ବିଲଡ଼ରଙ୍କୁ ୨୦ ଲକ୍ଷ ଦାଦାବଟି ମାଗିବା ମାମଲା :ପୂର୍ବତନ ମେୟର ପିଣ୍ଟୁ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧ା୧୦-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବିଏମ୍‌ସିର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ସୋମବାର କଡା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା। ବିଲଡ଼ର ଲଳିତ ମୋହନ ମଙ୍ଗରାଜଙ୍କୁ ପିଣ୍ଟୁ ୨୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ମାମଲାର ଅତିରିକ୍ତ ଜିଲା ଜଜ (ଏଡିଜେ)-୨ ଙ୍କ କୋର୍ଟରେ ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଏଡିଜେ-୨ ଜଗଦୀଶ ପ୍ରସାଦ ମହାନ୍ତି ପ୍ରମାଣ ଅଭାବରୁ ପିଣ୍ଟୁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି କୁରେଶ ଗୌଡ଼ ଓ ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୈଳାସ ପଣ୍ଡା, ପ୍ରଭାକର ସାବତ ଓ ଶିବ ନାରାୟଣ ସାହୁ ମକଦ୍ଦମା ପରିଚାଳନା କରୁଥିଲେ। ଧର୍ମର ଜୟ ହେଲା ବୋଲି ପିଣ୍ଟୁ ରାୟ ପ୍ରକାଶ ପରେ କହିଛନ୍ତି।
ପ୍ରକାଶ ଯେ, ପୂର୍ବରୁ ଏହି ମାମଲାରେ ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲଙ୍କ ମଧ୍ୟରେ ଜବାବ ସୁଆଲ ହୋଇଥିଲା। କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଁ ସୋମବାର ଦିନ ଧାର୍ଯ୍ୟ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୫ରେ ଗୋଳନ୍ଥରା ଥାନା ହଳଦିଆପଦରରେ ଜମି କିଣାବିକାକୁ କେନ୍ଦ୍ରକରି ପିଣ୍ଟୁ ଓ ତାଙ୍କ ସହଯୋଗୀମାନେ ବିଲଡ଼ର ଲଳିତ ମୋହନ ମଙ୍ଗରାଜଙ୍କୁ ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ ବୋଲି ଲଳିତ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୨୮/୧୫ରେ ମାମଲା ରୁଜୁକରି ପିଣ୍ଟୁଙ୍କ ସମେତ ଅନ୍ୟମାନଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା। କୋର୍ଟରେ ବିଲଡ଼ର ଲଳିତଙ୍କ ସମେତ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସେପଟେ ପିଣ୍ଟୁ ନିଜକୁ ନିର୍ଦ୍ଦୋଷ କହିଥିବା ବେଳେ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି କହିଥିଲେ। ଗତ ମାସ ୧୮ ତାରିଖରେ ଗୋଳନ୍ଥରା ପୋଲିସ ଅଭିଯୁକ୍ତଙ୍କଠାରୁ ଜବତ କରିଥିବା ବନ୍ଧୁକ କୋର୍ଟରେ ଦାଖଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ପରିସରରେ ବିଜୁ ଜୟନ୍ତୀ ପାଳିତ

ଭୁବନେଶ୍ୱର,୫।୩(ବ୍ୟୁରୋ)- ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଗୁରୁବାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଧାନସଭା ପରିସରରେ ଏକ ଶ୍ରଦ୍ଧାଞ୍ଜଳି ତଥା ପ୍ରାର୍ଥନା ସଭାଅନୁଷ୍ଠିତ...

ଫୁଲବାଣୀରେ ଭାଜପା, ବାଲିଗୁଡା-ଜି.ଉଦୟଗିରିରେ ବିଜେଡି ହାତେଇଲା ଅଧ୍ୟକ୍ଷ ପଦ

ଫୁଲବାଣୀ ଅଫିସ୍‌/ଜି.ଉଦୟଗିରି(ଡି.ଏନ୍‌.ଏ.),୨୬ା୩: କନ୍ଧମାଳ ଜିଲାରେ ଫୁଲବାଣୀ ପୌର ପରିଷଦ ନିର୍ବାଚନ ଏବଂ ବାଲିଗୁଡା ଏନ୍‌ଏସି ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ...

ସର୍ବସାଧାରଣଙ୍କୁ ବତିଘର ପ୍ରବେଶ ମନା, ପର୍ଯ୍ୟଟକ ନିରାଶ

ଗୋପାଳପୁର,୨୫।୪: (ଡି.ଏନ.ଏ.) ଗୋପାଳପୁର ବେଳାଭୂମି ନିକଟରେ ଥିବା ବତୀଘରକୁ ସର୍ବସାଧାରଣ ପାଇଁ ପ୍ରବେଶ ଉପରେ ରୋକ ଲାଗିଛି। ବେଳାଭୂମି ଭ୍ରମଣରେ ଆସୁଥିବା ଦେଶ ତଥା ବିଦେଶୀ...

ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍‌ ‘ଏ’ ଗ୍ରେଡ ମାନ୍ୟତା

ବାଲେଶ୍ୱର,୨୩|୯(ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ (ନାକ୍‌) ‘ଏ’ ଗ୍ରେଡ ମାନ୍ୟତା ମିଳିଛି। ସିଜିପିଏରେ ଫକୀରମୋହନ ଓଡ଼ିଶାର ଅନ୍ୟ...

ବିଳମ୍ବ ହେଲା ଠାକୁରଙ୍କ ନୀତିକାନ୍ତି

ପୁରୀ ଅଫିସ,୩୧ା୮: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ଜିଲା ପ୍ରଶାସନ ଅସୁରକ୍ଷିତ କୋଠା ଭାଙ୍ଗୁଛି। ଶୁକ୍ରବାର ଭଙ୍ଗାଯାଇଛି ବହୁ ଚର୍ଚ୍ଚିତ...

ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ

ପୁରୀ ଅଫିସ,୨୭।୧୧: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଦୁର୍ଲଭ ନାଗାର୍ଜୁନ ବେଶକୁ ନେଇ ଚାଲଥିବା ଚର୍ଚ୍ଚା, ଆଲୋଚନାରେ ବି ପୂର୍ଣ୍ଣଛେଦ ପଡିଛି। ବୀର ବେଶରେ...

ସୁଜାତାନଗରବାସୀ ଜଳବନ୍ଦୀ: ଏସ୍‌ଆର୍‌ସିଙ୍କୁ ଟୁଇଟ୍‌ ପରେ ମଧ୍ୟ ପଦକ୍ଷେପ ଶୂନ

ପୁରୀ ଅଫିସ,୩୦। ୮: ପ୍ରତିବର୍ଷ ବର୍ଷାଦିନେ ସୁଜାତାନଗର ଏବଂ ମାଟିତୋଟା ଅଞ୍ଚଳବାସୀଙ୍କ ଦୁଃଖ ବଢିଯାଏ। ମାସାଧିକ କାଳ ସେମାନେ ଜଳବନ୍ଦୀ ଜୀବନ ବିତାଇଥାନ୍ତି। ଏଥର ମଧ୍ୟ...

୧୮ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ସୋମବାର ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି...

Advertisement
Archives

Model This Week