ବିରାଟଙ୍କ କେଶ କାଟି ବାହାବା ସାଉଁଟୁଛନ୍ତି ଅନୁଷ୍କା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କରୋନା(କୋଭିଡ-୧୯) ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏହି ଭାଇରସକୁ ରୋକିବା ପାଇଁ ସମଗ୍ର ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତେ ଘରେ ରହୁଛନ୍ତି। ଏହି ସମୟରେ କଳାକାରମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ସୋସିଆଲ ମିଡିଆରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ସ୍ବାମୀ ବିରାଟ କୋହଲିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅନୁଷ୍କା ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓକୁ ଶେୟାର କରିଛନ୍ତି। ଭିଡିଓରେ ଅନୁଷ୍କା ନିଜେ ବିରାଟଙ୍କ କେଶ କାଟୁଛନ୍ତି। ବିରାଟ ମଧ୍ୟ ଏହାକୁ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ବିରାଟଙ୍କ କେଶ କଟାଯିବା ପୂର୍ବର ଏବଂ ପରର ଫଟୋ ଶେୟାର ହୋଇଛି। ଏହି ଭିଡିଓରେ ବିରାଟ, ଅନୁଷ୍କାଙ୍କ ପ୍ରଶଂସକଙ୍କ ସମେତ ବଲିଉଡ୍‌ ଏବଂ କ୍ରୀଡ଼ା ଜଗତର ଅନେକ ବ୍ୟକ୍ତି କମେଣ୍ଟ କରିଛନ୍ତି। ଅଧିକାଂଶ କମେଣ୍ଟରେ ଅନୁଷ୍କାଙ୍କୁ ବାହାବା ମିଳୁଥିବା ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବର୍ଷ ହେଲା ମୋ ଜୀବନରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି: ଅଜୟ ଦେବ୍‌ଗନ

କରୋନାକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଲକ୍‌ଡାଉନ୍‌ ପାଇଁ ପ୍ରାୟ ସମସ୍ତେ ଏବେ ଘରେ ସମୟ ବିତାଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ କଳାକାର।...

ଜ୍ୟାକଲିନଙ୍କ ସହ ମନଖୋଲି ନାଚିଲେ ଭାଇଜାନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ଦବଙ୍ଗ ୩ର...

‘ଦିଲ୍‌ ଚାହତା ହୈ’ ପ୍ରୀତି ଜିଣ୍ଟାଙ୍କ କାହିଁକି ପସନ୍ଦ ଜାଣନ୍ତି…

ସୈଫ ଅଲ୍ଲୀ ଖାନ୍‌, ଅମୀର ଖାନ୍‌ ଏବଂ ଅକ୍ଷୟ ଖାନ୍ନାଙ୍କ ସୁପରହିଟ୍‌ ଫିଲ୍ମ ‘ଦିଲ୍‌ ଚାହତା ହୈ’ ରିଲିଜ ହେବାର ୧୮ ବର୍ଷ ପୂରିଛି। ଫିଲ୍ମରେ...

ବିଜ୍ଞାପନ କରି ଅଡୁଆରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ନାମୀଦାମୀ ବ୍ରାଣ୍ଡ ଓ୍ବାଶିଂ ପାଉଡରର ବିଜ୍ଞାପନ କରି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ମରାଠା ଯୋଦ୍ଧାଙ୍କ ପରିହାସ...

ମଦ କିଣୁଛନ୍ତି ରକୁଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ମଦ କିଣୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ଆକାଂକ୍ଷାଙ୍କୁ ନେଇ ପାରସ୍‌ କହିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ ଆକାଂକ୍ଷା ପୁରୀ ଏବଂ ଅଭିନେତା ପାରସ୍‌ ଛାବ୍ରାଙ୍କ ପ୍ରେମ ସମ୍ପର୍କ ‘ବିଗ୍‌ବସ୍‌-୧୩’ରେ ଜଣାପଡ଼ିଥିଲା। ଶୋ’କୁ ଆସିବା ପୂର୍ବରୁ ଆକାଂକ୍ଷାଙ୍କ ସହ ବ୍ରେକ୍‌ଅପ୍‌ କରିବାକୁ...

ସନ୍ୟାସୀ ହେବେ ବିନୋଦଙ୍କ ପୁଅ

ମୁମ୍ବାଇ: ୭୦ଦଶକର ସୁପରଷ୍ଟାର ବିନୋଦ ଖାନ୍ନା ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି। ଏହି ଆଗଧାଡିର ଅଭିନେତା ଯେତେବେଳେ ନିଜ କ୍ୟାରିୟରର ସବୁଠୁ ଶୀର୍ଷରେ ରହିଥିଲେ...

ବନ୍ଦ ହେବ ପାକିସ୍ତାନୀଙ୍କ ପ୍ରିୟ ସିନେମା ହଲ

ମୁମ୍ବାଇ: ପଞ୍ଜାବର ବହୁ ପୁରାତନ ତଥା ପାକିସ୍ତାନୀଙ୍କର ପସନ୍ଦର ସିନେମା ହଲ୍‌ ରାଜା ଟକିଜ୍‌ ବନ୍ଦ ହେବାକୁ ଯାଉଛି। କାରଣ ଏବେ ଏହାର ମାଲିକ ଏହାକୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *