ବିରଳ ଅହିରାଜକୁ ଗୁଳି କରି ଶିକାର

ବନ୍ତଳା,୧୦।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆ ପାଣ୍ଡୁରୀଶୁଣି ପାହାଡ଼ରେ ବୁଧବାର ସକାଳେ ଏକ ବିରଳ ପ୍ରଜାତିର ଅହିରାଜକୁ ଗୁଳି କରି ଶିକାର କରିଛନ୍ତି ଶିକାରୀ। ଅହିରାଜର ମୃତ୍ୟୁ ପରେ ତାକୁ ଆଣି ଗାଁ ମଝିରେ ରଖାଯାଇଥିଲା। ସାପକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା। ଖବର ପାଇ ବନ୍ତଳା ଫରେଷ୍ଟର ଜୟନ୍ତ କୁମାର ଦାସ ପହଞ୍ଚି ମୃତ ଅହିରାଜକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ନେଇଛନ୍ତି। ସାତକୋଶିଆ ପ୍ରାଣୀ ଡାକ୍ତର ଡଃ. କିଶୋର କୁମାର ସାହୁ ବେବଚ୍ଛେଦ କରିଛନ୍ତି। ଅହିରାଜଟିର ଲମ୍ବ ୧୨ ଫୁଟ ୪ ଇଞ୍ଚ ଓ ଗୋଲେଇ ୨୦ ସିଏମ ରହିଛି। ବନ୍ତଳା ଅଞ୍ଚଳରେ ଉକ୍ତ ଅହିରାଜକୁ ପ୍ରଥମ କରି ଦେଖିବାକୁ ମିଳିଛି। ଦୀର୍ଘ ୧୦୦ ବର୍ଷ ମଧ୍ୟରେ କେବେ ଦେଖିବାକୁ ମିଳି ନ ଥିଲା ବୋଲି ଗ୍ରାମବାସୀ କୁହନ୍ତି। ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ, ଗ୍ରାମର ୪ରୁ ୫ ଜଣ ବେଆଇନ ଭାବରେ ଦେଶୀ ବନ୍ଧୁକ ଧରି ପାଣ୍ଡୁରୀଶୁଣି ପାହାଡ଼କୁ ଯାଇଥିଲେ। ଉକ୍ତ ଅହିରାଜ ଏକ ଗୋଧିକୁ ଗିଳୁଥିବା ସମୟରେ ଉକ୍ତ ଶିକାରୀମାନେ ତା’ର ଫଣାକୁ ଗୁଳି କରି ମାରିଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଶିକାରୀମାନଙ୍କୁ ଗିରଫ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ପେଟି ଧରି ଗାଁମୁହାଁ

ଅନୁଗୋଳ ଅଫିସ, ୪।୧୧ – ଦୀପାବଳିରେ ବାଣ ବିକ୍ରି ଓ ଫୁଟାଯିବା ଉପରେ ସରକାର ମଙ୍ଗଳବାର ସମ୍ପୂର୍ଣ୍ଣ କଟକଣା ଲଗାଇବା ପରେ ଅନୁଗୋଳ ଜିଲାର ବାଣ...

ଅଧିକ ମଦ ବିକିଲେ ପୁରସ୍କାର ପ୍ରସ୍ତାବ: ଅଭିଜ୍ଞତା ନୁହେଁ ଅପରିପକ୍ୱତା

ବଅଁରପାଳ, ୨୧ା୭ (ଡି.ଏନ.ଏ.)- ଜରାଟ, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦୀପ ଓ ବିହାର ପରି ଗୋଟିଏ ପରେ ଗୋଟିଏ ରାଜ୍ୟ ମଦକୁ ନିଷେଧ କରିଥିବା ବେଳେ ଓଡ଼ିଶା...

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା:କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ରାଜରାସ୍ତାକୁ ଓହ୍ଲାଇବ ଚାଷୀ ସଂଘ

ଛେଣ୍ଡିପଦା,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଶୀତଳୀକରଣ କେନ୍ଦ୍ର କ୍ଷୀର ଚାଷୀଙ୍କଠାରୁ କ୍ଷୀର ନେବା ସହିତ ୧୦ ଦିନରେ ଥରେ ଚାଷୀଙ୍କୁ ପଇସା ଦେଇଥାଆନ୍ତି। ମାତ୍ର ଓମ୍‌ଫେଡ୍‌...

ନୂଆଗାଁ ଗ୍ରାମରେ ବଜ୍ରପାତ, ୪ ଗୁରୁତର

ପାଲଲହଡା,୩।୯(ଡି.ଏନ.ଏ.)-ପାଲଲହଡା ବ୍ଲକ ଅଲୋରୀ ପଞ୍ଚାୟତ ଖମାର ଥାନା ନୂଆଗାଁ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଘଟି ଗୋଟିଏ ପରିବାରର ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି।...

ଜୀବନ ପାଲଟିଛି ବୋଝ:ସହାୟତା ଅପେକ୍ଷାରେ ଚମ୍ପା ହଁାସଦା

ବଅଁରପାଳ, ୧୬।୭ (ଡି.ଏନ୍‌.ଏ.) ଦେହରେ ବଳ ଥିବାବେଳେ ନାଲ୍‌କୋ ପ୍ଲାଣ୍ଟରେ ଖଟି ଗୁଜୁରାଣ ମେଣ୍ଟାଉଥିଲେ। ଏବେ ହାତ ଛାଡି ଦେଇଛି ବୟସ। ବୃଦ୍ଧାବସ୍ଥାକୁ ନିସଙ୍ଗ ଓ...

ମାଟ୍ରିକ ପରୀକ୍ଷାରେ ୫୦%ରୁ କମ୍‌ ସଫଳତା

ଅନୁଗୋଳ ଅଫିସ, ୧୧।୬ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୧୯ରେ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ୫୦ ପ୍ରତିଶତରୁ କମ୍‌ ସଫଳତା ପାଇଥିବା ବିଦ୍ୟାଳୟଗୁଡିକୁ ସ୍କୁଲ ଓ...

ରଦ୍ଦ ହେଲା ବିକ୍ରମ ସାହୁଙ୍କ ମଦ ଲାଇସେନ୍ସ

ଅନୁଗୋଳ ଅଫିସ, ୨୭।୬ – ଲକ୍‌ଡାଉନ ବେଳେ ସିଲ୍‌ ହୋଇଥିବା ଅନୁଗୋଳ କରଡାଗାଡିଆସ୍ଥିତ ମଦ ଭାଟିରେ ଚୋରା କାରବାର ଅଭିଯୋଗରେ ଗତ ଏପ୍ରିଲ୍‌ ୨୩ ବିଳମ୍ବିତ...

ବିଦ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ:ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଅନୁଗୋଳ ଅଫିସ, ୨୫।୬ ଅନୁଗୋଳ ଜିଲା ପରାବିଲ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ସ୍ଥାନାନ୍ତରଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ଗ୍ରାମ୍ୟ କମିଟି ସୋମବାର...

Advertisement
Archives

Model This Week