ବିଲ୍‌କୁ ସମର୍ଥନ, ତରବରିଆ ନିଷ୍ପତ୍ତିକୁ ନାପସନ୍ଦ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟ ସରକାର ସ୍ବତନ୍ତ୍ରଭାବେ ଓଡ଼ିଶାର ପଛୁଆ ବର୍ଗଙ୍କୁ ଚିହ୍ନଟ କରିବେ। ଏ ସଂକ୍ରାନ୍ତୀୟ ବିଲ୍‌ ସୋମବାର ବିଧାନସଭାରେ ପାରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏ ସମ୍ପର୍କିତ ବିଲ୍‌ ବିଧାନସଭାରେ ଆଗତ କରିବାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉପଦେଷ୍ଟା କମିଟି ବୈଠକ ଡାକିଥିଲେ। ଏଥିଲାଗି ବାଚସ୍ପତି ଗୃହର କାର୍ଯ୍ୟକାଳ ୬ଟା ୩୬ରୁ ୬ଟା ୫୯ ମିନିଟ ପର୍ଯ୍ୟନ୍ତ ମୁଲତବି ରଖିଥିଲେ। କମିଟିର ବୈଠକ ଶେଷ ହେବାପରେ ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ପଏଣ୍ଟ ଅଫ୍‌ ଅର୍ଡର ଆଣି ସରକାରଙ୍କୁ ଟାର୍ଗେଟ କରିଥିଲେ। ସାଲୁଜା କହିଥିଲେ ଯେ, ସକାଳେ କ୍ୟାବିନେଟ୍‌ ବୈଠକରେ ଯେଉଁ ପ୍ରସ୍ତାବ ମଞ୍ଜୁର ହେଲା ତାହା ସାରେ ବିଧାନସଭାରେ ପାସ୍‌ କରିବାକୁ ବିଲ୍‌ ଅଣାଗଲା। ଗୃହକୁ ଗୋଟିଏ ବିଲ୍‌ ଆସିଲେ ସେନେଇ ସମସ୍ତ ସଦସ୍ୟଙ୍କ ଜାଣିବାର ଆବଶ୍ୟକତା ରହିଛି। ହେଲେ ହଠାତ୍‌ ବିଲ୍‌ ଆଣି ପାସ୍‌ କରାଇବାର ମାନେ କ’ଣ ବୋଲି କହି ପ୍ରଶ୍ନ ଉଠାଇଥିଲେ। ସେ ଆହୁରି କହିଥିଲେ ଯେ, ଏକ ବିଲ୍‌ ଆଣିବାକୁ ୧୦ମିନିଟ୍‌ ଗୃହ ବନ୍ଦ ମଧ୍ୟ ରଖାଯାଉଛି। ଏଭଳି ଦୃଷ୍ଟାନ୍ତ ସରକାର ଆରମ୍ଭ ନ କରନ୍ତୁ। ପୂର୍ବରୁ ଏଭଳି ଅନେକ ପ୍ରସ୍ତାବ ହଠାତ୍‌ ଅଣାଯାଇ ପାସ୍‌ କରାଯାଇଛି, ଯାହାକୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ ହୋଇଛି। ଯେଉଁ ବିଲ୍‌ ଅଣାଯାଉଛି ବିଭାଗୀୟ ମନ୍ତ୍ରୀ ମଧ୍ୟ କିଛି ଜାଣିପାରୁ ନାହାନ୍ତି। ସରକାର ଚାହିଁଥିଲେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଚାଲିଥିବା ଆଲୋଚନା ପୂର୍ବରୁ ବିଲ୍‌ ଆଣିପାରି ଥାଆନ୍ତେ ବୋଲି ସାଲୁଜା କହିଥିଲେ। ଏହାପରେ ଗୃହର କାର୍ଯ୍ୟକୁ ୭ଟାରୁ ୭ଟା ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ଏହି ବିଲ୍‌ ଉପରେ ଆଲୋଚନା ହୋଇଥିଲା। ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଏ ବିଲ୍‌କୁ ବିରୋଧ କରୁନାହୁଁ, ବରଂ ଯେଉଁଭଳି ଢଙ୍ଗରେ ଅଣାଯାଉଛି ତାକୁ ନାପସନ୍ଦ କରୁଛୁ। ଭି.ପି ସିଂଙ୍କ ସମୟରେ ଗୋଟିଏ ବିଲ୍‌ ଆସିଥିଲା, ଯାହାକୁ ନେଇ ଚାରିଆଡ଼େ ଗୁଳି ଫୁଟିବାରେ ଲାଗିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାକୁ ସମର୍ଥନ କରି ନ ଥିଲେ। ଏହାଦ୍ୱାରା ଖରାପ ପରମ୍ପରା ସୃଷ୍ଟି ହେଉଥିବା ସେ କହିଛନ୍ତି। କେନ୍ଦ୍ରରେ ଭାଜପା ଶାସନାଧୀନ ଏନ୍‌ଡିଏ ସରକାର ମଧ୍ୟ ଗୋଟିଏ ଦିନରେ ରାଜ୍ୟ ସଭା ଏବଂ ଲୋକ ସଭାରେ ବିଲ୍‌ ପାସ୍‌ କରାଇବାର ନଜିର ସୃଷ୍ଟି କରିଛନ୍ତି ବୋଲି ତାରା କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ଯେଉଁ ବିଲ୍‌ ଅଣାଯାଉଛି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ଦଳମତ ନିର୍ବିଶେଷରେ ସମସ୍ତେ ମିଶି ଏହାକୁ ପାରିତ କରିବା ଜରୁରୀ। ଏ ବିଲ୍‌ ବାବଦରେ ଅଧିକ ଆଲୋଚନା ହେବା ଆବଶ୍ୟକ ବୋଲି କହିଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏହି ବିଲ୍‌କୁ ପ୍ରଶଂସା କରିବା ସହ ଅଧିକ ସମୟ ଦେବାକୁ ଦାବି କଲେ। ମାତ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କିନ୍ତୁ ବିଗତ ଦିନରେ କମ୍‌ ସମୟ ମଧ୍ୟରେ ପାସ୍‌ କରାଯାଇଥିବା ଅନେକ ଗୁଡିଏ ବିଲ୍‌ର ଉଦାହରଣ ଦେଇଥିଲେ। ଏହାପରେ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଉଦାହରଣକୁ ନେଇ ବିଲ୍‌ ପାରିତ କରାଇବାରେ କୌଣସି ଅସୁବିଧା ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର

