ୍ରକଗୁଡିକରୁ ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ। ଏ ନେଇ ସ୍ଥାନୀୟ ଲୋକେ ପରଜଙ୍ଗ ଥାନା ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିଲା । ଏଣୁ ଘଟଣା ସମ୍ପର୍କରେ ଏସ୍‌ପିଙ୍କୁ ଅବଗତ କରିଥିଲେ କେତେଜଣ ଟ୍ରକ ମାଲିକ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ରାସ୍ତାଦେଇ ସମଲ ଥାନା ଅଧୀନ ଡେରାଗୋଳା ଗ୍ରାମର ଟ୍ରକଚାଳକ ସଚ୍ଚିକାନ୍ତ ସାହୁ ଟ୍ରକ (ଓ୧୪ ଜି୧୬୧୬) ନେଇ ଯାଉଥିବା ବେଳେ ଭେଜିଆ ଛକ ନିକଟରେ ପରଜଙ୍ଗ ଗ୍ରାମର ନଗେନ୍‌ ବିନାୟକ, ବାରିହାପୁର ଗ୍ରାମର ପପୁ ବେହେରା, ମହାବିରୋଡ଼ ଗ୍ରାମର କ୍ଷୀର ସାହୁ, ପ୍ରକାଶ ସାହୁଙ୍କ ସମେତ ଆଉ କେତେଜଣ ଯୁବକ ଟ୍ରକ ଅଟକାଇ ୨ଶହ ଟଙ୍କା ମାଗିଥିଲେ। ସଚ୍ଚିକାନ୍ତ ଟଙ୍କା ନ ଦେବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ଟଙ୍କା ନ ଦେଲେ ଏହି ରାସ୍ତାରେ ଗାଡି ଚଳାଇ ପାରିବୁ ନାହିଁ ବୋଲି ଧମକ ଦେଇଥିଲେ। ଏ ନେଇ ସେ ପରଜଙ୍ଗ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଗେନ୍‌ ବିନାୟକଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ସେମାନେ ବ୍ୟବହାର କରୁଥିବା ଆମ୍ବୁଲାନ୍ସ (ଓ୩୫ଏ ୯୭୪୨)କୁ ପୋଲିସ ଜବତ କରିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ.୧୭୫/୧୯ ରେ ଏକ ମାମଲା ରୁଜୁ କରିଛି। ନଗେନଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଏସ୍‌ଆଇ ପଦ୍ମନାଭ ଲେଙ୍କା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?