ଜଗତସିଂହପୁର ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୮।୧୨: ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ରାଜସ୍ବ ବିଭାଗରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଚିତ୍ତରଞ୍ଜନ ପିଳା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି...

ଅମରେଶ ହତ୍ୟା ଘଟଣା: ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଗଠନ ହେଲା ଟିମ୍‌

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛ ପଡ଼ିଆରେ ରବିବାର ରାତିରେ ଅମରେଶ ନାୟକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ଅତି ବୀଭତ୍ସ ଭାବେ...

କାମରେ ଲାଗୁନି ସୋଲାର ପ୍ୟାନେଲ

କେନ୍ଦୁଝର, ୭।୬ (ସ୍ବ.ପ୍ର.) ଅନ୍ଧାରରେ କେହି ରହିବେ ନାହିଁ। ଏଣୁ ସମସ୍ତ ଗ୍ରାମକୁ ବିଭିନ୍ନ ଯୋଜନାରେ ବିଦ୍ୟୁତ୍‌ ବ୍ୟବସ୍ଥା କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ଯେଉଁଠି ବିଦ୍ୟୁତ...

ଖୋର୍ଦ୍ଧା: ୩୬ ମନ୍ଦିରରେ ୧୪୪ ଧାରା, ଜରିପୁଟ ସଙ୍କଟମୋଚନ ମନ୍ଦିରରେ ୧୦ଦିନ କଟକଣା

ଖୋର୍ଦ୍ଧା ଅଫିସ,୧୩ା୪: ଖୋର୍ଦ୍ଧା ଜିଲାର ୩୬ଟି ମନ୍ଦିର ଓ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି। ସୋମବାର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଥିବାରୁ...

ପ୍ରବୀଣ କୁମାର ଆଇଜି ପର୍ସୋନେଲ

ଭୁବନେଶ୍ୱର,୧୨ା୫(ବ୍ୟୁରୋ)-୨୦୦୨ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଏସ. ପ୍ରବୀଣ କୁମାରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆଇଜି ପର୍ସୋନେଲ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିବା ପରେ...

‘କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍‌’

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ତଥା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌-୭ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଏହାକୁ...

କୋର୍ଟରେ ହାଜର ହେଲେ ନାହିଁ ରାମ୍‌କୋ କର୍ତ୍ତୃପକ୍ଷ

ଯାଜପୁର ଅଫିସ,୧୫ା୪: ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର କେତେ ସହାନୁଭୂତିଶୀଳ ଏକଥା ରାମ୍‌କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ...

ପଲିଥିନ୍‌ ତଳେ ବିତୁଛି ବୃଦ୍ଧଙ୍କ ଜୀବନ

ମହାକାଳପଡ଼ା,୨୬ା୮(ଡି.ଏନ୍‌.ଏ.): ବିଦ୍ୟାଳୟରେ ଶିକ୍ଷକ ପାଠ ପଢ଼ାଇବା ବେଳେ ପିଲାମାନଙ୍କୁ ୩ ଚୁଲି ଝିଙ୍କାର ଉଦାହରଣ ଦେଇ କୁହନ୍ତି, ପିଲେ ସଂସାରକୁ ତୁମକୁ ଆଣିଥିବା ମା’ ହେଉଛନ୍ତି...

Advertisement
Archives

Model This Week